ଗାଧୋଇବାକୁ ଗଲେ ୬ ଜଣ ଫେରିଲେ ୪ ସାଙ୍ଗ, ମହାନଦୀରେ ହଜି ଗଲେ ସାଇ ଓ ପିକୁଲି

ସାଙ୍ଗ ହୋଇ ଗାଧୋଇବା ହେଲା କାଳ । ସବୁଦିନ ପରି ଆଜିବି ଏ ଡହ ଡହ ଖରା ସହି ନପାରି ସାଙ୍ଗମାନେ ମିଶି ଯାଇଥିଲେ ଗାଧୋଇବାକୁ । ହେଲେ ମହାନଦୀରେ ଛକି ବସିଥିଲା ଯମ । ଗାଧୋଇବାକୁ ଯାଇଥିଲେ ସତ ହେଲେ ଆଉ ଘରକୁ ଫେରି ପାରିନଥିଲେ ଦୁଇ ସାଙ୍ଗ । ନଦୀର ପ୍ରଖର ସ୍ରୋତ ଭସାଇ ନେଇଥିଲା ଏ ଦୁଇଜଣଙ୍କୁ । ପୂରା ପରିବାର କାନ୍ଦୁଛନ୍ତି ତାଙ୍କ ପାଇଁ। କାହିଁକିନା ସବୁଦିନ ପାଇଁ ସେ ଦୁହେଁ […] The post ଗାଧୋଇବାକୁ ଗଲେ ୬ ଜଣ ଫେରିଲେ ୪ ସାଙ୍ଗ, ମହାନଦୀରେ ହଜି ଗଲେ ସାଇ ଓ ପିକୁଲି appeared first on KNews Odisha.

ଗାଧୋଇବାକୁ ଗଲେ ୬ ଜଣ ଫେରିଲେ ୪ ସାଙ୍ଗ, ମହାନଦୀରେ ହଜି ଗଲେ ସାଇ ଓ ପିକୁଲି

ସାଙ୍ଗ ହୋଇ ଗାଧୋଇବା ହେଲା କାଳ । ସବୁଦିନ ପରି ଆଜିବି ଏ ଡହ ଡହ ଖରା ସହି ନପାରି ସାଙ୍ଗମାନେ ମିଶି ଯାଇଥିଲେ ଗାଧୋଇବାକୁ । ହେଲେ ମହାନଦୀରେ ଛକି ବସିଥିଲା ଯମ । ଗାଧୋଇବାକୁ ଯାଇଥିଲେ ସତ ହେଲେ ଆଉ ଘରକୁ ଫେରି ପାରିନଥିଲେ ଦୁଇ ସାଙ୍ଗ । ନଦୀର ପ୍ରଖର ସ୍ରୋତ ଭସାଇ ନେଇଥିଲା ଏ ଦୁଇଜଣଙ୍କୁ । ପୂରା ପରିବାର କାନ୍ଦୁଛନ୍ତି ତାଙ୍କ ପାଇଁ। କାହିଁକିନା ସବୁଦିନ ପାଇଁ ସେ ଦୁହେଁ ଚିରନିଦ୍ରାରେ ଶୋଇ ପଡିଛନ୍ତି । ଯେତେ ଯାହା କଲେ ସୁଦ୍ଧା ଆଉ କେବେବି ଫେରିବେନି ।

ହଁ ଆଜ୍ଞା, ମୁଣ୍ଡ ନେଉଛି ମହାନଦୀ। ଆଜି ଗାଧୋଉଥିବା ବେଳେ ପୁଣି ଦୁଇଜଣ କିଶୋରଙ୍କ ଜୀବନ ଯାଇଛି । ମୃତକ ୧୪ ବର୍ଷର ସାଇ ବେହେରା ଓ ୧୮ ବର୍ଷର ପିକୁଲି ଜେନା। ଉଭୟ ଯୋବ୍ରା ନଦୀକୂଳ ସାହିର। ସାଇ ନବମ ଶ୍ରେଣୀରେ ପଢୁଥିଲେ। ପିକୁଲି ପାଠ ଛାଡି ସାରିଲେଣି। ନିୟମିତ ଏମାନେ ସାଙ୍ଗ ହୋଇ ନଦୀକୁ ଯାଇ ଗାଧୋଇଥାନ୍ତି। ଆଜି ଯାଇଥିଲେ ୬ ଜଣ ସାଙ୍ଗ। ହେଲେ ବିଧିର ବିଧାନ ଥିଲା ବିଚିତ୍ର। ଏମାନେ ଯୋବ୍ରା ବ୍ୟାରେଜ ତଳେ ଗାଧୋଉଥିବା ବେଳେ ବ୍ୟରେଜର ଅଧିକ ଗେଟ ଖୋଲିଥିଲା। ଫଳରେ ପାଣି ଅଧିକ ଆସିବା ସହିତ ଚୋରା ବାଲି ରହିଥିଲା। ଦୁଇ ଜଣ ସାଙ୍ଗ ବୁଡି ଯାଉଥିବା ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ସାଇ ବେହେରା ଓ ପିକୁଲି ଜେନା। ସେମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ସତ କିନ୍ତୁ ନିଜେ ବୁଡି ଯାଇଥିଲେ ।

କମିଶନରେଟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ମିଶି ଖୋଜା ଖୋଜି କରିଥିଲେ। କଟକ ଡ଼ିସିପି ଋଷିକେଶ ଖିଲାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। କିନ୍ତୁ ସାଇ ଓ ପିକୁଲିଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇ ନଥିଲେ। ମହାନଦୀ ଗତ ୫ ବର୍ଷ ମଧ୍ୟରେ କେବଳ ଯୋବ୍ରା ନିକଟରେ ୧୦ ରୁ ଊର୍ଦ୍ଧ୍ବ ଜୀବନ ନେଲାଣି। ଏମାନେ ଗାଧୋଉଥିବା ବେଳେ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି। ଏହି ସ୍ଥାନରେ ନ ଗାଧୋଇବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ମଧ୍ୟ ଲଗାଯାଇଛି। କିନ୍ତୁ ସେଭଳି ସଫଳତା ମିଳୁ ନାହିଁ। ପ୍ରତ୍ୟେକ ବର୍ଷ ଏହି ସ୍ଥାନରେ ଯୁବକ, କିଶୋରଙ୍କ ଜୀବନ ଯାଉଛି। ଏଥିପାଇଁ ଜନସାଧାରଣ ଓ ବିଶେଷ ଭାବେ ଅଭିଭାବକ ସତର୍କ ରହିବାକୁ କଟକ ଡିସିପି ଓ ଚୌଦ୍ୱାର କଟକ ବିଧାୟକ ନିବେଦନ କରିଛନ୍ତି ।

Also read:ଦ୍ବିତୀୟ ବିବାହ ପାଇଁ ବାପାର ନାରକୀୟ କାଣ୍ଡ, ୫ବର୍ଷର ପୁଅକୁ ଅପହରଣ ପରେ ହତ୍ୟା !

The post ଗାଧୋଇବାକୁ ଗଲେ ୬ ଜଣ ଫେରିଲେ ୪ ସାଙ୍ଗ, ମହାନଦୀରେ ହଜି ଗଲେ ସାଇ ଓ ପିକୁଲି appeared first on KNews Odisha.