ଗାରାମପେଟା ଠାରେ ବିଜେଡି ର ନିର୍ବାଚନ ସଭା।
ଗୋପାଳପୁର,୧୧/୦୪ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଙ୍କ ପକ୍ଷରୁ ଆଜି ଲଉଡଇଗଆଁ ପଞ୍ଚାୟତ ଅନ୍ତର୍ଗତ ଲଉଡଇଗଆଁ ଠାରେ ଏକ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା।ଏହି ଅବସରରେ ଶ୍ରୀ ପଣ୍ଡା ଗତ ୨୫ ବର୍ଷ ମଧ୍ୟରେ ରାଜ୍ୟ ରେ ତଥା ଗୋପାଳପୁର ରେ ହୋଇଥିବା ବହୁବିଧ ଜନହିତକର କାର୍ଯ୍ୟ ର ବିବରଣୀ ଦେବା ସହ ୬ ଷ୍ଠ ଥର ନିମନ୍ତେ ବିଜେଡି କୁ ବହୁମତ ରେ ନିର୍ବାଚିତ […] The post ଗାରାମପେଟା ଠାରେ ବିଜେଡି ର ନିର୍ବାଚନ ସଭା। appeared first on Odisha.News.

ଗୋପାଳପୁର,୧୧/୦୪
ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଙ୍କ ପକ୍ଷରୁ ଆଜି ଲଉଡଇଗଆଁ ପଞ୍ଚାୟତ ଅନ୍ତର୍ଗତ ଲଉଡଇଗଆଁ ଠାରେ ଏକ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା।ଏହି ଅବସରରେ ଶ୍ରୀ ପଣ୍ଡା ଗତ ୨୫ ବର୍ଷ ମଧ୍ୟରେ ରାଜ୍ୟ ରେ ତଥା ଗୋପାଳପୁର ରେ ହୋଇଥିବା ବହୁବିଧ ଜନହିତକର କାର୍ଯ୍ୟ ର ବିବରଣୀ ଦେବା ସହ ୬ ଷ୍ଠ ଥର ନିମନ୍ତେ ବିଜେଡି କୁ ବହୁମତ ରେ ନିର୍ବାଚିତ କରାଇବାକୁ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ
ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ବରୀ ଦୋରା, ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ, ଏନ୍ଏସି ଅଧ୍ୟକ୍ଷ ଏ ଜାନକୀ ରାମ, କାଉନସିଲର ବୃନ୍ଦ, ବ୍ଲକ୍ ଅଧ୍ୟକ୍ଷା ସିଏଚ ଉଷାରାଣୀ, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ବିଜେଡ଼ି ନେତୃବୃନ୍ଦ, ପଦାଧିକାରୀ, କର୍ମୀ ତଥା ସାଧାରଣ ଲୋକ ଉପସ୍ଥିତ ରହିଥିଲେ।ସଭା ପୂର୍ବରୁ ଲଉଡିଗାଁ ଗ୍ରାମ ପଞ୍ଚାୟତରେ ଏକ ବିରାଟ ନିର୍ବାଚନୀ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା ।
The post ଗାରାମପେଟା ଠାରେ ବିଜେଡି ର ନିର୍ବାଚନ ସଭା। appeared first on Odisha.News.