ନାଲ୍‌କୋର ସର୍ବକାଳୀନ ଆୟ ରେକର୍ଡ

ଭୁବନେଶ୍ୱର,୧୨।୨ (ଅଭୟ ଦାଶ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନାଲକୋର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳକୁ ମଧ୍ୟ ଘୋଷଣା କରାଯାଇଥିଲା। ୨୦୨୪ ଅକ୍ଟୋବରରୁ ଡିସେମ୍ବର ଶେଷ ସୁଦ୍ଧା ବା ତୃତୀୟ ତ୍ରୈମାସରେ ନାଲକୋର ନିଟ ଲାଭ ୧,୫୮୩ କୋଟି ଟଙ୍କା ହୋଇଥିବା ବେଳେ ବିଗତ […] The post ନାଲ୍‌କୋର ସର୍ବକାଳୀନ ଆୟ ରେକର୍ଡ appeared first on Dharitri Odia News.

ନାଲ୍‌କୋର ସର୍ବକାଳୀନ ଆୟ ରେକର୍ଡ

ଭୁବନେଶ୍ୱର,୧୨।୨ (ଅଭୟ ଦାଶ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନାଲକୋର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳକୁ ମଧ୍ୟ ଘୋଷଣା କରାଯାଇଥିଲା। ୨୦୨୪ ଅକ୍ଟୋବରରୁ ଡିସେମ୍ବର ଶେଷ ସୁଦ୍ଧା ବା ତୃତୀୟ ତ୍ରୈମାସରେ ନାଲକୋର ନିଟ ଲାଭ ୧,୫୮୩ କୋଟି ଟଙ୍କା ହୋଇଥିବା ବେଳେ ବିଗତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଏହି ପରିମାଣ ୪୮୮ କୋଟି ଟଙ୍କା ଥିଲା। ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଶେଷ ସୁଦ୍ଧା ଅଥବା ଏହି ଆର୍ଥିକ ବର୍ଷର ପ୍ରଥମ ୯ ମାସର କାରବାରରୁ ନାଲକୋ ସର୍ବକାଳୀନ ସର୍ବାଧିକ ଆୟ ଓ ଲାଭ ଅର୍ଜନର ରେକର୍ଡ ହାସଲ କରିଛି। ଏ ସମ୍ପର୍କରେ ନାଲକୋ ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି, କାର୍ଯ୍ୟ ପ୍ରଣାଳୀରେ ଉନ୍ନତି, ଖର୍ଚ୍ଚ ହ୍ରାସ ଏବଂ ଉତ୍ପାଦର ଗୁଣବତ୍ତା ବୃଦ୍ଧି କମ୍ପାନୀର ସଫଳତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ତୃତୀୟ ତ୍ରୈମାସିକ ଫଳାଫଳ ମୁଖ୍ୟତଃ କଞ୍ଚାମାଲର ମୂଲ୍ୟ ହ୍ରାସ, ଆଲୁମିନା ଏବଂ ଧାତୁ ବିକ୍ରିରେ ଅଭିବୃଦ୍ଧି ଓ କ୍ୟାପ୍ଟିଭ କୋଇଲା ଖଣିର ଉପଯୋଗ ଯୋଗୁ ସମ୍ଭବ ହୋଇଛି।

The post ନାଲ୍‌କୋର ସର୍ବକାଳୀନ ଆୟ ରେକର୍ଡ appeared first on Dharitri Odia News.