ଗାଜାରେ ଶୀଘ୍ର ଲାଗୁ ହେବ ଯୁଦ୍ଧବିରତି, UNSCରେ ପ୍ରସ୍ତାବ ପାରିତ, ଭୋଟିଂରୁ ଦୂରେଇ ରହିଲା ଆମେରିକା
ନୂଆଦିଲ୍ଲୀ: ଗାଜାରେ ଯୁଦ୍ଧବିରତିକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ପାରିତ ହୋଇଛି । ଆମେରିକା ଏହି ପ୍ରସ୍ତାବରେ ମତଦାନ କରି ନାହିଁ । ପ୍ରସ୍ତାବ ସପକ୍ଷରେ ସମୁଦାୟ ୧୪ଟି ଭୋଟ ପଡ଼ିଥିଲା । ଜାତିଂସଘ ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ ଏହି ପ୍ରସ୍ତାବକୁ ନିଶ୍ଚିତ ଲାଗୁ କରାଯିବା ଦରକାର ।ଗୁଟେରେସ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, 'ସୁରକ୍ଷା ପରିଷଦ ଗାଜାରେ ବହୁପ୍ରତୀକ୍ଷିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଯେଉଁଥିରେ ତତ୍କାଳ ଯୁଦ୍ଧବିରତି ଏବଂ ସମସ୍ତ ବନ୍ଧକଙ୍କୁ ତତ୍କାଳ ବିନା ସର୍ତ୍ତରେ ମୁକ୍ତ କରିବା ପାଇଁ ଦାବି କରାଯାଇଛି ।' ସେ କହିଛନ୍ତି, 'ଏହି ପ୍ରସ୍ତାବକୁ ଲାଗୁ କରାଯିବା ଦରକାର । ବିଫଳତା କ୍ଷମା ଯୋଗ୍ୟ ହେବ ନାହିଁ ।'The Security Council just approved a long-awaited resolution on Gaza, demanding an immediate ceasefire, and the immediate and unconditional release of all hostages.This resolution must be implemented. Failure would be unforgivable.— António Guterres (@antonioguterres) March 25, 2024ଆମେରିକା ଲଗାତାର ଗାଜାରେ ବନ୍ଦୀ ଲୋକଙ୍କ ମୁକ୍ତି ପାଇଁ ଦାବି କରି ଆସୁଛି । ତେବେ ୟୁଏନସସିରୁ ପାରିତ ପ୍ରସ୍ତାବରେ ସେହି ବନ୍ଧକଙ୍କ ମୁକ୍ତି ପାଇଁ ଦାବି କରାଯାଇଥିଲା କିନ୍ତୁ ଆମେରିକା ଏହା ଉପରେ ଭୋଟିଂ କରିବାଠାରୁ ଦୂ
ନୂଆଦିଲ୍ଲୀ: ଗାଜାରେ ଯୁଦ୍ଧବିରତିକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ପାରିତ ହୋଇଛି । ଆମେରିକା ଏହି ପ୍ରସ୍ତାବରେ ମତଦାନ କରି ନାହିଁ । ପ୍ରସ୍ତାବ ସପକ୍ଷରେ ସମୁଦାୟ ୧୪ଟି ଭୋଟ ପଡ଼ିଥିଲା । ଜାତିଂସଘ ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ ଏହି ପ୍ରସ୍ତାବକୁ ନିଶ୍ଚିତ ଲାଗୁ କରାଯିବା ଦରକାର ।
ଗୁଟେରେସ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, 'ସୁରକ୍ଷା ପରିଷଦ ଗାଜାରେ ବହୁପ୍ରତୀକ୍ଷିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଯେଉଁଥିରେ ତତ୍କାଳ ଯୁଦ୍ଧବିରତି ଏବଂ ସମସ୍ତ ବନ୍ଧକଙ୍କୁ ତତ୍କାଳ ବିନା ସର୍ତ୍ତରେ ମୁକ୍ତ କରିବା ପାଇଁ ଦାବି କରାଯାଇଛି ।' ସେ କହିଛନ୍ତି, 'ଏହି ପ୍ରସ୍ତାବକୁ ଲାଗୁ କରାଯିବା ଦରକାର । ବିଫଳତା କ୍ଷମା ଯୋଗ୍ୟ ହେବ ନାହିଁ ।'
The Security Council just approved a long-awaited resolution on Gaza, demanding an immediate ceasefire, and the immediate and unconditional release of all hostages.
This resolution must be implemented. Failure would be unforgivable.— António Guterres (@antonioguterres) March 25, 2024
ଆମେରିକା ଲଗାତାର ଗାଜାରେ ବନ୍ଦୀ ଲୋକଙ୍କ ମୁକ୍ତି ପାଇଁ ଦାବି କରି ଆସୁଛି । ତେବେ ୟୁଏନସସିରୁ ପାରିତ ପ୍ରସ୍ତାବରେ ସେହି ବନ୍ଧକଙ୍କ ମୁକ୍ତି ପାଇଁ ଦାବି କରାଯାଇଥିଲା କିନ୍ତୁ ଆମେରିକା ଏହା ଉପରେ ଭୋଟିଂ କରିବାଠାରୁ ଦୂରେଇ ରହିଛି । ଆମେରିକା ଏହା ପୂର୍ବରୁ ବି ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଆଗତ କରିଥିଲା, ଯାହାକୁ ରୁଷ ଏବଂ ଚୀନ ଭିଟୋ ଲଗାଇଥିଲେ । ସେହି ପ୍ରସ୍ତାବରେ ତତ୍କାଳ ଏବଂ ନିରନ୍ତର ଯୁଦ୍ଧବିରତି ପାଇଁ ଦାବି କରାଯାଇଥିଲା ।
ଗାଜାରେ ଯୁଦ୍ଧବିରତି ଦାବି କରୁଥିବା ପ୍ରସ୍ତାବ ଉପରେ ଆମେରିକା ଭିଟୋ ନଲଗାଇବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଅସନ୍ତୋଷ ଜାହିର କରିଛନ୍ତି । ସେ କହିଛନ୍ତି ଯେ ଯୁଦ୍ଧବିରତି ପାଇଁ ୟୁଏନଏସସିର ପ୍ରସ୍ତାବ ଉପରେ ଭିଟୋ ନଲଗାଇବା ଉପରେ ୱାଶିଂଟନରେ ଯୋଜନା ଅନୁସାରେ ପ୍ରତିନିଧିମଣ୍ଡଳ ପଠାଇବ ନାହିଁ ।