ଭାରତ ବନ୍ଦ୍‌କୁ ବିରୋଧୀ ଦଳ ନେତାଙ୍କ ସମର୍ଥନ, ବିହାରରେ ପୋଲିସର ଲାଠିଚାର୍ଜ

ବିହାର ୨୧/୦୮: ସାରା ଦେଶରେ ସଂରକ୍ଷଣକୁ ବିରୋଧ । ଫଳରେ ସମଗ୍ର ଦେଶରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏସସି/ଏସଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି କିଛି ସଂଗଠନ ଏହି ବନ୍ଦ ଡାକରା ଦେଇଛନ୍ତି । ତେବେ ପରବର୍ତ୍ତୀ ସମୟରେ ଏହି ବନ୍ଦକୁ କେତେକ ବିରୋଧୀ ରାଜନୈତିକ ଦଳ ଜଣାଇଛନ୍ତି ସମର୍ଥନ । ସୂଚନାଥାଉକି, ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ କରାଯାଉଥିବା ଏହି ବନ୍ଦ ସପକ୍ଷରେ ଅନେକ ରାଜନୈତିକ ଦଳ ଅଛନ୍ତି । ଏମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟି (BSP) ନେତା ମାୟାବତୀ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏବଂ ଆଦିବାସୀ ପାର୍ଟି ନେତା ମୋହନ ଲାଲ ରୋତଙ୍କ ସମେତ କେତେକ ପ୍ରମୁଖ ଦଳିତ ସଂଗଠନ ଏହି ଆହ୍ୱାନକୁ ସମର୍ଥନ କରିଛନ୍ତି। କେବଳ ଦଳର ନେତା ନୁହଁନ୍ତି, ଅନେକ କଂଗ୍ରେସ ଏବଂ ଅନ୍ୟନେତା ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି । ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉ ଥିବାବେଳେ ବିହାରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ସ୍ଥିତି ନିୟନ୍ତ୍ରଣ କରିବାକୁ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିଛି ପୋଲିସ । ସେପଟେ ଅନ୍ୟ କେତେକ ସ୍ଥାନରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଟ୍ରେନ୍ ଓ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିନ୍ତୁ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇ ଥିବାବେଳେ ସ୍କୁଲ୍-କଲେଜ ଖୋଲା ରହିଛି । 

ଭାରତ ବନ୍ଦ୍‌କୁ ବିରୋଧୀ ଦଳ ନେତାଙ୍କ ସମର୍ଥନ, ବିହାରରେ ପୋଲିସର ଲାଠିଚାର୍ଜ

ବିହାର ୨୧/୦୮: ସାରା ଦେଶରେ ସଂରକ୍ଷଣକୁ ବିରୋଧ । ଫଳରେ ସମଗ୍ର ଦେଶରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏସସି/ଏସଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି କିଛି ସଂଗଠନ ଏହି ବନ୍ଦ ଡାକରା ଦେଇଛନ୍ତି । ତେବେ ପରବର୍ତ୍ତୀ ସମୟରେ ଏହି ବନ୍ଦକୁ କେତେକ ବିରୋଧୀ ରାଜନୈତିକ ଦଳ ଜଣାଇଛନ୍ତି ସମର୍ଥନ । 

ସୂଚନାଥାଉକି, ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ କରାଯାଉଥିବା ଏହି ବନ୍ଦ ସପକ୍ଷରେ ଅନେକ ରାଜନୈତିକ ଦଳ ଅଛନ୍ତି । ଏମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟି (BSP) ନେତା ମାୟାବତୀ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏବଂ ଆଦିବାସୀ ପାର୍ଟି ନେତା ମୋହନ ଲାଲ ରୋତଙ୍କ ସମେତ କେତେକ ପ୍ରମୁଖ ଦଳିତ ସଂଗଠନ ଏହି ଆହ୍ୱାନକୁ ସମର୍ଥନ କରିଛନ୍ତି। କେବଳ ଦଳର ନେତା ନୁହଁନ୍ତି, ଅନେକ କଂଗ୍ରେସ ଏବଂ ଅନ୍ୟନେତା ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି । 

ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉ ଥିବାବେଳେ ବିହାରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ସ୍ଥିତି ନିୟନ୍ତ୍ରଣ କରିବାକୁ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିଛି ପୋଲିସ । ସେପଟେ ଅନ୍ୟ କେତେକ ସ୍ଥାନରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଟ୍ରେନ୍ ଓ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିନ୍ତୁ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇ ଥିବାବେଳେ ସ୍କୁଲ୍-କଲେଜ ଖୋଲା ରହିଛି ।