ଗାଜାରେ ଆଇଡିଏଫର ପ୍ରଚଣ୍ଡ ପ୍ରହାର; ମିସାଇଲ୍ ମାଡ଼ରେ ୨୧୦ ମୃତ, ୪୦୦ ଆହତ
ଗାଜାସିଟି,୦୯/୦୬: ଗାଜାରେ ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣ । ଡେର-ଏଲ୍-ବଲାହ ଓ ନୁସେରତ୍ ଅଞ୍ଚଳର ୧୨ରୁ ଅଧିକ ସ୍ଥାନରେ ଜଳ, ସ୍ଥଳ ଓ ସମୁଦ୍ରରୁ ଘନଘନ ଆକ୍ରମଣ ହୋଇଛି । ଏଥିରେ ୨୧୦ ଜଣ ପ୍ରାଣ ହରାଇଥିଲା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ପିଲା ଥିବା ଜଣାପଡିଛି । ଆହତଙ୍କୁ ଅଲ୍-ଅକ୍ସା ମାର୍ଟିୟାର୍ସ ହସ୍ପିଟଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ସ୍ଥାନର ଅଭାବ ଯୋଗୁ ରାସ୍ତା କଡରେ ମଧ୍ୟ ଅନେକ ଆହତ ପଡିରହିଛନ୍ତି । ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ସେମାନଙ୍କୁ ବଞ୍ଚାଇବା ଲାଗି ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ତୁହାକୁ ତୁହା ବୋମା ମାଡ଼ ଯୋଗୁ ଗୋଟିଏ ପରେ ଗୋଟିଏ ଜୀବନ ଚାଲିଯାଉଛି । ହସ୍ପିଟାଲ ଠାରୁ ଆରମ୍ଭ କରି ରିଲିଫ ଶିବିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଇସ୍ରାଏଲ ସେନା ବୋମାମାଡ଼ କରୁଥିବାରୁ ଲୋକମାନେ କୁଆଡେ ଯିବେ ସ୍ଥିର କରିପାରୁନାହାନ୍ତି । ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମୁଦ ଆବାସ ଇସ୍ରାଏଲର ଏଭଳି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଜାତିସଂଘ ନିରାପତ୍ତା ପରିଷଦର ଜରୁରି ବୈଠକ ଡାକିବାକୁ ଦାବି କରିଛନ୍ତି । ସେ କହିଛନ୍ତି, ତୁରନ୍ତ ଇସ୍ରାଏଲକୁ ଏଭଳି ରକ୍ତପାତରୁ ନିବୃତ୍ତ କରାଯିବା ଉଚିତ୍ । ଗତ ଗୁରୁବାର ନୁସେରତ ଅଞ୍ଚଳରେ ଥିବା ଏକ ରିଲିଫ ଶିବିର ଉପରେ ଇସ୍ରାଏଲ ସେନା ଆକ୍ରମଣ କରିବାରୁ ୪୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ ।
ଗାଜାସିଟି,୦୯/୦୬: ଗାଜାରେ ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣ । ଡେର-ଏଲ୍-ବଲାହ ଓ ନୁସେରତ୍ ଅଞ୍ଚଳର ୧୨ରୁ ଅଧିକ ସ୍ଥାନରେ ଜଳ, ସ୍ଥଳ ଓ ସମୁଦ୍ରରୁ ଘନଘନ ଆକ୍ରମଣ ହୋଇଛି । ଏଥିରେ ୨୧୦ ଜଣ ପ୍ରାଣ ହରାଇଥିଲା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ପିଲା ଥିବା ଜଣାପଡିଛି । ଆହତଙ୍କୁ ଅଲ୍-ଅକ୍ସା ମାର୍ଟିୟାର୍ସ ହସ୍ପିଟଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ସ୍ଥାନର ଅଭାବ ଯୋଗୁ ରାସ୍ତା କଡରେ ମଧ୍ୟ ଅନେକ ଆହତ ପଡିରହିଛନ୍ତି । ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ସେମାନଙ୍କୁ ବଞ୍ଚାଇବା ଲାଗି ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ତୁହାକୁ ତୁହା ବୋମା ମାଡ଼ ଯୋଗୁ ଗୋଟିଏ ପରେ ଗୋଟିଏ ଜୀବନ ଚାଲିଯାଉଛି ।
ହସ୍ପିଟାଲ ଠାରୁ ଆରମ୍ଭ କରି ରିଲିଫ ଶିବିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଇସ୍ରାଏଲ ସେନା ବୋମାମାଡ଼ କରୁଥିବାରୁ ଲୋକମାନେ କୁଆଡେ ଯିବେ ସ୍ଥିର କରିପାରୁନାହାନ୍ତି । ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମୁଦ ଆବାସ ଇସ୍ରାଏଲର ଏଭଳି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଜାତିସଂଘ ନିରାପତ୍ତା ପରିଷଦର ଜରୁରି ବୈଠକ ଡାକିବାକୁ ଦାବି କରିଛନ୍ତି । ସେ କହିଛନ୍ତି, ତୁରନ୍ତ ଇସ୍ରାଏଲକୁ ଏଭଳି ରକ୍ତପାତରୁ ନିବୃତ୍ତ କରାଯିବା ଉଚିତ୍ । ଗତ ଗୁରୁବାର ନୁସେରତ ଅଞ୍ଚଳରେ ଥିବା ଏକ ରିଲିଫ ଶିବିର ଉପରେ ଇସ୍ରାଏଲ ସେନା ଆକ୍ରମଣ କରିବାରୁ ୪୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଏହି ଆକ୍ରମଣରେ ୧୭ଜଣ ହମାସ ଆତଙ୍କୀ ନିପାତ ହୋଇଥିବା ଇସ୍ରାଏଲ ଦାବି କରିଥିଲା। ହେଲେ ତା’ର ଏହି ଦାବିକୁ ପାଲେଷ୍ଟାଇନ ଖଣ୍ଡନ କରିଛି ।