ଗାଧୋଇବାକୁ ଯାଇଥିଲେ ପୋଖରୀ, ପାଣିରେ ବୁଡି ଚାଲିଗଲା ଜୀବନ

ଆନନ୍ଦପୁର ୧୧।୦୬ : ପୋଖରୀରେ ବୁଡି ବୃଦ୍ଧ ମୃତ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ମୃତକ ନର୍ଦା ଗାଁର କୀର୍ତ୍ତନ ବେହେରା ବୋଲି ଜଣାପଡିଛି । ଖବର ଅନୁଯାୟୀ, ସୋମବାର ରାତିରେ ପ୍ରବଳ ଗରମ ଗୁଇଗୁଳିରୁ ନିସ୍ତାର ପାଇବାକୁ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ କୀର୍ତ୍ତନ ବେହେରା । ପୋଖରୀରେ ଏକାକୀ ଗାଧୋଉଥିବା ସମୟରେ ହଠାତ୍‌ ତାଙ୍କର ଗୋଡ ଖସିଯାଇଥିଲା । ଆଉ ପାଣିରେ ପଡିଯାଇଥିଲେ । ତେବେ ଘରକୁ ନଆସିବାରୁ ପରିବାର ଲୋକେ ବହୁ ଖୋଜଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ପାଇନଥିଲେ। ଶେଷରେ ପରିବାର ଲୋକେ ତାଙ୍କ ମୃତଦେହ ପାଣିରେ ଭାସୁଥିବାର ଦେଖିଥିଲେ । ସେପଟେ ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଆଉ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ଏହାସହ ପୋଲିସ ପ୍ରାଥମିକ ତଦନ୍ତ ଜାରି ରଖିଛି । 

ଗାଧୋଇବାକୁ ଯାଇଥିଲେ ପୋଖରୀ, ପାଣିରେ ବୁଡି ଚାଲିଗଲା ଜୀବନ

ଆନନ୍ଦପୁର ୧୧।୦୬ : ପୋଖରୀରେ ବୁଡି ବୃଦ୍ଧ ମୃତ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ମୃତକ ନର୍ଦା ଗାଁର କୀର୍ତ୍ତନ ବେହେରା ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ସୋମବାର ରାତିରେ ପ୍ରବଳ ଗରମ ଗୁଇଗୁଳିରୁ ନିସ୍ତାର ପାଇବାକୁ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ କୀର୍ତ୍ତନ ବେହେରା । ପୋଖରୀରେ ଏକାକୀ ଗାଧୋଉଥିବା ସମୟରେ ହଠାତ୍‌ ତାଙ୍କର ଗୋଡ ଖସିଯାଇଥିଲା । ଆଉ ପାଣିରେ ପଡିଯାଇଥିଲେ । ତେବେ ଘରକୁ ନଆସିବାରୁ ପରିବାର ଲୋକେ ବହୁ ଖୋଜଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ପାଇନଥିଲେ। ଶେଷରେ ପରିବାର ଲୋକେ ତାଙ୍କ ମୃତଦେହ ପାଣିରେ ଭାସୁଥିବାର ଦେଖିଥିଲେ । 

ସେପଟେ ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଆଉ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ଏହାସହ ପୋଲିସ ପ୍ରାଥମିକ ତଦନ୍ତ ଜାରି ରଖିଛି ।