ଗାଡ଼ି ଯାଞ୍ଚ ପୋଲିସ କାମ ନୁହେଁ: ବସ-ଟ୍ରକ ମାଲିକ ସଂଘ

ଭୁବନେଶ୍ୱର,୩।୬: ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ ନେଇ ପୋଲିସକୁ ଅଧିକ କ୍ଷମତା ଦେବା ପ୍ରସ୍ତାବକୁ ଘରୋଇ ବସ୍‌ ଏବଂ ଟ୍ରକ ମାଲିକ ସଂଘ ପକ୍ଷରୁ ମଙ୍ଗଳବାର ବିରୋଧ କରାଯାଇଛି। ଏହାଦ୍ବାରା ଗାଡ଼ି ଚାଳକ ଅସୁବିଧାରେ ପଡ଼ିବେ, ପୋଲିସ ଜୁଲମ ବଢ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରିକି ପୋଲିସ କ୍ଷମତାର ଅପବ୍ୟବହାର କରିବ ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ପୋଲିସ ବେଆଇନ ଚାଲାଣ କାଟିବାର ନଜିର ରହିଛି। ପରିବହନ ବିଭାଗ ତା କାମ କରୁ, […] The post ଗାଡ଼ି ଯାଞ୍ଚ ପୋଲିସ କାମ ନୁହେଁ: ବସ-ଟ୍ରକ ମାଲିକ ସଂଘ appeared first on Dharitri Odia News.

ଗାଡ଼ି ଯାଞ୍ଚ ପୋଲିସ କାମ ନୁହେଁ: ବସ-ଟ୍ରକ ମାଲିକ ସଂଘ

ଭୁବନେଶ୍ୱର,୩।୬: ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ ନେଇ ପୋଲିସକୁ ଅଧିକ କ୍ଷମତା ଦେବା ପ୍ରସ୍ତାବକୁ ଘରୋଇ ବସ୍‌ ଏବଂ ଟ୍ରକ ମାଲିକ ସଂଘ ପକ୍ଷରୁ ମଙ୍ଗଳବାର ବିରୋଧ କରାଯାଇଛି। ଏହାଦ୍ବାରା ଗାଡ଼ି ଚାଳକ ଅସୁବିଧାରେ ପଡ଼ିବେ, ପୋଲିସ ଜୁଲମ ବଢ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରିକି ପୋଲିସ କ୍ଷମତାର ଅପବ୍ୟବହାର କରିବ ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି।

ପୋଲିସ ବେଆଇନ ଚାଲାଣ କାଟିବାର ନଜିର ରହିଛି। ପରିବହନ ବିଭାଗ ତା କାମ କରୁ, ପୋଲିସ ଆଇନଶୃଙ୍ଖଳା ଦେଖୁ। ଗାଡ଼ି ଯାଞ୍ଚ କରିବା ପୋଲିସର କାମ ନୁହେଁ ବୋଲି ସଂଘ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି। ଯଦି ସରକାର ଏପରି କିଛି ନିଷ୍ପତ୍ତି ନିଅନ୍ତି ତା’ହେଲେ ଆନ୍ଦୋଳନ କରିବୁ ବୋଲି ବସ୍‌ ଏବଂ ଟ୍ରକ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

The post ଗାଡ଼ି ଯାଞ୍ଚ ପୋଲିସ କାମ ନୁହେଁ: ବସ-ଟ୍ରକ ମାଲିକ ସଂଘ appeared first on Dharitri Odia News.