ଗାଁରେ କୋକୁଆ ଭୟ : ପାହାଡ଼ ଉପରେ ୩ଟି ବାଘ, ତଳେ ବୁଲୁଛି ଭାଲୁ
ଉମରକୋଟ ୩୦।୦୯ : ପାହାଡ ଉପରେ ବୁଲୁଛି ବାଘ, ତଳେ ବୁଲୁଛି ଭାଲୁ । ଓଡ଼ିଶା ସୀମାନ୍ତ ଛତିଶଗଡ଼ କାଁକେର ଜିଲ୍ଲା ଡୁମାଲି ଗାଁ ନିକଟ ପାହାଡରେ ବାଘ ଆତଙ୍କ । ପାହାଡ଼ ଉପରେ ୩ଟି କଲରାପତରିଆ ବାଘ ବୁଲୁଥିବା ବେଳେ ତଳେ ଗୋଟିଏ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି । ଯାହାର ଭିଜୁଆଲ ଏବେ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସ୍ଥାନୀୟ ଅଞ୍ଚଳରେ ବାଘର ଗତିବିଧିକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କାଁକେର ସହରଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ଯୋଗୁଁ ଲୋକେ ଭୟଭୀତ ହୋଇ ରହିଛନ୍ତି। କିଛିଦିନ ତଳେ ଦୁଇ କୋମଳମତି ଶିଶୁଙ୍କୁ ଘର ଆଗରୁ ଟେକି ନେଇଥିଲା ବାଘ । ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ ବାଘ ଦେଖାଯିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏନେଇ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ ଟିମ୍ ଆଲର୍ଟ ଥିବା ସୂଚନା ମିଳିଛି ।
ଉମରକୋଟ ୩୦।୦୯ : ପାହାଡ ଉପରେ ବୁଲୁଛି ବାଘ, ତଳେ ବୁଲୁଛି ଭାଲୁ । ଓଡ଼ିଶା ସୀମାନ୍ତ ଛତିଶଗଡ଼ କାଁକେର ଜିଲ୍ଲା ଡୁମାଲି ଗାଁ ନିକଟ ପାହାଡରେ ବାଘ ଆତଙ୍କ । ପାହାଡ଼ ଉପରେ ୩ଟି କଲରାପତରିଆ ବାଘ ବୁଲୁଥିବା ବେଳେ ତଳେ ଗୋଟିଏ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି । ଯାହାର ଭିଜୁଆଲ ଏବେ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ସ୍ଥାନୀୟ ଅଞ୍ଚଳରେ ବାଘର ଗତିବିଧିକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କାଁକେର ସହରଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ଯୋଗୁଁ ଲୋକେ ଭୟଭୀତ ହୋଇ ରହିଛନ୍ତି। କିଛିଦିନ ତଳେ ଦୁଇ କୋମଳମତି ଶିଶୁଙ୍କୁ ଘର ଆଗରୁ ଟେକି ନେଇଥିଲା ବାଘ । ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ ବାଘ ଦେଖାଯିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏନେଇ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ ଟିମ୍ ଆଲର୍ଟ ଥିବା ସୂଚନା ମିଳିଛି ।