ଗାନ୍ଦରବଲରେ ଆତଙ୍କୀ ହମ୍‌ଲା: ଡାକ୍ତରଙ୍କ ସମେତ ୬ ଜଣଙ୍କୁ ହତ୍ୟା, ସର୍ଚ୍ଚ ଅପରେସନ ଆରମ୍ଭ

କାଶ୍ମୀର: ଜାମ୍ମୁ-କାଶ୍ମୀର ଗାନ୍ଦରବଲରେ ଆତଙ୍କୀ ହମ୍‌ଲା। ଏହି ଘଟଣାରେ ଜଣେ ଡାକ୍ତରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୩ ମୃତକ ଶ୍ରମିକ ଶ୍ରେଣୀର ଥିଲେ। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଆତଙ୍କବାଦୀମାନେ ଗାନ୍ଦରବଲ ଜିଲ୍ଲାର ଗାଗଙ୍ଗୀର ସୋନମର୍ଗ ଅଞ୍ଚଳରେ ନିର୍ମାଣାଧୀନ ଏକ ଟନେଲରେ ଦୁଇଜଣ ସ୍ଥାନୀୟ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ଦୁଇ ଶ୍ରମିକ ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।ଘଟଣା ପରେ ମିଳିଥିବା ସୂଚନା ଉପରେ ସୁରକ୍ଷା ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ପ୍ରକାଶଥାଉକି ତିନି ଦିନ ପୂର୍ବେ ସମାନ ଢଙ୍ଗରେ ଦୁଇଜଣ ଶ୍ରମିକଙ୍କୁ ହତ୍ୟା କରିଥିଲେ।

ଗାନ୍ଦରବଲରେ ଆତଙ୍କୀ ହମ୍‌ଲା: ଡାକ୍ତରଙ୍କ ସମେତ ୬ ଜଣଙ୍କୁ ହତ୍ୟା, ସର୍ଚ୍ଚ ଅପରେସନ ଆରମ୍ଭ

କାଶ୍ମୀର: ଜାମ୍ମୁ-କାଶ୍ମୀର ଗାନ୍ଦରବଲରେ ଆତଙ୍କୀ ହମ୍‌ଲା। ଏହି ଘଟଣାରେ ଜଣେ ଡାକ୍ତରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୩ ମୃତକ ଶ୍ରମିକ ଶ୍ରେଣୀର ଥିଲେ। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। 

ଆତଙ୍କବାଦୀମାନେ ଗାନ୍ଦରବଲ ଜିଲ୍ଲାର ଗାଗଙ୍ଗୀର ସୋନମର୍ଗ ଅଞ୍ଚଳରେ ନିର୍ମାଣାଧୀନ ଏକ ଟନେଲରେ ଦୁଇଜଣ ସ୍ଥାନୀୟ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ଦୁଇ ଶ୍ରମିକ ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ଘଟଣା ପରେ ମିଳିଥିବା ସୂଚନା ଉପରେ ସୁରକ୍ଷା ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ପ୍ରକାଶଥାଉକି ତିନି ଦିନ ପୂର୍ବେ ସମାନ ଢଙ୍ଗରେ ଦୁଇଜଣ ଶ୍ରମିକଙ୍କୁ ହତ୍ୟା କରିଥିଲେ।