ଗାଭାସ୍କର କହିଲେ ଟଙ୍କା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଛାଡିଛନ୍ତି ଋଷଭ ପନ୍ତ

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ୨୦୨୫ ପାଇଁ ହେବାକୁ ଥିବା ନିଲାମୀ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏହାର ରିଟେନସନ୍ ତାଲିକା ଜାରି କରିଛି। ଏଥିରେ ଦଳର ପୂର୍ବତନ ଅଧିନାୟକ ଋଷଭ ପନ୍ତଙ୍କ ନାମ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ କେଉଁ କାରଣରୁ ପନ୍ତଙ୍କୁ ଦିଲ୍ଲୀ ରିଟେନସନ୍ ତାଲିକାରୁ ବାହାର କରାଗଲା ଅନେକ ଆଲୋଚନା ଚାଲିଥିବା ବେଳେ ବରିଷ୍ଠ କ୍ରିକେଟର ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଥିଲେ। ସେ କହିଥିଲେ କି ”ପନ୍ତ ଟଙ୍କା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଛାଡିଛନ୍ତି।” […] The post ଗାଭାସ୍କର କହିଲେ ଟଙ୍କା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଛାଡିଛନ୍ତି ଋଷଭ ପନ୍ତ appeared first on Dharitri Odia News.

ଗାଭାସ୍କର କହିଲେ ଟଙ୍କା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଛାଡିଛନ୍ତି ଋଷଭ ପନ୍ତ

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ୨୦୨୫ ପାଇଁ ହେବାକୁ ଥିବା ନିଲାମୀ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏହାର ରିଟେନସନ୍ ତାଲିକା ଜାରି କରିଛି। ଏଥିରେ ଦଳର ପୂର୍ବତନ ଅଧିନାୟକ ଋଷଭ ପନ୍ତଙ୍କ ନାମ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ କେଉଁ କାରଣରୁ ପନ୍ତଙ୍କୁ ଦିଲ୍ଲୀ ରିଟେନସନ୍ ତାଲିକାରୁ ବାହାର କରାଗଲା ଅନେକ ଆଲୋଚନା ଚାଲିଥିବା ବେଳେ ବରିଷ୍ଠ କ୍ରିକେଟର ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଥିଲେ। ସେ କହିଥିଲେ କି ”ପନ୍ତ ଟଙ୍କା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଛାଡିଛନ୍ତି।”

ଷ୍ଟାର ସ୍ପୋର୍ଟ୍ସ ସୋସିଆଲ ମିଡିଆରେ ଗାଭାସ୍କରଙ୍କ ମନ୍ତବ୍ୟ ପୋଷ୍ଟ କରିବା ପରେ ଏହା ଖୁବ ଭାଇରାଲ ହୋଇଥିଲା। ଶେଷରେ ନିଜେ ଋଷଭ ଏହି ଭିଡିଓରେ କମେଣ୍ଟ କରି ଜବାବ ଦେଇଛନ୍ତି। ପନ୍ତ ଲେଖିଥିଲେ, ”ମୋର ରିଟେନସନ୍ ଟଙ୍କା ପାଇଁ ନୁହେଁ, ବୋଲି ମୁଁ ନିଶ୍ଚିତ କରିପାରିବି।”

ତେବେ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଥିବା ନିଲାମରେ ସମସ୍ତ ଦଳ ପନ୍ତଙ୍କ ପଛରେ ମୋଟ ଅଙ୍କର ଟଙ୍କା ଲଗାଇବେ ବୋଲି ଆଶା କରାଯାଉଛି। କିନ୍ତୁ ସମସ୍ତ ଫ୍ରାଞ୍ଚାଇଜ ପାଖରେ ଥିବା ଟଙ୍କାକୁ ଦେଖିଲେ ପଞ୍ଜାବ କିଙ୍ଗ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କିମ୍ବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ସେ ସାମିଲ ହେବାର ସମ୍ଭାବନା ରହିଛି। ଏପରିକି ସେ ପୁଣିଥରେ ଦିଲ୍ଲୀକୁ ଫେରିବା ଏଡ଼ାଇ ଦିଆଯାଇପାରିବ ନାହିଁ।

The post ଗାଭାସ୍କର କହିଲେ ଟଙ୍କା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଛାଡିଛନ୍ତି ଋଷଭ ପନ୍ତ appeared first on Dharitri Odia News.