ଗାଜା ଉପରେ ପୁଣି ବର୍ଷିଲା ଇସ୍ରାଏଲ୍‌ ସେନା, ଏୟାର ଷ୍ଟ୍ରାଇକ୍‌ରେ ୧୮ ଜଣଙ୍କ ମୃତ୍ୟୁ

ଇସ୍ରାଏଲ୍ ସେନା ଗାଜା ଉପରେ ଏକ ବଡ଼ ବାୟୁ ଆକ୍ରମଣ କରିଛି । ଏହି ଆକ୍ରମଣରେ ପୁଣି ଗାଜାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଇସ୍ରାଏଲ ସେନା ଶନିବାର ରାତିରେ ଏଠାରେ ବ୍ୟାପକ ଏୟାର ଷ୍ଟ୍ରାଇକ୍‌ କରିଛି, ଯେଉଁଥିରେ ଅତି କମରେ ୧୮ ଜଣ ପ୍ରାଣ ହରାଇଥିବା ସୂଚନା ରହିିଛି । ବହୁ ସଂଖ୍ୟକ ଲୋକ ଏଥିରେ ଆହତ ହୋଇଛନ୍ତି । ରଫାରେ ରାତିସାରା ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଜଣେ ମହିଳା ଓ ତିନି ଶିଶୁଙ୍କ […] The post ଗାଜା ଉପରେ ପୁଣି ବର୍ଷିଲା ଇସ୍ରାଏଲ୍‌ ସେନା, ଏୟାର ଷ୍ଟ୍ରାଇକ୍‌ରେ ୧୮ ଜଣଙ୍କ ମୃତ୍ୟୁ appeared first on KNews Odisha.

ଗାଜା ଉପରେ ପୁଣି ବର୍ଷିଲା ଇସ୍ରାଏଲ୍‌ ସେନା, ଏୟାର ଷ୍ଟ୍ରାଇକ୍‌ରେ ୧୮ ଜଣଙ୍କ ମୃତ୍ୟୁ
gaza

ଇସ୍ରାଏଲ୍ ସେନା ଗାଜା ଉପରେ ଏକ ବଡ଼ ବାୟୁ ଆକ୍ରମଣ କରିଛି । ଏହି ଆକ୍ରମଣରେ ପୁଣି ଗାଜାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଇସ୍ରାଏଲ ସେନା ଶନିବାର ରାତିରେ ଏଠାରେ ବ୍ୟାପକ ଏୟାର ଷ୍ଟ୍ରାଇକ୍‌ କରିଛି, ଯେଉଁଥିରେ ଅତି କମରେ ୧୮ ଜଣ ପ୍ରାଣ ହରାଇଥିବା ସୂଚନା ରହିିଛି । ବହୁ ସଂଖ୍ୟକ ଲୋକ ଏଥିରେ ଆହତ ହୋଇଛନ୍ତି ।

ରଫାରେ ରାତିସାରା ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଜଣେ ମହିଳା ଓ ତିନି ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହିପରି ଅନ୍ୟ ଏକ ଆକ୍ରମଣରେ ଦକ୍ଷିଣ ସହର ଖାନ ୟୁନିସରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଇସ୍ରାଏଲ୍‌ ଆକ୍ରମଣରେ ଗାଜାର ଏକ ଘରେ ରହୁଥିବା ୭ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ କହିଛନ୍ତି ଯେ ଦକ୍ଷିଣ ଗାଜାରେ ସେବା ଯୋଗାଉଥିବା ମୁଖ୍ୟ ଚିକିତ୍ସା କେନ୍ଦ୍ର ‘ନାସିର ହସ୍ପିଟାଲ’ ଗତ ସପ୍ତାହ ଶେଷରେ ଇସ୍ରାଏଲ ଦ୍ୱାରା କରାଯାଇଥିବା ଚଢ଼ାଉ ପରେ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ।

WHO ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଘେବ୍ରେୟେସୁସ୍‌ ‘X’ରେ ଏକ ପୋଷ୍ଟରେ କହିଛନ୍ତି, WHO ଟିମ୍‌କୁ ଶୁକ୍ରବାର କିମ୍ବା ଶନିବାର ଡାକ୍ତରଖାନା ଭିତରକୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ଟିମ୍‌ ରୋଗୀଙ୍କ ଅବସ୍ଥା ଏବଂ ଚିକିତ୍ସା ଆବଶ୍ୟକତା ଆକଳନ କରିବାକୁ ଯାଇଥିଲା । ସେ କହିଛନ୍ତି କି, ଡାକ୍ତରଖାନାରେ ଏବେ ବି ପାଖାପାଖି ୨୦୦ ରୋଗୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଅନ୍ୟ ଡାକ୍ତରଖାନାକୁ ତୁରନ୍ତ ପଠାଇବାର ଆବଶ୍ୟକତା ରହିଛି ।

The post ଗାଜା ଉପରେ ପୁଣି ବର୍ଷିଲା ଇସ୍ରାଏଲ୍‌ ସେନା, ଏୟାର ଷ୍ଟ୍ରାଇକ୍‌ରେ ୧୮ ଜଣଙ୍କ ମୃତ୍ୟୁ appeared first on KNews Odisha.