ଗିରଫ ନିଶା ବେପାରୀ ଶିବ ପ୍ରସାଦ ଦାସଙ୍କ ୭୪ ଲକ୍ଷ ଟଙ୍କା ବାଜ୍ୟାପ୍ତ କଲା ଏସ୍‌ଟିଏଫ୍‌

ଭୁବନେଶ୍ବର : ବାଜ୍ୟାପ୍ତ ହେଲା ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସଙ୍କ ସମ୍ପତ୍ତି। ନିଶା ବେପାରୀ ଶିବ ପ୍ରସାଦଙ୍କ ୭୪ ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ବ୍ରାଉନସୁଗର ବେପାର କରି ଗିରଫ ହୋଇଛନ୍ତି ଶିବ । ଗତ ୨୦୨୨ ଜାନୁଆରୀ ୨୫ରେ ଶିବକୁ କ୍ରାଇମବ୍ରାଞ୍ଚର STF ଗିରଫ କରିବା ସହ ତାଙ୍କ ନିକଟରୁ ୩.୧କେଜି ବ୍ରାଉନସୁଗାର ଜବତ କରିଥିଲା। ଏଥି ସହିତ ୩ ବିଦେଶୀ ବନ୍ଧୁକ, ୭ ମାଗାଜିନ୍, ୪୩ […]

ଗିରଫ ନିଶା ବେପାରୀ ଶିବ ପ୍ରସାଦ ଦାସଙ୍କ ୭୪ ଲକ୍ଷ ଟଙ୍କା ବାଜ୍ୟାପ୍ତ କଲା ଏସ୍‌ଟିଏଫ୍‌
STF seizes 74 lakh from arrested drug dealer Shib Prasad Das

ଭୁବନେଶ୍ବର : ବାଜ୍ୟାପ୍ତ ହେଲା ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସଙ୍କ ସମ୍ପତ୍ତି। ନିଶା ବେପାରୀ ଶିବ ପ୍ରସାଦଙ୍କ ୭୪ ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ବ୍ରାଉନସୁଗର ବେପାର କରି ଗିରଫ ହୋଇଛନ୍ତି ଶିବ ।

ଗତ ୨୦୨୨ ଜାନୁଆରୀ ୨୫ରେ ଶିବକୁ କ୍ରାଇମବ୍ରାଞ୍ଚର STF ଗିରଫ କରିବା ସହ ତାଙ୍କ ନିକଟରୁ ୩.୧କେଜି ବ୍ରାଉନସୁଗାର ଜବତ କରିଥିଲା। ଏଥି ସହିତ ୩ ବିଦେଶୀ ବନ୍ଧୁକ, ୭ ମାଗାଜିନ୍, ୪୩ ରାଉଣ୍ଡ ଗୁଳି ସହ ୬୫ ଲକ୍ଷ ୩୨ ହାଜର ୨ ଶହ ଟଙ୍କା ଜବତ କରିଥିଲା ଏସ୍‌ଟିଏଫ୍‌ । ଏହି ମାମଲାରେ ଶିବଙ୍କୁ ମିଶେଇ ୬ ଜଣଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍‌ । ତାଙ୍କ ଠାରୁ ଜବତ ଟଙ୍କା ଓ ବ୍ୟାଙ୍କ୍ ଜମାକୁ ଵଜ୍ୟାପ୍ତ କରିବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲା କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍‌ । କୋର୍ଟ ଏବେ ଏହି ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଅନୁମତି ଦେଇଛନ୍ତି ।