ଗାଧୋଇବାକୁ ଯାଇ ଫେରିଲେନି ବୃଦ୍ଧା
ଦିଗପହଣ୍ଡି,୨୦।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ଅଧୀନ ପତାଣ୍ଡ ଗ୍ରାମ ପୋଖରୀରେ ଗୁରୁବାର ଏକ ଅଘଟଣ ଘଟିଛି। ପାଣିରେ ବୁଡି ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି। ହେଲେ ଇପିଲି. ସେବତୀ ଦୋରା(୬୦)। ସାରେ ସେ ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ହେଲେ ଅସାବଧାନତା ଯୋଗୁ ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ପରେ […] The post ଗାଧୋଇବାକୁ ଯାଇ ଫେରିଲେନି ବୃଦ୍ଧା appeared first on Dharitri Odia News.
ଦିଗପହଣ୍ଡି,୨୦।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ଅଧୀନ ପତାଣ୍ଡ ଗ୍ରାମ ପୋଖରୀରେ ଗୁରୁବାର ଏକ ଅଘଟଣ ଘଟିଛି। ପାଣିରେ ବୁଡି ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି। ହେଲେ ଇପିଲି. ସେବତୀ ଦୋରା(୬୦)। ସାରେ ସେ ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ହେଲେ ଅସାବଧାନତା ଯୋଗୁ ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି।
ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ପରେ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଗ୍ରାମବାସୀ ବୃଦ୍ଧାଙ୍କୁ ପୋଖରୀରୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦିଗପହଣ୍ଡି ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ. ୪/୨୫) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।
The post ଗାଧୋଇବାକୁ ଯାଇ ଫେରିଲେନି ବୃଦ୍ଧା appeared first on Dharitri Odia News.