ସରକାରୀ କର୍ମଚାରୀଙ୍କୁ ଚେତାବନୀ ଦେଲେ ମନ୍ତ୍ରୀ: ପିସି ନେଉଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୯ା୬(ଅନିଲ ଦାସ):ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ଅଚାନକ ଭୁବନେଶ୍ୱରସ୍ଥିତ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ସାଧାରଣ ଲୋକ, ଓକିଲ ଓ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ତହସିଲ ଅଫିସରେ କିଭଳି କାର୍ଯ୍ୟ ହେଉଛି ଓ ଜନସାଧାରଣ କିପରି ସେବା ପାଉଛନ୍ତି ସେ ସମ୍ପର୍କିତ ଅଭିଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ଭୂମି, ବାସସ୍ଥାନ, ଜାତିଗତ ପ୍ରମାଣପତ୍ର ଆବେଦନ ଓ ତୁରନ୍ତ ଏସବୁ ସେବା ମିଳିବା […] The post ସରକାରୀ କର୍ମଚାରୀଙ୍କୁ ଚେତାବନୀ ଦେଲେ ମନ୍ତ୍ରୀ: ପିସି ନେଉଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.
ଭୁବନେଶ୍ୱର,୧୯ା୬(ଅନିଲ ଦାସ):ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ଅଚାନକ ଭୁବନେଶ୍ୱରସ୍ଥିତ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ସାଧାରଣ ଲୋକ, ଓକିଲ ଓ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ତହସିଲ ଅଫିସରେ କିଭଳି କାର୍ଯ୍ୟ ହେଉଛି ଓ ଜନସାଧାରଣ କିପରି ସେବା ପାଉଛନ୍ତି ସେ ସମ୍ପର୍କିତ ଅଭିଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ଭୂମି, ବାସସ୍ଥାନ, ଜାତିଗତ ପ୍ରମାଣପତ୍ର ଆବେଦନ ଓ ତୁରନ୍ତ ଏସବୁ ସେବା ମିଳିବା ନେଇ ସମୟସୀମା ନିର୍ଦ୍ଧାରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ତହସିଲ କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ଆସୁଥିବା ସାଧାରଣ ଲୋକେ ଯେପରି ହଇରାଣ ହରକତ ନ ହେବେ ଓ ସମସ୍ତ ସେବା ସୁବିଧାରେ ପାଇପାରିବେ ସେ ନେଇ ଏକ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି ଯେ ସରକାରୀ କାର୍ଯ୍ୟାଳୟରେ ପିସି କାରବାର କିମ୍ବା ଦୁର୍ନୀତିର ପ୍ରମାଣ ମିଳିଲେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ କ୍ଷେତ୍ରରେ ‘ଶୂନ ସହନଶୀଳତା’ ହେଉଛି ମାପଦଣ୍ଡ। ଜନସାଧାରଣଙ୍କ ନିକଟରେ ରାଜସ୍ବ, ପ୍ରଶାସନ କିପରି ସହଜରେ ପହଞ୍ଚିପାରିବ ସେ ନେଇ ଯଦି କାହାର କିଛି ପ୍ରସ୍ତାବ ରହିଥାଏ ତେବେ ସେସବୁକୁ ସ୍ବାଗତ କରାଯିବ। ଏ କ୍ଷେତ୍ରରେ ସାଧାରଣ ଲୋକ ଚାହିଁଲେ ମଧ୍ୟ ମନ୍ତ୍ରୀଙ୍କୁ ସିଧାସଳଖ ଭେଟିପାରିବେ ଓ ନିଜର ସମସ୍ୟା ସମ୍ପର୍କରେ ଅବଗତ କରାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି।
The post ସରକାରୀ କର୍ମଚାରୀଙ୍କୁ ଚେତାବନୀ ଦେଲେ ମନ୍ତ୍ରୀ: ପିସି ନେଉଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.