ଗାଡ଼ି ଅଟକାଇ ଖାଦ୍ୟ ମାଗୁଛି ହାତୀ
କଲମ୍ବୋ: ଗତ କିଛିଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ହାତୀ ରାସ୍ତା ଦେଇ ଯାଉଥିବା କାର୍, ବସ୍ ଏବଂ ବଡ଼ ଯାନବାହନଗୁଡ଼ିକୁ ଅଟକାଇ ସେମାନଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ମାଗୁଛି। ଶ୍ରୀଲଙ୍କାର ବୁଟ୍ଟାଲା-କାଟାରାଗାମା ରାସ୍ତାରେ ଏହି ବିଶାଳ ଏବଂ ବଣୁଆ ହାତୀ ପ୍ରତ୍ୟେକ ଦିନ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ଯାତ୍ରୀଙ୍କଠାରୁ ଖାଦ୍ୟ ସାମଗ୍ରୀ ସଂଗ୍ରହ କରୁଥିବା ଜଣାପଡ଼ିଛି। ୪୦ ବର୍ଷ ବୟସର ଏହି ହାତୀ ରାଜା ନାମରେ ପରିଚିତ ବୋଲି ସ୍ଥାନୀୟ […] The post ଗାଡ଼ି ଅଟକାଇ ଖାଦ୍ୟ ମାଗୁଛି ହାତୀ appeared first on Dharitri Odia News.
କଲମ୍ବୋ: ଗତ କିଛିଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ହାତୀ ରାସ୍ତା ଦେଇ ଯାଉଥିବା କାର୍, ବସ୍ ଏବଂ ବଡ଼ ଯାନବାହନଗୁଡ଼ିକୁ ଅଟକାଇ ସେମାନଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ମାଗୁଛି। ଶ୍ରୀଲଙ୍କାର ବୁଟ୍ଟାଲା-କାଟାରାଗାମା ରାସ୍ତାରେ ଏହି ବିଶାଳ ଏବଂ ବଣୁଆ ହାତୀ ପ୍ରତ୍ୟେକ ଦିନ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ଯାତ୍ରୀଙ୍କଠାରୁ ଖାଦ୍ୟ ସାମଗ୍ରୀ ସଂଗ୍ରହ କରୁଥିବା ଜଣାପଡ଼ିଛି। ୪୦ ବର୍ଷ ବୟସର ଏହି ହାତୀ ରାଜା ନାମରେ ପରିଚିତ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ହାତୀଟି ରାସ୍ତାପାର୍ଶ୍ୱରେ ଛିଡା ହୋଇ ରହିବା ସହ ଯେକୌଣସି ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକୁ ଅଟକାଉଛି ଏବଂ ତୁରନ୍ତ କିଛି ଖାଇବାକୁ ଦାବି କରୁଛି। ସେ ଡ୍ରାଇଭରମାନଙ୍କୁ ନିଜ ଶୁଣ୍ଢ ବଢ଼ାଇ ଖାଇବାକୁ ମାଗୁଛି ଏବଂ ଖାଦ୍ୟ ପାଇଯିବା ପରେ ରାଜା ଗାଡ଼ିଗୁଡ଼ିକୁ ଆଗକୁ ବଢ଼ିବାକୁ ଅନୁମତି ପ୍ରଦାନ କରୁଛି।
The post ଗାଡ଼ି ଅଟକାଇ ଖାଦ୍ୟ ମାଗୁଛି ହାତୀ appeared first on Dharitri Odia News.