ବାଇକ୍କୁ ଧକ୍କା ଦେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ
ସଇଁତଳା,୩୧ା୧୦(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ବିବିନା ପଞ୍ଚାୟତ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସଇଁତଳା ପୋଲିସ ସୂତ୍ରରୁ ପ୍ରକାଶ ଯେ, ବିବିନା ପଞ୍ଚାୟତ ଗ୍ୟାସ୍ ଗୋଦାମ ନିକଟରେ ଟାୟାର ରିପ୍ୟାରିଂ ଦୋକାନ ଖୋଲିଥିବା ଅଜିତ ରଣା (୩୧) ଗୁରୁବାର ସକାଳୁ ନିଜ ଗ୍ରାମ ଗଣ୍ଡପତ୍ରାପାଲି ପଞ୍ଚାୟତ ଭତାସରରୁ ଦୋକାନକୁ ଆସୁଥିଲେ। ଦୋକାନ ସମ୍ମୁଖରେ ନିଜ ବାଇକ୍ ନଂଓଡି-୦୩-ଡବ୍ଲ୍ୟୁ-୧୩୫କୁ ବୁଲାଇ ଦୋକାନକୁ ଯାଉଥିବା ସମୟରେ ବଲାଙ୍ଗୀର ପଟରୁ ରମେଶ ବିଶାଳ […] The post ବାଇକ୍କୁ ଧକ୍କା ଦେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.
ସଇଁତଳା,୩୧ା୧୦(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ବିବିନା ପଞ୍ଚାୟତ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ସଇଁତଳା ପୋଲିସ ସୂତ୍ରରୁ ପ୍ରକାଶ ଯେ, ବିବିନା ପଞ୍ଚାୟତ ଗ୍ୟାସ୍ ଗୋଦାମ ନିକଟରେ ଟାୟାର ରିପ୍ୟାରିଂ ଦୋକାନ ଖୋଲିଥିବା ଅଜିତ ରଣା (୩୧) ଗୁରୁବାର ସକାଳୁ ନିଜ ଗ୍ରାମ ଗଣ୍ଡପତ୍ରାପାଲି ପଞ୍ଚାୟତ ଭତାସରରୁ ଦୋକାନକୁ ଆସୁଥିଲେ। ଦୋକାନ ସମ୍ମୁଖରେ ନିଜ ବାଇକ୍ ନଂଓଡି-୦୩-ଡବ୍ଲ୍ୟୁ-୧୩୫କୁ ବୁଲାଇ ଦୋକାନକୁ ଯାଉଥିବା ସମୟରେ ବଲାଙ୍ଗୀର ପଟରୁ ରମେଶ ବିଶାଳ ନାମକ ଯୁବକ ବାଇକ୍ ନଂ-ଓଡି-୩୧-କେ-୬୨୬୨ରେ ନିଜ ଗ୍ରାମ ଧରବଗଡ଼କୁ ଯାଉଥିବାବେଳେ ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ଅଜିତ ନିଜ ବାଇକରୁ ଛିଟିକି ପଡ଼ିଥିଲେ। ଉପସ୍ଥିତ ଥିବା ଲୋକେ ଗୁରୁତର ଅବସ୍ଥାରେ ଅଜିତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ସଇଁତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାବେଳେ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଥବା ଜଣାପଡ଼ିଛି। ଅଜିତଙ୍କ ବିଧବ। ମା’, ବିଧବା ସ୍ତ୍ରୀ ଏବଂ ଦୁଇ ବର୍ଷର ପୁଅ ଥିବାବେଳେ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ପରେ ଗଣ୍ଡପତ୍ରାପାଲି ସରପଞ୍ଚ ମନିସ ସୁନା ଏବଂ ସ୍ଥାନୀୟ ଲୋକେ ଅଜିତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।
ଅନ୍ୟପକ୍ଷରେ ରମେଶ ଧକ୍କାଦେଇ ଫେରାର ହୋଇଯାଉଥିବାବେଳେ ବଡ଼ମାଳ ପୋଲିସ ତାଙ୍କୁ ବଡ଼ମାଳ ଫାଣ୍ଡିରେ ବାଇକ ସହ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ଏସ୍ଆଇ ଆଲୋକ ଭୋଇ କହିଛନ୍ତି।
The post ବାଇକ୍କୁ ଧକ୍କା ଦେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.