ଗାଧୋଇଲା ବେଳେ ପଥର ସନ୍ଧିରେ ଖସିପଡ଼ିଲା ସବୁନ୍‌, ଆଣିବାକୁ ଯାଇ ୪୮ ଘଣ୍ଟା…

ଆର.ଉଦୟଗିରି, ୬ା୬(ମନୋଜ କୁମାର ପାଢୀ): ଗାଧୋଇବାକୁ ଯାଇ ଜଣେ ନାବାଳକଙ୍କ ହାତ ପଥର ସନ୍ଧିରେ ପଶିଯିବାରୁ ଦୀର୍ଘ ୮ ଘଣ୍ଟା ପରିଶ୍ରମ ପରେ ହାତ ବାହାରିଛି। ସେ ହେଉଛନ୍ତି ଗଜପତି ଜିଲା ଆର. ଉଦୟଗିରି ଥାନା ତିଳିଗାଆଁର …ଙ୍କ ପୁଅ ….। ଗୁରୁବାର …ଗ୍ରାମ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେ ଗାଧୋଉଥିବା ବେଳେ ଦେହରେ ଲଗାଉଥିବା ସାବୁନଟି ଏକ ପଥର ସନ୍ଧିକୁ ଖସି ପଡିଥିଲା। ସେ ସମୟରେ ନାବାଳକ ଜଣକ ସାବୁନଟିକୁ ବାହାର କରିବାକୁ ପଥର […] The post ଗାଧୋଇଲା ବେଳେ ପଥର ସନ୍ଧିରେ ଖସିପଡ଼ିଲା ସବୁନ୍‌, ଆଣିବାକୁ ଯାଇ ୪୮ ଘଣ୍ଟା… appeared first on Dharitri Odia News.

ଗାଧୋଇଲା ବେଳେ ପଥର ସନ୍ଧିରେ ଖସିପଡ଼ିଲା ସବୁନ୍‌, ଆଣିବାକୁ ଯାଇ ୪୮ ଘଣ୍ଟା…

ଆର.ଉଦୟଗିରି, ୬ା୬(ମନୋଜ କୁମାର ପାଢୀ): ଗାଧୋଇବାକୁ ଯାଇ ଜଣେ ନାବାଳକଙ୍କ ହାତ ପଥର ସନ୍ଧିରେ ପଶିଯିବାରୁ ଦୀର୍ଘ ୮ ଘଣ୍ଟା ପରିଶ୍ରମ ପରେ ହାତ ବାହାରିଛି। ସେ ହେଉଛନ୍ତି ଗଜପତି ଜିଲା ଆର. ଉଦୟଗିରି ଥାନା ତିଳିଗାଆଁର …ଙ୍କ ପୁଅ ….। ଗୁରୁବାର …ଗ୍ରାମ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେ ଗାଧୋଉଥିବା ବେଳେ ଦେହରେ ଲଗାଉଥିବା ସାବୁନଟି ଏକ ପଥର ସନ୍ଧିକୁ ଖସି ପଡିଥିଲା। ସେ ସମୟରେ ନାବାଳକ ଜଣକ ସାବୁନଟିକୁ ବାହାର କରିବାକୁ ପଥର ସନ୍ଧିରେ ହାତ ପୁରାଇଥିଲେ। ପରେ ସେ ହାତଟିକୁ ପଥର ସନ୍ଧିରୁ ଆଉ କାଢି ପାରି ନ ଥିଲେ। ଯେତେ ଚେଷ୍ଟା କଲେ ମଧ୍ୟ ହାତଟି ବାହାରି ନ ଥିଲା। ଦୁଇ ଘଣ୍ଟା ପରେ ତାଙ୍କ ପରିବାର ଲୋକେ ଖବର ପାଇ ନଦୀଠାରେ ପହଞ୍ଚି ପୁଅର ହାତ ପଥର ସନ୍ଧିରୁ ବାହାର କରିବାକୁ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ସେମାନେ ଏ ସମ୍ପର୍କରେ ଅଗ୍ନଶମବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚତ୍ ପ୍ରଥମେ ପଥରଟିକୁ ହଟାଇ ନାବାଳକଙ୍କ ହାତ ବାହାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର କର୍ମଚାରୀମାନେ ମଧ୍ୟ ସଫଳ ହୋଇ ନ ଥିଲେ। ଶେଷରେ ସନ୍ଧ୍ୟା ୬ଟାରୁ ଅଗ୍ନିଶମ କର୍ମଚାରୀମାନେ ଜେସିବି ମେଶିନ ମଗାଇ ସତର୍କତାର ସହ ପଥରଟିକୁ ତାଡିବା ପରେ ରାତି ୧୧ଟାରେ ତାଙ୍କ ହାତ ପଥର ସନ୍ଧିରୁ ବାହାର କରିବାକୁ ସଫଳ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପୂର୍ବରୁ ପ୍ରସ୍ତୁତ ଥିବା ୧୦୮ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରଗିରି ସାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ଋତୁରାଜ ମିଶ୍ର ତାଙ୍କ ସାସ୍ଥ୍ୟ ପରୀକ୍ଷା କରି ସ୍ବାସ୍ଥ୍ୟବସ୍ଥା ଠିକ ଥିବା କହିବା ପରେ ପରିବାର ଲୋକେ ଆଶ୍ୱସ୍ଥ ହୋଇଥିଲେ।

 

The post ଗାଧୋଇଲା ବେଳେ ପଥର ସନ୍ଧିରେ ଖସିପଡ଼ିଲା ସବୁନ୍‌, ଆଣିବାକୁ ଯାଇ ୪୮ ଘଣ୍ଟା… appeared first on Dharitri Odia News.