ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ଅଭିଯୋଗ: ପୋଲିସ ତଦନ୍ତ ଜାରି, ସିସିଟିଭି ଫୁଟେଜ ଯାଞ୍ଚ

ଛତ୍ରପୁର,୨୪।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଲାଇନ ସାହିସ୍ଥିତ ବନ୍ଧ ନିକଟରେ ଏକ ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି l ଛତ୍ରପୁର ବ୍ଲକ ଅନ୍ତର୍ଗତ ସାମନ୍ତରା ପୁର ଗ୍ରାମର ପ୍ରତାପ କୁମାର ମିଶ୍ର ଆଜି ଛତ୍ରପୁର ଷ୍ଟେଟ ବ୍ୟାଙ୍କ ବଜାର ଶାଖାରୁ ୨ ଲକ୍ଷ ଟଙ୍କା ଉଠେଇ ନିଜ ଡିକିରେ ରଖିଥିଲେl ପରେ ଧାନ ଟଙ୍କା ଉଠାଇବା ପାଇଁ ଛତ୍ରପୁର ଲାଇନ ସାହିସ୍ଥିତ ବନ୍ଧ ନିକଟରେ ଥିବା ବ୍ରହ୍ମପୁର […] The post ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ଅଭିଯୋଗ: ପୋଲିସ ତଦନ୍ତ ଜାରି, ସିସିଟିଭି ଫୁଟେଜ ଯାଞ୍ଚ appeared first on Dharitri Odia News.

ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ଅଭିଯୋଗ: ପୋଲିସ ତଦନ୍ତ ଜାରି, ସିସିଟିଭି ଫୁଟେଜ ଯାଞ୍ଚ

ଛତ୍ରପୁର,୨୪।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଲାଇନ ସାହିସ୍ଥିତ ବନ୍ଧ ନିକଟରେ ଏକ ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି l ଛତ୍ରପୁର ବ୍ଲକ ଅନ୍ତର୍ଗତ ସାମନ୍ତରା ପୁର ଗ୍ରାମର ପ୍ରତାପ କୁମାର ମିଶ୍ର ଆଜି ଛତ୍ରପୁର ଷ୍ଟେଟ ବ୍ୟାଙ୍କ ବଜାର ଶାଖାରୁ ୨ ଲକ୍ଷ ଟଙ୍କା ଉଠେଇ ନିଜ ଡିକିରେ ରଖିଥିଲେl ପରେ ଧାନ ଟଙ୍କା ଉଠାଇବା ପାଇଁ ଛତ୍ରପୁର ଲାଇନ ସାହିସ୍ଥିତ ବନ୍ଧ ନିକଟରେ ଥିବା ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିମିଟେଡ଼ ଛତ୍ରପୁର ଶାଖାକୁ ଧାନ ଟଙ୍କା ଉଠାଇବା ପାଇଁ ଆସିଥିବା ବେଳେ ସମବାୟ ବ୍ୟାଙ୍କ ପାଖରେ ନିଜ ଗାଡି ରଖି ସମବାୟ ବ୍ୟାଙ୍କକୁ ଯାଇଥିଲେ l ସେ ଫେରିଲା ପରେ ଗାଡି ଡିକି ଦେଖିଲା ବେଳକୁ ତାଙ୍କ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ସେ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି l ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସିସି ଟିଭି ଫୁଟେଜ ଯାଞ୍ଚ କରିଛନ୍ତି l

The post ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ଅଭିଯୋଗ: ପୋଲିସ ତଦନ୍ତ ଜାରି, ସିସିଟିଭି ଫୁଟେଜ ଯାଞ୍ଚ appeared first on Dharitri Odia News.