ତନିସ୍କର ବିବାହ ସମ୍ଭାର ‘ରିଭା’
ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍ ଭାବେ ତନିସ୍କ ଏହାକୁ ଗ୍ରାହକ ନିକଟରେ ଉପସ୍ଥାପନ କରିଛି। ରିଭା ନିଜର ବିବିଧ ବିବାହ ସମ୍ଭାର ସହିତ ଆଧୁନିକ ଓଡ଼ିଶାର କନ୍ୟାମାନଙ୍କ ବିଭିନ୍ନ ଆବଶ୍ୟକତା ଅନୁଯାୟୀ ଉତ୍କୃଷ୍ଟ ଡିଜାଇନ୍ ସହିତ ଉନ୍ନତ କାରିଗରି ପ୍ରତିପାଦନ କରୁଛି। ସେହିଭଳି ତନିସ୍କର ରିଭା ସମ୍ଭାର ସୁନ୍ଦରତା ଏବଂ ପରମ୍ପରାର ଏକ ଉଦାହରଣ ଭାବେ […] The post ତନିସ୍କର ବିବାହ ସମ୍ଭାର ‘ରିଭା’ appeared first on Dharitri Odia News.
ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍ ଭାବେ ତନିସ୍କ ଏହାକୁ ଗ୍ରାହକ ନିକଟରେ ଉପସ୍ଥାପନ କରିଛି। ରିଭା ନିଜର ବିବିଧ ବିବାହ ସମ୍ଭାର ସହିତ ଆଧୁନିକ ଓଡ଼ିଶାର କନ୍ୟାମାନଙ୍କ ବିଭିନ୍ନ ଆବଶ୍ୟକତା ଅନୁଯାୟୀ ଉତ୍କୃଷ୍ଟ ଡିଜାଇନ୍ ସହିତ ଉନ୍ନତ କାରିଗରି ପ୍ରତିପାଦନ କରୁଛି। ସେହିଭଳି ତନିସ୍କର ରିଭା ସମ୍ଭାର ସୁନ୍ଦରତା ଏବଂ ପରମ୍ପରାର ଏକ ଉଦାହରଣ ଭାବେ ଠିଆ ହୋଇଛି। ଏପରିକି ଏହାର ସୂକ୍ଷ୍ମ କାରିଗରି, ଯାହା ଗୁଣବତ୍ତା, ନୈତିକତା ଏବଂ ଭବ୍ୟତାର କାହାଣୀ ବର୍ଣ୍ଣନା କରିଥାଏ। ରିଭା କେବଳ ଅଳଙ୍କାର ଯୋଗାଇବାରେ ସୀମିତ ନ ରହି ପ୍ରତ୍ୟେକ କନ୍ୟାର ଏହା ଅନନ୍ୟ ଯାତ୍ରା ସହିତ ଜଡିତ ରହି ନିଜର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି। ରିଭା ଅତି ଯନତ୍ର ସହିତ ନିର୍ମିତ ସମ୍ଭାରକୁ ଗ୍ରାହକଙ୍କ ନିକଟରେ ପରଷିଥାଏ, ଯାହା ସମଗ୍ର ଭାରତରେ ଆଧୁନିକ କନ୍ୟାମାନଙ୍କ ପାଇଁ ଭରସାଯୋଗ୍ୟ ପସନ୍ଦ ଭାବେ ଠିଆ ହୋଇଛି, ରିଭାଠାରୁ ବ୍ରାଇଡାଲ୍ ଟ୍ରାଉଜ୍ ପରିସର ପାରମ୍ପରିକ, ସମ୍ଭ୍ରାନ୍ତ ଏବଂ ସୂକ୍ଷ୍ମ କାରିଗରି ଦକ୍ଷତାର ପ୍ରତିଫଳନ ସହ ତିଆରି ହୋଇଛି, ଯାହା ଦ୍ୱାରା କନ୍ୟା (ବ୍ରାଇଡ) ନିଜର ବିଶେଷ ଦିନର ପ୍ରତିଟି ମୁହୂର୍ତ୍ତକୁ ସ୍ମରଣୀୟ କରିପାରିବ। ଆଞ୍ଚଳିକ ଡିଜାଇନକୁ ଆଞ୍ଚଳିକ ଛାପ ସହିତ ସୁନା, ହୀରା, ଗ୍ଲାସ୍ କୁନ୍ଦନ ଏବଂ ପୋକ୍ଟିକୁ ନେଇ ରିଭା ଏକ ବ୍ୟାପକ ଗହଣା ସମ୍ଭାର ଗ୍ରାହକଙ୍କ ନିକଟରେ ପରଷିଥାଏ, ଯାହା ସୁନିଶ୍ଚିତ କରେ ଯେ ପ୍ରତ୍ୟେକ କନ୍ୟା ତାଙ୍କ ବାହାଘର ଭଳି ବିଶେଷ ଦିନରେ ନିଜର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବା ପାଇଁ ଯଥେଷ୍ଟ ହୋଇପାରିବ। ମୁଖ୍ୟ ବିବାହ ସମାରୋହର ବ୍ୟତିରେକେ ରିଭା ବିବାହ ସହିତ ସଶ୍ଳିଷ୍ଟ ବିଭିନ୍ନ ଉତ୍ସବ ପାଇଁ ସୁସଜ୍ଜିତ ଅଳଙ୍କାର ସମ୍ଭାର ଉପସ୍ଥାପନ କରିଥାଏ, ଯାହାକି ହଳଦୀଠାରୁ ଆରମ୍ଭ କରି ରିସେପ୍ସନ୍ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ପ୍ରତ୍ୟେକ ଦିଗ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରଯୁଜ୍ୟ ହୋଇଥାଏ।
The post ତନିସ୍କର ବିବାହ ସମ୍ଭାର ‘ରିଭା’ appeared first on Dharitri Odia News.