ଗାଜାରେ ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଦେଇର ଅଲ୍‌-ବଲାହ,୨୩ା୧୨: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏଥିରେ ୫ ପିଲାଙ୍କ ସମେତ ଅନୂ୍ୟନ ୨୦ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ କର୍ତ୍ତୃପକ୍ଷ ଇତିମଧ୍ୟରେ କ୍ୟାଥୋଲିକ୍‌ ଚର୍ଚ୍ଚର ନେତା କାର୍ଡିନାଲ ପିଏରବାତ୍ତିସ୍ତା ପିଜ୍ଜାବାଲ୍ଲାଙ୍କୁ ଗାଜାରେ ପ୍ରବେଶ କରି ସେଠାର ଖ୍ରୀଷ୍ଟିଆନ୍‌ମାନଙ୍କ ସହ କ୍ରିସ୍‌ମସ୍‌ ପୂର୍ବ ଉତ୍ସବ ପାଳନ ଲାଗି ଅନୁମତି ଦେଇଛନ୍ତି। ଗାଜା ସିଟିର ବିସ୍ଥାପିତମାନେ ରହିଥିବା ଏକ ସ୍କୁଲ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଯୋଗୁ ୪ ପିଲାଙ୍କ ସମେତ […] The post ଗାଜାରେ ଏୟାରଷ୍ଟ୍ରାଇକ୍‌: ୨୦ ମୃତ appeared first on Dharitri Odia News.

ଗାଜାରେ ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଦେଇର ଅଲ୍‌-ବଲାହ,୨୩ା୧୨: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏଥିରେ ୫ ପିଲାଙ୍କ ସମେତ ଅନୂ୍ୟନ ୨୦ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ କର୍ତ୍ତୃପକ୍ଷ ଇତିମଧ୍ୟରେ କ୍ୟାଥୋଲିକ୍‌ ଚର୍ଚ୍ଚର ନେତା କାର୍ଡିନାଲ ପିଏରବାତ୍ତିସ୍ତା ପିଜ୍ଜାବାଲ୍ଲାଙ୍କୁ ଗାଜାରେ ପ୍ରବେଶ କରି ସେଠାର ଖ୍ରୀଷ୍ଟିଆନ୍‌ମାନଙ୍କ ସହ କ୍ରିସ୍‌ମସ୍‌ ପୂର୍ବ ଉତ୍ସବ ପାଳନ ଲାଗି ଅନୁମତି ଦେଇଛନ୍ତି।
ଗାଜା ସିଟିର ବିସ୍ଥାପିତମାନେ ରହିଥିବା ଏକ ସ୍କୁଲ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଯୋଗୁ ୪ ପିଲାଙ୍କ ସମେତ ୮ ଜଣ ପ୍ରାଣ ହରାଇଛନ୍ତି। ତେବେ ହମାସ୍‌ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ଉପରେ ଆକ୍ରମଣ କରାଯାଇଥିବା ଇସ୍ରାଏଲୀ ସେନା କହିଛି। ସେହିପରି ଶନିବାର ବିଳମ୍ବିତ ରାତିରେ ଦେଇର୍‌ ଅଲ୍‌-ବଲାହର ଏକ ଘର ଉପରେ ଆକ୍ରମଣ ଯୋଗୁ ୩ ମହିଳା ଓ ୨ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଖାନ୍‌ ୟୁନିସ୍‌ ସହରରେ ଆକ୍ରମଣ ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗାଜା ସିଟିରେ ଏକ କାର୍‌ ଉପରେ ଆକ୍ରମଣ ହେବାରୁ ୨ ଜଣ ନିହତ ହୋଇଛନ୍ତି।

The post ଗାଜାରେ ଏୟାରଷ୍ଟ୍ରାଇକ୍‌: ୨୦ ମୃତ appeared first on Dharitri Odia News.