ଗାଲେରି ଅଞ୍ଚଳରେ କାଉ ମଡ଼କ
ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାଲେରି ଅଞ୍ଚଳରେ କିଛି ଦିନ ହେବ କାଉ ମଡକ ଦେଖାଦେଇଛି। ଗତ ୩ରୁ ୪ ଦିନ ମଧ୍ୟରେ ଶତାଧିକ କାଉଙ୍କର ମୃତ୍ୟୁ ହେଲାଣି। ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। କାଉ ଗୁଡ଼ିକର ବେକ ଫୁଲି ଯାଇଥିବା ବେଳେ ମରିବା ପୂର୍ବରୁ ଆଖି ମିଟି ମିଟି କରି ଥରୁଛନ୍ତି। ତେଣୁ କେଉଁ କାରଣରୁ କାଉ ଗୁଡ଼ିକର ମୃତ୍ୟୁ ହେଉଛି ସେନେଇ ସଠିକ୍ ଭାବେ ଜଣାପଡ଼ିନାହିଁ। ଏ ନେଇ ଭଞ୍ଜନଗର […] The post ଗାଲେରି ଅଞ୍ଚଳରେ କାଉ ମଡ଼କ appeared first on Dharitri Odia News.
ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାଲେରି ଅଞ୍ଚଳରେ କିଛି ଦିନ ହେବ କାଉ ମଡକ ଦେଖାଦେଇଛି। ଗତ ୩ରୁ ୪ ଦିନ ମଧ୍ୟରେ ଶତାଧିକ କାଉଙ୍କର ମୃତ୍ୟୁ ହେଲାଣି। ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। କାଉ ଗୁଡ଼ିକର ବେକ ଫୁଲି ଯାଇଥିବା ବେଳେ ମରିବା ପୂର୍ବରୁ ଆଖି ମିଟି ମିଟି କରି ଥରୁଛନ୍ତି। ତେଣୁ କେଉଁ କାରଣରୁ କାଉ ଗୁଡ଼ିକର ମୃତ୍ୟୁ ହେଉଛି ସେନେଇ ସଠିକ୍ ଭାବେ ଜଣାପଡ଼ିନାହିଁ। ଏ ନେଇ ଭଞ୍ଜନଗର ପ୍ରାଣୀ ବିଶେଷଜ୍ଞ ଡ଼ା.ନିଶିକାନ୍ତ ବଳଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଯାଞ୍ଚ ପରେ ମୁତ୍ୟୁର କାରଣ ଜଣାପଡ଼ିବ। ଆମ ପାଖରେ ଏଭଳି କୌଣସି ସୂଚନା ନାହିଁ। ରବିବାର ପରୀକ୍ଷା କରିବା ପରେ ଜଣାପଡ଼ିବ। କାଉ ଗୁଡ଼ିକୁ କୌଣସି ରୋଗ ଯୋଗୁ ମୃତୃ୍ୟ ହୋଇଥାଇପାରେ ବୋଲି ଡା. ନିଶିକାନ୍ତ ସୂଚନା ଦେଇଛନ୍ତି।
The post ଗାଲେରି ଅଞ୍ଚଳରେ କାଉ ମଡ଼କ appeared first on Dharitri Odia News.