ଗାଡି ସାଇଡ୍‌ ମରାକୁ ନେଇ ଅଟୋ ଚାଳକଙ୍କୁ ଛୁରା ମାଡ଼

ଯୁକ୍ତିତର୍କ ମଧ୍ୟରେ ଉତ୍‌କ୍ଷିପ୍ତ ଅନାଦି ଜେନା ଏକ ଛୁରୀରେ ଅଟୋ ଟ୍ରାଇଭର ଆଲୋକ ସାହୁଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ।

ଗାଡି ସାଇଡ୍‌ ମରାକୁ ନେଇ ଅଟୋ ଚାଳକଙ୍କୁ ଛୁରା ମାଡ଼

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଟୋଲଙ୍କପଡା ଗାଁରେ ଗାଡି ସାଇଡ୍ ମରାକୁ କେନ୍ଦ୍ର କରି ଜଣେ ଅଟୋ ଚାଳକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ଟୋଲଙ୍କପଡା ଗ୍ରାମର ଆଲୋକ ସାହୁ ଅଟୋରେ ବେଲବାହାଳିରୁ ଗୋଖାଦ୍ୟ ଧରି ଯାଉଥିଲେ। ତେବେ ବାଟରେ ଗାଡ଼ି ସାଇଡ ମରାକୁ ନେଇ ଅନାଦି ଜେନା ନାମକ ଜଣେ ବାଇକ୍ ଆରୋହୀଙ୍କ ସହିତ ତାଙ୍କର ବଚସା ହୋଇଥିଲା ।

ଯୁକ୍ତିତର୍କ ମଧ୍ୟରେ ଉତ୍‌କ୍ଷିପ୍ତ ଅନାଦି ଜେନା ଏକ ଛୁରୀରେ ଅଟୋ ଟ୍ରାଇଭର ଆଲୋକ ସାହୁଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଘଷିପୁରା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଅଲୋକଙ୍କ ସ୍ବାସ୍ଥାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଘଷିପୁରା ପୁଲିସ ଘଟଣାର ତଦନ୍ତ କରୁଛି।