ଗାଜାରେ ହୋଇପାରେ ଯୁଦ୍ଧ ବିରତି : ନେତନ୍ୟାହୁ କହିଲେ– ଟ୍ରମ୍ପଙ୍କ ଦୂତଙ୍କର ନୂଆ ପ୍ରସ୍ତାବକୁ ଅନୁମୋଦନ
ଗାଜା : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଯେ, ତାଙ୍କ ସରକାର ଆମେରିକାର ମଧ୍ୟ-ପୂର୍ବ ଶାନ୍ତି ଦୂତ ଷ୍ଟିଭ୍ ୱିଟକାଫ୍ଙ୍କ ଦ୍ୱାରା ପ୍ରସ୍ତୁତ ଏକ ନୂଆ ଯୁଦ୍ଧବିରାମ ପ୍ରସ୍ତାବକୁ ସ୍ୱୀକାର କରି ନେଇଛନ୍ତି। ପାଲେଷ୍ଟାଇନ ସଙ୍ଗଠନ ହମାସ ସ୍ପଷ୍ଟ କରିଛି ଯେ, ତାକୁ ଏହି ନୂଆ ପ୍ରସ୍ତାବ ମଧ୍ୟସ୍ଥିଙ୍କ ମାଧ୍ୟମରେ ପ୍ରାପ୍ତ ହୋଇଛି ଏବଂ ସେ ଏହା ଉପରେ ଗୁରୁତର ସହ ବିଚାର କରୁଛି। ନ୍ୟୁଜ୍ ଏଜେନ୍ସି ରୟଟର୍ସ ଗୁରୁବାର ଇସ୍ରାଏଲୀୟ ମିଡ଼ିଆ ଅନୁସାରେ, ଏହି ସୂଚନା ଦେଇଛି। ରିପୋର୍ଟ ମୁତାବିକ, ଆମେରିକୀୟ ଦୂତ ଷ୍ଟିଭ୍ ୱିଟକାଫ୍ ବୁଧବାର ୱାଶିଂଟନରେ କହିଛନ୍ତି , ଏହି କଥାକୁ ନେଇ ମୋର ଭଲ ଭାବନା ଯେ , ଆମେ ଏକ ଅସ୍ଥାୟୀ ଯୁଦ୍ଧବିରାମ ଓ ଏକ ଦୀର୍ଘକାଳିନ ଶାନ୍ତିପୂର୍ଣ୍ଣ ସମାଧାନର ଦିଗରେ ବଢି ପାରୁ । ୱିଟକାଫଙ୍କ ଯୁଦ୍ଧବିରତି ପ୍ରସ୍ତାବ କଣ ?ଏହି ପ୍ରସ୍ତାବ ସରକାରୀ ଭାବେ ସାର୍ବଜନିକ କରାଯାଇ ନାହିଁ, କିନ୍ତୁ ଆସୋସିଏଟେଡ୍ ପ୍ରେସ୍(ଏପି)କୁ ଜଣେ ହମାସ ଅଧିକାରୀ ଓ ଜଣେ ମିଶର ଅଧିକାରୀ କିଛି ପ୍ରମୁଖ ଦିଗର ସ୍ପଷ୍ଟ କରିଛନ୍ତି।- ୬୦ ଦିନର ଯୁଦ୍ଧବିରତିର ଯୋଜନା, ଯେଉଁଥିରେ ଦୁଇ ପକ୍ଷ ଲଢେଇ ରୋକିବେ।- ଏହି ସମୟରେ ଗୁରୁତର ବାର୍ତ୍ତାର ଗାରେଣ୍ଟି ଦିଆ ଯାଇଛି, ଯାହାକି ଏକ ସ୍ଥାୟୀ ସଂଘର୍ଷ ବିରତିର ମୂଳଦୁଆ ରଖାଯାଇ ପାରିବ।- ଏହା ମଧ୍ୟ ଆଶ୍ୱାସନା ଦିଆଯାଇଛି ଯେ, ବନ୍ଧକଙ୍କ ମୁକ୍ତି ପରେ ଇସ୍ରାଏଲ
ଗାଜା : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଯେ, ତାଙ୍କ ସରକାର ଆମେରିକାର ମଧ୍ୟ-ପୂର୍ବ ଶାନ୍ତି ଦୂତ ଷ୍ଟିଭ୍ ୱିଟକାଫ୍ଙ୍କ ଦ୍ୱାରା ପ୍ରସ୍ତୁତ ଏକ ନୂଆ ଯୁଦ୍ଧବିରାମ ପ୍ରସ୍ତାବକୁ ସ୍ୱୀକାର କରି ନେଇଛନ୍ତି। ପାଲେଷ୍ଟାଇନ ସଙ୍ଗଠନ ହମାସ ସ୍ପଷ୍ଟ କରିଛି ଯେ, ତାକୁ ଏହି ନୂଆ ପ୍ରସ୍ତାବ ମଧ୍ୟସ୍ଥିଙ୍କ ମାଧ୍ୟମରେ ପ୍ରାପ୍ତ ହୋଇଛି ଏବଂ ସେ ଏହା ଉପରେ ଗୁରୁତର ସହ ବିଚାର କରୁଛି। ନ୍ୟୁଜ୍ ଏଜେନ୍ସି ରୟଟର୍ସ ଗୁରୁବାର ଇସ୍ରାଏଲୀୟ ମିଡ଼ିଆ ଅନୁସାରେ, ଏହି ସୂଚନା ଦେଇଛି। ରିପୋର୍ଟ ମୁତାବିକ, ଆମେରିକୀୟ ଦୂତ ଷ୍ଟିଭ୍ ୱିଟକାଫ୍ ବୁଧବାର ୱାଶିଂଟନରେ କହିଛନ୍ତି , ଏହି କଥାକୁ ନେଇ ମୋର ଭଲ ଭାବନା ଯେ , ଆମେ ଏକ ଅସ୍ଥାୟୀ ଯୁଦ୍ଧବିରାମ ଓ ଏକ ଦୀର୍ଘକାଳିନ ଶାନ୍ତିପୂର୍ଣ୍ଣ ସମାଧାନର ଦିଗରେ ବଢି ପାରୁ ।
ୱିଟକାଫଙ୍କ ଯୁଦ୍ଧବିରତି ପ୍ରସ୍ତାବ କଣ ?
ଏହି ପ୍ରସ୍ତାବ ସରକାରୀ ଭାବେ ସାର୍ବଜନିକ କରାଯାଇ ନାହିଁ, କିନ୍ତୁ ଆସୋସିଏଟେଡ୍ ପ୍ରେସ୍(ଏପି)କୁ ଜଣେ ହମାସ ଅଧିକାରୀ ଓ ଜଣେ ମିଶର ଅଧିକାରୀ କିଛି ପ୍ରମୁଖ ଦିଗର ସ୍ପଷ୍ଟ କରିଛନ୍ତି।
- ୬୦ ଦିନର ଯୁଦ୍ଧବିରତିର ଯୋଜନା, ଯେଉଁଥିରେ ଦୁଇ ପକ୍ଷ ଲଢେଇ ରୋକିବେ।
- ଏହି ସମୟରେ ଗୁରୁତର ବାର୍ତ୍ତାର ଗାରେଣ୍ଟି ଦିଆ ଯାଇଛି, ଯାହାକି ଏକ ସ୍ଥାୟୀ ସଂଘର୍ଷ ବିରତିର ମୂଳଦୁଆ ରଖାଯାଇ ପାରିବ।
- ଏହା ମଧ୍ୟ ଆଶ୍ୱାସନା ଦିଆଯାଇଛି ଯେ, ବନ୍ଧକଙ୍କ ମୁକ୍ତି ପରେ ଇସ୍ରାଏଲ ପୁଣି ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ ନାହିଁ, ଯେମିତି ମାର୍ଚ୍ଚରେ କରାଯାଇ ଥିଲା।
- ଇସ୍ରାଏଲୀୟ ସେନାମାନେ ସେହି ସ୍ଥାନକୁ ଫେରିବେ, ଯିଏ ପ୍ରଥମ ଥର ଯୁଦ୍ଧବିରତି ବେଳେ ଥିଲେ।
- ହମାସ ପକ୍ଷରୁ ୬୦ଦିନର ଅବଧିରେ ୧୦ଜଣ ଜୀବିତ ବନ୍ଧକ ଓ କିଛି ମୃତଦେହକୁ ମୁକ୍ତ କରାଯିବ। ଏହା ବଦଳରେ ଇସ୍ରାଏଲ ୧,୧୦୦ରୁ ଅଧିକ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିବ, ଯେଉଁଥିରେ ୧୦୦ ଏମିତି କଏଦୀ ଯିଏ ଦୀର୍ଘ କାରାଦଣ୍ଡର ସଜା କାଟୁଛନ୍ତି ଏବଂ ଯାହାଙ୍କ ଉପରେ ଘାତକ ହମଲାର ଦୋଷ ସାବ୍ୟସ୍ତ ହୋଇ ସାରିଛି।
ଇସ୍ରାଏଲୀୟ ନେତୃତ୍ୱ ପୂର୍ବରୁ ହିଁ ସ୍ପଷ୍ଟ କରି ଦେଇଛନ୍ତି ଯେ, ତାଙ୍କର ଉଦ୍ଦେଶ୍ୟ ଗାଜା ପଟ୍ଟିରେ ନିୟନ୍ତ୍ରଣ ସ୍ଥାପିତ କରିବା ଏବଂ ହମାସ ନଷ୍ଟ କରିବା , ନିରସ୍ତ୍ର କରିବା , କିମ୍ୱା ଗାଜାରୁ ବିତାଡିତ କରିବା। ଏହାସହ ସେ ୭ ଅକ୍ଟୋବର ୨୦୨୩ର ହମଲା ବେଳେ ଧରା ପଡ଼ିଥିବା ଏବେ ଜୀବିତ ୫୮ ବନ୍ଧକଙ୍କୁ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି।
ଉଲ୍ଲେଖନୀୟ ଯେ, ହମାସ ନେତୃତ୍ୱାଧୀନ ଆତଙ୍କବାଦୀମାନେ ଏହି ହମଲାରେ ପାଖାପାଖି ୧,୨୦୦ ଜଣ ଲୋକଙ୍କ ହତ୍ୟା କରିଥିଲେ, ଯେଉଁଥିରେ ଅଧିକାଂଶ ନାଗରିକ ଥିଲେ ଏବଂ ୨୫୧ ଜଣ ଲୋକଙ୍କୁ ବନ୍ଧକ କରାଯାଇ ଥିଲା। ଏହାର ଜବାବରେ ଇସ୍ରାଏଲ ଦ୍ୱାରା ଚାଲିଥିବା ଅଭିଯାନରେ ଏବେସୁଦ୍ଧା ୫୪,୦୦୦ରୁ ଅଧିକ ପାଲେଷ୍ଟାଇନ ଲୋକଙ୍କ ମୃତ୍ୟୁ ହୋଇ ସାରିଛି , ଯେଉଁଥିରେ ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁସାରେ ନାଗରିକ ଓ ଯୋଦ୍ଧା ସାମିଲ ଅଛନ୍ତି।