ଗାଧୋଇବାକୁ ଯାଇ କାଲିଠୁ ନିଖୋଜ ଥିଲେ ବ୍ୟକ୍ତି, ଆଜି ପୋଖରୀରୁ ମିଳିଲା ମୃତଦେହ

କଳାପଥର,୧ା୧୧(ଗଙ୍ଗାଧର ସାହୁ): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଠଣାପଲ୍ଲୀ ସାନ ନୟାପଲି ଗାଁରେ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗାଁର ବାବୁଲି ପଣ୍ଡା। ସୂଚନା ଅନୁଯାୟୀ ବାବୁଲି ଗାଁର ଖଜୁରୀ ବନ୍ଧ ନାମକ ଏକ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ସେଠାରୁ ସେ ନିଖୋଜ ଥିଲେ। ତେବେ ବାବୁଲିଙ୍କ ଚପଲ ପୋଖରୀ ନିକଟରେ ଥିବା ଦେଖି ସ୍ଥାନୀୟ ଲୋକେ କଳାପଥର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ […] The post ଗାଧୋଇବାକୁ ଯାଇ କାଲିଠୁ ନିଖୋଜ ଥିଲେ ବ୍ୟକ୍ତି, ଆଜି ପୋଖରୀରୁ ମିଳିଲା ମୃତଦେହ appeared first on Dharitri Odia News.

ଗାଧୋଇବାକୁ ଯାଇ କାଲିଠୁ ନିଖୋଜ ଥିଲେ ବ୍ୟକ୍ତି, ଆଜି ପୋଖରୀରୁ ମିଳିଲା ମୃତଦେହ

କଳାପଥର,୧ା୧୧(ଗଙ୍ଗାଧର ସାହୁ): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଠଣାପଲ୍ଲୀ ସାନ ନୟାପଲି ଗାଁରେ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗାଁର ବାବୁଲି ପଣ୍ଡା।
ସୂଚନା ଅନୁଯାୟୀ ବାବୁଲି ଗାଁର ଖଜୁରୀ ବନ୍ଧ ନାମକ ଏକ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ସେଠାରୁ ସେ ନିଖୋଜ ଥିଲେ। ତେବେ ବାବୁଲିଙ୍କ ଚପଲ ପୋଖରୀ ନିକଟରେ ଥିବା ଦେଖି ସ୍ଥାନୀୟ ଲୋକେ କଳାପଥର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାବୁଲି ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହରେ ପୋଖରୀ ଖୋଜାଖୋଜି କରିଥିଲେ। ତେବେ ବିଳମ୍ବିତ ସମୟ ଧରି ଖୋଜିଥିଲେ ମଧ୍ୟ ବାବୁଲିଙ୍କ କୌଣସି ସନ୍ଧାନ ମିଳି ନ ଥିଲା। ଶୁକ୍ରବାର ଅର୍ଥାତ୍‌ ଆଜି ସକାଳୁ ବାବୁଲିଙ୍କ ମୃତଦେହ ଉକ୍ତ ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପରେ କଳାପଥର ଅଗ୍ନିଶମ ବିଭାଗ ଓ ବାଙ୍କୋଇ ଫାଣ୍ଡି ପୋଲିସକୁ ଖବର ଦେବା ପରେ ବାବୁଲିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ତେବେ ଏହି ଘଟଣାରେ ବାବୁଲିଙ୍କ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

The post ଗାଧୋଇବାକୁ ଯାଇ କାଲିଠୁ ନିଖୋଜ ଥିଲେ ବ୍ୟକ୍ତି, ଆଜି ପୋଖରୀରୁ ମିଳିଲା ମୃତଦେହ appeared first on Dharitri Odia News.