ଦିଲ୍ଲୀରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଉପରେ ଆକ୍ରମଣ, ପଦଯାତ୍ରା ସମୟରେ…

ନୂଆଦିଲ୍ଲୀ,୩୦।୧୧: ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ପ୍ରମୁଖ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ଆକ୍ରମଣ। ତାଙ୍କ ଉପରେ କେହି ଜଣେ ତରଳ ପଦାର୍ଥ ଫିଙ୍ଗିଛନ୍ତି। ହେଲେ ସୌଭାଗ୍ୟବଶତଃ ସେ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଏହି ସମୟରେ କେଜ୍‌ରିଓ୍ବାଲଙ୍କ ସହ ଉପସ୍ଥିତ ଲୋକେ ଅଭିଯୁକ୍ତଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି। ଏହି ଘଟଣା ସମ୍ପର୍କରେ ଦଳ ଭାଜପାର ବହୁ ବରିଷ୍ଠ ନେତାଙ୍କ ଉପରେ ଅଭିଯୋଗ […] The post ଦିଲ୍ଲୀରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଉପରେ ଆକ୍ରମଣ, ପଦଯାତ୍ରା ସମୟରେ… appeared first on Dharitri Odia News.

ଦିଲ୍ଲୀରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଉପରେ ଆକ୍ରମଣ, ପଦଯାତ୍ରା ସମୟରେ…

ନୂଆଦିଲ୍ଲୀ,୩୦।୧୧: ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ପ୍ରମୁଖ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ଆକ୍ରମଣ। ତାଙ୍କ ଉପରେ କେହି ଜଣେ ତରଳ ପଦାର୍ଥ ଫିଙ୍ଗିଛନ୍ତି। ହେଲେ ସୌଭାଗ୍ୟବଶତଃ ସେ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଏହି ସମୟରେ କେଜ୍‌ରିଓ୍ବାଲଙ୍କ ସହ ଉପସ୍ଥିତ ଲୋକେ ଅଭିଯୁକ୍ତଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି। ଏହି ଘଟଣା ସମ୍ପର୍କରେ ଦଳ ଭାଜପାର ବହୁ ବରିଷ୍ଠ ନେତାଙ୍କ ଉପରେ ଅଭିଯୋଗ ଆଣିଛି। ଆପ୍‌ ପକ୍ଷରୁ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇ ଏହାକୁ ଭାଜପାର ଷଡ଼ଯନ୍ତ୍ର ବୋଲି କୁହାଯାଇଛି।

କହିରଖୁଛୁ, କେଜ୍‌ରିଓ୍ବାଲ ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଗ୍ରେଟର କୈଳାଶରେ ପଦଯାତ୍ରାରେ ବାହାରିଥିଲେ। ଏହି ସମୟରେ ତାଙ୍କ ସହ ବହୁତ ସମର୍ଥକ ଉପସ୍ଥିତ ଥିଲେ। କେଜ୍‌ରିଓ୍ବାଲ ଲୋକଙ୍କ ସହ ହାତ ମିଳାଇ ଆଗକୁ ଚାଲିଥିଲେ। ହେଲେ ଜଣେ ଯୁବକ ଭେଟିବାର ବାହାନା କରି ଆସି ତାଙ୍କ ଉପରକୁ ତରଳ ପଦାର୍ଥ ଫିଙ୍ଗିଥିଲେ।
କେଜ୍‌ରିଓ୍ବାଲଙ୍କ ସହ ଚାଲୁଥିବା ସମର୍ଥକମାନେ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ନିର୍ଧୁମ ଛେଚି ଥିଲେ। ପରେ କେଜ୍‌ରିଓ୍ବାଲ ନିଜେ ଅଭିଯୁକ୍ତଙ୍କୁ ଛଡ଼ାଇ ପୋଲିସର ଜିମା ଦେଇଥିଲେ। ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ନେଇ ପଚରାଉଚରା କରାଯାଉଛି।

ଆପ୍‌ କହିଛି ଯେ, ଏହି ଆକ୍ରମଣ ଦିଲ୍ଲୀର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଦିଲ୍ଲୀରେ ଗୁଣ୍ଡାଙ୍କ ପ୍ରାର୍ଦୁଭାବ ବଢ଼ୁଛି। ଦେଶର ରାଜଧାନୀରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁରକ୍ଷିତ ନାହାନ୍ତି ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ। ନିଜେ କେଜରିଓ୍ବାଲ ମଧ୍ୟ ଆଇନ ବ୍ୟବସ୍ଥାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି।

The post ଦିଲ୍ଲୀରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଉପରେ ଆକ୍ରମଣ, ପଦଯାତ୍ରା ସମୟରେ… appeared first on Dharitri Odia News.