ଗାଁରେ ନାହିଁ ପାନୀୟ ଜଳ ଉତ୍ସ: ଘର ଠାରୁ ୨ କିଲୋମିଟର ଗଲେ ମିଳେ ପାଣି

କନକ ବ୍ୟୁରୋ: ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ବି ଅନେକ ଗାଁ ପାଣି ଟୋପାଏ ପାଇଁ ୨ କିଲୋମିଟର ଘାଟି ତଳକୁ ଯାଉଛନ୍ତି। ଗାଁକୁ ପାଣି ଯୋଗାଇଦେବା ପାଇଁ ସମସ୍ତଙ୍କୁ କହି କହି ଥକି ଗଲେ ବି ଜିଲ୍ଲା ପ୍ରଶାସନର ଏଥି ପ୍ରତି ଦୃଷ୍ଟି ନାହିଁ।  ଗଜପତି ରାୟଗଡ଼ ବ୍ଳକ ଅନ୍ତର୍ଗତ ରଘୁନାଥପୁର ଗାଁ। ଶହେରୁ ଅଧିକ ପରିବାର ବସବାସ କରୁଛନ୍ତି। ଗାଁରେ ପିଇବା ପାଣିର କୌଣସି ସୁବିଧା ନାହିଁ। ଘର ଠାରୁ ୨ କିମି ଦୂର ଘାଟି ତଳେ ବସୁଧା ଯୋଜନାରେ ଗୋଟିଏ ନଳକୂପ ଓ ପାଣି ଟାଙ୍କି କରାଯାଇଛି। ପ୍ରତିଦିନ ଗାଁ ଲୋକେ ଘାଟି ତଳକୁ ଯାଇ ପାଣି ସଂଗ୍ରହ କରୁଛନ୍ତି। ଏବଂ ଘାଟି ତଳେ ଥିବା ନାଳ ପାଣିରେ ନିତ୍ୟକର୍ମ କରିବାକୁ ବାଧ୍ୟ ହେଉଛନ୍ତି। ଗାଁରେ ଗୋଟିଏ ପାଣି ଟାଙ୍କି ଅଛି। ସେଥିରୁ ବର୍ଷା ଦିନେ ଗୋଳିଆ ପାଣି ବାହାରୁଛି। ବାକି ଦିନ ଟାଙ୍କି ଶୁଖିଲା ପଡୁଛି। ସେ ସଂପର୍କରେ ଗାଁ ଲୋକେ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ସବୁଠି ଜଣାଯାଇଛି। ହେଲେ କେହି ଶୁଣୁ ନାହାନ୍ତି କି ଗାଁକୁ ପାଣି ଆସୁନି। ଗାଁ ଲୋକଙ୍କ ଏଭଳି ଅଭିଯୋଗ ଶୁଣି ଗଜପତି ଜିଲ୍ଲାପାଳ କହିଛନ୍ତି, ବିଭାଗୀୟ ଯନ୍ତ୍ରୀ ଗାଁକୁ ଯାଇ ଜଳ ଯନ୍ତ୍ରଣାର ସମାଧାନ କରିବେ। ପ୍ରଶାସନିତ ପ୍ରତିଶ୍ରୁତି ଓ ବିଭାଗୀୟ ଅଧିକାରୀଙ୍କ ପଦକ୍ଷେପରୁ ଅପେକ୍ଷା କରିଛନ୍ତି ରଘୁନାଥପୁର ଗାଁ

ଗାଁରେ ନାହିଁ ପାନୀୟ ଜଳ ଉତ୍ସ: ଘର ଠାରୁ ୨ କିଲୋମିଟର ଗଲେ ମିଳେ ପାଣି

କନକ ବ୍ୟୁରୋ: ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ବି ଅନେକ ଗାଁ ପାଣି ଟୋପାଏ ପାଇଁ ୨ କିଲୋମିଟର ଘାଟି ତଳକୁ ଯାଉଛନ୍ତି। ଗାଁକୁ ପାଣି ଯୋଗାଇଦେବା ପାଇଁ ସମସ୍ତଙ୍କୁ କହି କହି ଥକି ଗଲେ ବି ଜିଲ୍ଲା ପ୍ରଶାସନର ଏଥି ପ୍ରତି ଦୃଷ୍ଟି ନାହିଁ। 

ଗଜପତି ରାୟଗଡ଼ ବ୍ଳକ ଅନ୍ତର୍ଗତ ରଘୁନାଥପୁର ଗାଁ। ଶହେରୁ ଅଧିକ ପରିବାର ବସବାସ କରୁଛନ୍ତି। ଗାଁରେ ପିଇବା ପାଣିର କୌଣସି ସୁବିଧା ନାହିଁ। ଘର ଠାରୁ ୨ କିମି ଦୂର ଘାଟି ତଳେ ବସୁଧା ଯୋଜନାରେ ଗୋଟିଏ ନଳକୂପ ଓ ପାଣି ଟାଙ୍କି କରାଯାଇଛି। ପ୍ରତିଦିନ ଗାଁ ଲୋକେ ଘାଟି ତଳକୁ ଯାଇ ପାଣି ସଂଗ୍ରହ କରୁଛନ୍ତି। ଏବଂ ଘାଟି ତଳେ ଥିବା ନାଳ ପାଣିରେ ନିତ୍ୟକର୍ମ କରିବାକୁ ବାଧ୍ୟ ହେଉଛନ୍ତି।

ଗାଁରେ ଗୋଟିଏ ପାଣି ଟାଙ୍କି ଅଛି। ସେଥିରୁ ବର୍ଷା ଦିନେ ଗୋଳିଆ ପାଣି ବାହାରୁଛି। ବାକି ଦିନ ଟାଙ୍କି ଶୁଖିଲା ପଡୁଛି। ସେ ସଂପର୍କରେ ଗାଁ ଲୋକେ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ସବୁଠି ଜଣାଯାଇଛି। ହେଲେ କେହି ଶୁଣୁ ନାହାନ୍ତି କି ଗାଁକୁ ପାଣି ଆସୁନି। ଗାଁ ଲୋକଙ୍କ ଏଭଳି ଅଭିଯୋଗ ଶୁଣି ଗଜପତି ଜିଲ୍ଲାପାଳ କହିଛନ୍ତି, ବିଭାଗୀୟ ଯନ୍ତ୍ରୀ ଗାଁକୁ ଯାଇ ଜଳ ଯନ୍ତ୍ରଣାର ସମାଧାନ କରିବେ। ପ୍ରଶାସନିତ ପ୍ରତିଶ୍ରୁତି ଓ ବିଭାଗୀୟ ଅଧିକାରୀଙ୍କ ପଦକ୍ଷେପରୁ ଅପେକ୍ଷା କରିଛନ୍ତି ରଘୁନାଥପୁର ଗାଁ ଲୋକେ।