ସାଙ୍ଗମାନଙ୍କ ସହ ହୋଟେଲକୁ ଆସିଥିଲେ, ସକାଳେ ମିଳିଲା ଯୁବକଙ୍କ ମୃତଦେହ

ଛତ୍ରପୁର,୧୧।୩(ଦିଲ୍ଲୀପ ସାମଲ ): ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗଞ୍ଜାମ ଜିଲା ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆଶାପ୍ରାଇଡ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ରାଉରକେଲା ଅଞ୍ଚଳର ପ୍ରମୋଦ କୁମାର ମହାକୁଡ଼ ବୋଲି ଜଣାପଡିଛି । ପ୍ରମୋଦ ଗତକାଲି ୭ ଜଣ ସାଙ୍ଗମାନଙ୍କ ସହ ଆଶାପ୍ରାଇଡ ହୋଟେଲର ୨୦୨ ନମ୍ବର ରୁମ୍‌ରେ ମଦ୍ୟପାନ କରିଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଦେଖି ହୋଟେଲ କର୍ମଚାରୀମାନେ ପୋଲିସକୁ ଖବର ଦେଇଥିଲେ। […] The post ସାଙ୍ଗମାନଙ୍କ ସହ ହୋଟେଲକୁ ଆସିଥିଲେ, ସକାଳେ ମିଳିଲା ଯୁବକଙ୍କ ମୃତଦେହ appeared first on Dharitri Odia News.

ସାଙ୍ଗମାନଙ୍କ ସହ ହୋଟେଲକୁ ଆସିଥିଲେ, ସକାଳେ ମିଳିଲା ଯୁବକଙ୍କ ମୃତଦେହ

ଛତ୍ରପୁର,୧୧।୩(ଦିଲ୍ଲୀପ ସାମଲ ): ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗଞ୍ଜାମ ଜିଲା ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆଶାପ୍ରାଇଡ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ରାଉରକେଲା ଅଞ୍ଚଳର ପ୍ରମୋଦ କୁମାର ମହାକୁଡ଼ ବୋଲି ଜଣାପଡିଛି । ପ୍ରମୋଦ ଗତକାଲି ୭ ଜଣ ସାଙ୍ଗମାନଙ୍କ ସହ ଆଶାପ୍ରାଇଡ ହୋଟେଲର ୨୦୨ ନମ୍ବର ରୁମ୍‌ରେ ମଦ୍ୟପାନ କରିଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଦେଖି ହୋଟେଲ କର୍ମଚାରୀମାନେ ପୋଲିସକୁ ଖବର ଦେଇଥିଲେ। ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି, ଯେଉଁ ସାଙ୍ଗମାନଙ୍କ ସହ ସେ ଆସିଥିଲେ ସେମାନଙ୍କୁ ପୋଲିସ ପଚରାଉଚରା କରୁଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସାଇଣ୍ଟିଫେଟିକ ଟିମ ପହଞ୍ଚି ତଦନ୍ତ କରୁଛି ।

The post ସାଙ୍ଗମାନଙ୍କ ସହ ହୋଟେଲକୁ ଆସିଥିଲେ, ସକାଳେ ମିଳିଲା ଯୁବକଙ୍କ ମୃତଦେହ appeared first on Dharitri Odia News.