ଗାଁରେ ଫାଙ୍କା ଗୁଳିଚାଳନା କରି ଜଣେ ଗିରଫ
ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକରବାଜୁ ଗାଁରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଅପରପକ୍ଷକୁ ଭୟଭୀତ କରିବାକୁ ଅଭିଯୁକ୍ତ ଦେଶୀ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ନିକଟରୁ ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ। ସୂଚନାନୁଯାୟୀ, ବାଲିଗୁଡ଼ା ଥାନା […] The post ଗାଁରେ ଫାଙ୍କା ଗୁଳିଚାଳନା କରି ଜଣେ ଗିରଫ appeared first on Dharitri Odia News.
ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକରବାଜୁ ଗାଁରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଅପରପକ୍ଷକୁ ଭୟଭୀତ କରିବାକୁ ଅଭିଯୁକ୍ତ ଦେଶୀ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ନିକଟରୁ ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ।
ସୂଚନାନୁଯାୟୀ, ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ଟିକରବାଜୁ ଗ୍ରାମର ଲିଞ୍ଜୁରା ମଲ୍ଲିକ ଏବଂ ଭୀମ ଦିଗାଳଙ୍କ ମଧ୍ୟରେ ଜାଗା ବାଡ଼ି ସମେତ ଆବାସ ଗୃହ ନିର୍ମାଣକୁ ନେଇ କଳହ ଲାଗି ରହିଥିଲା। ଭୀମ ଦିଗାଳ ଆବାସ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଲିଞ୍ଜୁରା ପ୍ରଥମେ ଭୀମ ଦିଗାଳଙ୍କ ନିର୍ମାଣାଧୀନ ପିଲାରଗୁଡ଼ିକ ଟାଙ୍ଗିଆରେ ହାଣି ଦେଇଥିଲେ। ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଗଣ୍ଡଗୋଳ ହୋଇଥିବା ବେଳେ ଭୀମଙ୍କୁ ଭୟଭୀତ କରାଇବା ପାଇଁ ଲାଞ୍ଜୁରା ନିଜ ଦେଶୀ ବନ୍ଧୁକ ଆଣି ସେଥିରୁ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବାଲିଗୁଡ଼ା ଥାନା କେସ୍ ନଂ.୧୬୪/୨୪ରେ ଏକ ମାମଲା ରୁଜୁ କରି ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ଲିଞ୍ଜୁରା ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।
The post ଗାଁରେ ଫାଙ୍କା ଗୁଳିଚାଳନା କରି ଜଣେ ଗିରଫ appeared first on Dharitri Odia News.