ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩% ଆସନରେ ଟିକେଟ୍ ଦେବ ବିଜେଡି: କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର,୮।୩: ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ବିଜୁ ଜନତା ଦଳ(ବିଜେଡି) ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ମଧ୍ୟରେ ବଡ ବୟାନ ଦେଇଛନ୍ତି ଫାଇଭ ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ନିର୍ବାଚନ ଭଳି ଆଗାମୀ ଲୋକସଭା ନିର୍ବାଚନରେ ମଧ୍ୟ ମହିଳାଙ୍କୁ ଏକ ତୃତୀୟାଂଶ ଆସନରେ ଟିକେଟ୍ ଦେବ ବୋଲି ଅନ୍ତର୍ଜାତୀୟ ମହିଳା ଦିବସରେ ସେ ଘୋଷଣା କରିଛନ୍ତି। ଶୁକ୍ରବାର ଶଙ୍ଖ ଭବନରେ ଦଳର ମହିଳା ନେତ୍ରୀ ମାନଙ୍କୁ ସମ୍ବୋଧନ କରିବା ସମୟରେ […] The post ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩% ଆସନରେ ଟିକେଟ୍ ଦେବ ବିଜେଡି: କାର୍ତ୍ତିକ ପାଣ୍ଡିଆନ appeared first on Dharitri Odia News.
ଭୁବନେଶ୍ୱର,୮।୩: ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ବିଜୁ ଜନତା ଦଳ(ବିଜେଡି) ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ମଧ୍ୟରେ ବଡ ବୟାନ ଦେଇଛନ୍ତି ଫାଇଭ ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ନିର୍ବାଚନ ଭଳି ଆଗାମୀ ଲୋକସଭା ନିର୍ବାଚନରେ ମଧ୍ୟ ମହିଳାଙ୍କୁ ଏକ ତୃତୀୟାଂଶ ଆସନରେ ଟିକେଟ୍ ଦେବ ବୋଲି ଅନ୍ତର୍ଜାତୀୟ ମହିଳା ଦିବସରେ ସେ ଘୋଷଣା କରିଛନ୍ତି।
ଶୁକ୍ରବାର ଶଙ୍ଖ ଭବନରେ ଦଳର ମହିଳା ନେତ୍ରୀ ମାନଙ୍କୁ ସମ୍ବୋଧନ କରିବା ସମୟରେ ଏହା ସେ କହିଛନ୍ତି। ବର୍ତ୍ତମାନର ଓଡ଼ିଶା ମହାବାତ୍ୟା ପରେ ୨୦୦୦ ସମୟର ଓଡ଼ିଶା ନୁହେଁ। କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଓଡ଼ିଶା ଗଢ଼ିଥିବା ସେ କହିଛନ୍ତି। ଲୋକସଭାକୁ ଏକ ତୃତୀୟାଂଶ ମହିଳାଙ୍କୁ ପଠାଇ ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଛନ୍ତି। ଚଳିତ ଥର ମଧ୍ୟ ବିଜେଡି ସମାନ ସଂଖ୍ୟକ ଆସନରେ ମହିଳାଙ୍କୁ ଟିକେଟ ଦେବ।
“କେବଳ ରାଜନୀତିରେ ନୁହେଁ, ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ମହିଳା ଭାଗିଦାରୀ ବୃଦ୍ଧି ପାଇଛି। ମିଶନ ଶକ୍ତି ଦ୍ୱାରା ନିଆଯାଇଥିବା ପଦକ୍ଷେପ ଯୋଗୁଁ ମହିଳାଙ୍କ ଆୟ ବହୁ ପରିମାଣରେ ବୃଦ୍ଧି ପାଇଛି। ସେମାନେ ସୁଧମୁକ୍ତ ଋଣ ନେଇ ଏହାକୁ ବ୍ୟବହାର କରୁଛନ୍ତି। ମିଶନ ଶକ୍ତି ମହିଳାମାନେ ଚଳିତ ବର୍ଷ ପ୍ରାୟ ୧୫,୦୦୦ କୋଟି ଟଙ୍କା ଋଣ ପାଇବେ ବୋଲି ଫାଇଭ ଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
The post ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩% ଆସନରେ ଟିକେଟ୍ ଦେବ ବିଜେଡି: କାର୍ତ୍ତିକ ପାଣ୍ଡିଆନ appeared first on Dharitri Odia News.