ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ଚାଲିଗଲା ୩୪ ଜୀବନ
ନୂଆଦିଲ୍ଲୀ ୧୨/୦୯: ଗାଜାରେ ଇସ୍ରାଏଲର ବଡ ଧରଣର ଆକ୍ରମଣ । ଗାଜାରେ ଏକ ସ୍କୁଲକୁ ଟାର୍ଗେଟ କରିଛି ଇସ୍ରାଏଲ ସେନା । ଏୟାର ଷ୍ଟ୍ରାଇକ୍ରେ ଚାଲିଯାଇଛି ୩୪ ନିରୀହ ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ଅନେକ ଶିଶୁ ଓ ମହିଳା । ଆଟାକରେ ୧୯ ମହିଳା ଦୁଇ ଜଣ ଶିଶୂ ଥିବା ସୂଚନା । ସେହପରି ଆକ୍ରମଣରେ ୧୮ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଗାଜାରେ ଲଗାତାର ଆକ୍ରମଣ ପରେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହେଉଛି । କେବଳ ସେହି ବିଦ୍ୟାଳୟଗୁଡ଼ିକୁ ସୁରକ୍ଷିତ ବୋଲି ବିବେଚନା କରାଯାଉଛି । ଏହା ପ୍ରଥମ ଘଟଣା ନୁହେଁ ଯେ ଘାଜାରେ ଥିବା ଜାତିସଂଘ ବିଦ୍ୟାଳୟ ଯେଉଁଠାରେ ବିସ୍ଥାପିତମାନେ ରହୁଥିଲେ ସେମାନଙ୍କୁ ଟାର୍ଗେଟ କରାଯାଇଛି । ଏହି ଆକ୍ରମଣ ପରେ ଇସ୍ରାଏଲ ସେନା କହିଛି ଯେ ଏହା ହମାସ୍ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲା, ଯେଉଁମାନେ ନସିରାଟ ଶରଣାର୍ଥୀ ଶିବିରରେ ଅବସ୍ଥିତ ସ୍କୁଲ ଭିତରୁ ଆକ୍ରମଣ ଯୋଜନା କରିଥିଲେ ଏବଂ ଇସ୍ରାଏଲ ଏହି ଆକ୍ରମଣ କରିଥିଲେ। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ସୂଚନା ଦେଇଛନ୍ତି ଯେ ଏହି ଆକ୍ରମଣରେ ପାଲେଷ୍ଟାଇନ ଶରଣାର୍ଥୀ ଏଜେନ୍ସି (UNRWA) ର ୬ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।
ନୂଆଦିଲ୍ଲୀ ୧୨/୦୯: ଗାଜାରେ ଇସ୍ରାଏଲର ବଡ ଧରଣର ଆକ୍ରମଣ । ଗାଜାରେ ଏକ ସ୍କୁଲକୁ ଟାର୍ଗେଟ କରିଛି ଇସ୍ରାଏଲ ସେନା । ଏୟାର ଷ୍ଟ୍ରାଇକ୍ରେ ଚାଲିଯାଇଛି ୩୪ ନିରୀହ ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ଅନେକ ଶିଶୁ ଓ ମହିଳା । ଆଟାକରେ ୧୯ ମହିଳା ଦୁଇ ଜଣ ଶିଶୂ ଥିବା ସୂଚନା । ସେହପରି ଆକ୍ରମଣରେ ୧୮ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
ଗାଜାରେ ଲଗାତାର ଆକ୍ରମଣ ପରେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହେଉଛି । କେବଳ ସେହି ବିଦ୍ୟାଳୟଗୁଡ଼ିକୁ ସୁରକ୍ଷିତ ବୋଲି ବିବେଚନା କରାଯାଉଛି । ଏହା ପ୍ରଥମ ଘଟଣା ନୁହେଁ ଯେ ଘାଜାରେ ଥିବା ଜାତିସଂଘ ବିଦ୍ୟାଳୟ ଯେଉଁଠାରେ ବିସ୍ଥାପିତମାନେ ରହୁଥିଲେ ସେମାନଙ୍କୁ ଟାର୍ଗେଟ କରାଯାଇଛି ।
ଏହି ଆକ୍ରମଣ ପରେ ଇସ୍ରାଏଲ ସେନା କହିଛି ଯେ ଏହା ହମାସ୍ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲା, ଯେଉଁମାନେ ନସିରାଟ ଶରଣାର୍ଥୀ ଶିବିରରେ ଅବସ୍ଥିତ ସ୍କୁଲ ଭିତରୁ ଆକ୍ରମଣ ଯୋଜନା କରିଥିଲେ ଏବଂ ଇସ୍ରାଏଲ ଏହି ଆକ୍ରମଣ କରିଥିଲେ। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ସୂଚନା ଦେଇଛନ୍ତି ଯେ ଏହି ଆକ୍ରମଣରେ ପାଲେଷ୍ଟାଇନ ଶରଣାର୍ଥୀ ଏଜେନ୍ସି (UNRWA) ର ୬ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।