ଗାଁକୁ ଯିବାକୁ ନାହିଁ ଚଉଡ଼ା ରାସ୍ତା, ଭାରି ଯାନର ଯାତାୟାତ ପାଇଁ ଭୟରେ ଦିନ କାଟୁଛନ୍ତି ଲୋକେ
ପଦ୍ମପୁର : ଗାଁକୁ ଯିବାକୁ ନାହିଁ ଚଉଡ଼ା ରାସ୍ତା । ଫଳରେ ଭାରି ଯାନର ଯାତାୟାତ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । କେତେବେଳେ ଭାରି ଯାନ ଆସି ଛୋଟ ଛୋଟ ପିଲା ମାନଙ୍କ ଉପରେ ଚଢ଼ାଇଯିବା ଭୟ ତ ଆଉ କେେତେବେଳେ ରାସ୍ତା କଡରେ ଥିବା ଥିବା ଘର ଭାଙ୍ଗିବା ଭୟ । ଏହି ଭୟ ଏବଂ ଆଶଙ୍କାର ଜୀବନ ଯାପନ କରୁଛନ୍ତି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲ ଅନ୍ତର୍ଗତ କୁମୀର ଗ୍ରାମର ଅଂଚଳ […] The post ଗାଁକୁ ଯିବାକୁ ନାହିଁ ଚଉଡ଼ା ରାସ୍ତା, ଭାରି ଯାନର ଯାତାୟାତ ପାଇଁ ଭୟରେ ଦିନ କାଟୁଛନ୍ତି ଲୋକେ appeared first on KNews Odisha.

ପଦ୍ମପୁର : ଗାଁକୁ ଯିବାକୁ ନାହିଁ ଚଉଡ଼ା ରାସ୍ତା । ଫଳରେ ଭାରି ଯାନର ଯାତାୟାତ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । କେତେବେଳେ ଭାରି ଯାନ ଆସି ଛୋଟ ଛୋଟ ପିଲା ମାନଙ୍କ ଉପରେ ଚଢ଼ାଇଯିବା ଭୟ ତ ଆଉ କେେତେବେଳେ ରାସ୍ତା କଡରେ ଥିବା ଥିବା ଘର ଭାଙ୍ଗିବା ଭୟ । ଏହି ଭୟ ଏବଂ ଆଶଙ୍କାର ଜୀବନ ଯାପନ କରୁଛନ୍ତି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲ ଅନ୍ତର୍ଗତ କୁମୀର ଗ୍ରାମର ଅଂଚଳ ବାସୀ।
ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲ ଅନ୍ତର୍ଗତ କୁମୀର ଗ୍ରାମ। ଗ୍ରାମର ଲୋକ ମାନେ ପ୍ରାୟତଃ ଦିନ ମଜୁରି ଚାଷ କରି ଜୀବନ ବିତାନ୍ତି। ତେବେ ଏହି ଗ୍ରାମ ନଦୀ ତଟରେ ଅବସ୍ଥିତ ଥିବାରୁ ଗାଁ ମଝିଦେଇ ବଡବଡ ଭ଼ାରି ଜାନ ଯାତାୟତ କରି ବାଲି ଚାଲାଣ ହୋଇଥାଏ। ତେବେ ଗ୍ରାମର ରାସ୍ତା ମାନ ବହୁ ଛୋଟ ଛୋଟ ହୋଇଥିବାରୁ ବିଭିନ୍ନ ସମୟରେ ଭାରି ଯାନ ଯିବା ଦ୍ୱାରା ରାସ୍ତା କଡରେ ଥିବା ଘର ମାନ ଭାଙ୍ଗିବା ଉପରେ । ସେହି ରାସ୍ତା ଦେଇ ଗଲେ ଆଙ୍ଗନବାଡି କେନ୍ଦ୍ର । ରାତି ପାହିଲେ କୁନି କୁନି ପିଲା ମାନେ ବାହାରିଯାଆନ୍ତି ପାଠ ପଢ଼ିବାକୁ ହେଲେ ଏହି ଗାଁ ମଝି ରାସ୍ତା ଦେଇ ଭାରୀ ଯାନ ଯିବାରୁ ପିଲାମାନଙ୍କୁ ବାହାରକୁ ଛାଡ଼ିବାକୁ ବାପା ମାଙ୍କୁ ଭୟ ଲାଗୁଛି ।
ଗାଁର ରାସ୍ତା ଛୋଟ ଥିବାରୁ ଭାରୀ ଯାନ ଯାତାୟତକୁ ନେଇ ଗ୍ରାମ ବାସୀ ବିରୋଧ କରିଛନ୍ତି । ଏହା ସହ ଗ୍ରାମ ବାହାରେ ରାସ୍ତା ତିଆରି କରି ବାରମ୍ବାର ବାଲି ଚାଲାଣ ହେଉଥିବା ବେଳେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି । କିନ୍ତୁ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ଏଥିପ୍ରତି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଯାହା ଫଳରେ ଗ୍ରାମବାସୀ ଅତିଷ୍ଠ ହୋଇ ଶେଷରେ ସମସ୍ତ ଭାରି ଯାନକୁ ରାସ୍ତା ବନ୍ଦ କରିବା ନିଷ୍ପତି ନେଇଛନ୍ତି ା ଅନ୍ୟ ପକ୍ଷରେ ଉପଜିଲ୍ଲାପାଳ ପଦ୍ମପୁର ଏହି ବିଷୟକୁ ଗମ୍ଭୀର ଭାବେ ନେବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି ।
The post ଗାଁକୁ ଯିବାକୁ ନାହିଁ ଚଉଡ଼ା ରାସ୍ତା, ଭାରି ଯାନର ଯାତାୟାତ ପାଇଁ ଭୟରେ ଦିନ କାଟୁଛନ୍ତି ଲୋକେ appeared first on KNews Odisha.