ଗିରଫ ହେଲା ଏମ.ଭି. ୱାଡି ଆଲବୋଷ୍ଟନ ଜାହାଜ, ବିଚାର ପରେ ହାଇକୋର୍ଟଙ୍କ ନିଷ୍ପତ୍ତି

ପାରାଦୀପ ୧୬/୦୮: ଗିରଫ ହେଲା ଏମ.ଭି. ୱାଡି ଆଲବୋଷ୍ଟନ ଜାହାଜ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାହାଜଟିକୁ ଗିରଫ କରାଯାଇଛି । ଜର୍ମାନୀର ଏକ କମ୍ପାନୀଙ୍କ ଆବେଦନ ଉପରେ ଗିରଫ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପୂର୍ବରୁ ଆଙ୍କରେଜ ଇଲାକାରେ ଅଟକ ରଖାଯାଇଥିଲା । ଏଲବୋ ଅଏଲ ନାମକ ଏକ ଜର୍ମାନୀ କମ୍ପାନୀ ପାଖାପାଖି ୪ କୋଟି ପାଇବା ପାଇଁ ହାଇକୋର୍ଟରେ ଅପିଲ କରିଥିଲେ । ଆବେଦନକୁ ବିଚାରକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜାହାଜକୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦେଶ ଦେଇଥିଲେ । ପରେ କୁଜଙ୍ଗ ସବ ଜଜଙ୍କୁ ଏଥିନିମନ୍ତେ ମାର୍ଶାଲ ନିଯୁକ୍ତି ଦେବାପରେ ତାଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଜାହାଜକୁ ଗିରଫ କରାଯାଇଛି । ଜାହାଜ ଲୁହାପଥର ନେଇ ପାରାଦୀପରୁ ଚୀନ କୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏବେ ପୋତାଶ୍ରୟରେ ଜାହାଜଟିକୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା । ଏହାପୂର୍ବରୁ ମଧ୍ୟ ଆଉ ଏକ ଜାହାଜକୁ ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ଅଟକ ରଖାଯାଇଥିଲା। ଜାହାଜର ମାଲିକ ଦେବାକୁ ଥିବା ଟଙ୍କା ପୈଠ ପରେ ତିନିଦିନ ତଳେ ଉକ୍ତ ଜାହାଜ ଟିକୁ ମୁକ୍ତ କରାଯାଇଛି। ଏକ କମ୍ପାନୀର ୩ କୋଟି ୯୬ ଲକ୍ଷ ୧୮ ହଜାର  ୧୨୯ ଟଙ୍କା ବାକି ରଖିଥିବା ଅଭିଯୋଗ ନେଇ ରୁଜୁ ମାମଲାରେ ହାଇକୋର୍ଟ ଏମ୍‌ଭି ୱାଡି ଆଲବୋଷ୍ଟାନ୍‌(ଆଇଏମ୍‌ଓ-୯୪୬୦୭୨୨) ଜାହାଜକୁ ପାରାଦୀପ  ବନ୍ଦରରେ ଗିରଫ ଲାଗି ନିର୍ଦ୍ଦେଶ ଦେଇଥିଲେ ।  ସଲଫର  ଗ୍ୟାସ୍‌

ଗିରଫ ହେଲା ଏମ.ଭି. ୱାଡି ଆଲବୋଷ୍ଟନ ଜାହାଜ, ବିଚାର ପରେ ହାଇକୋର୍ଟଙ୍କ ନିଷ୍ପତ୍ତି

ପାରାଦୀପ ୧୬/୦୮: ଗିରଫ ହେଲା ଏମ.ଭି. ୱାଡି ଆଲବୋଷ୍ଟନ ଜାହାଜ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାହାଜଟିକୁ ଗିରଫ କରାଯାଇଛି । ଜର୍ମାନୀର ଏକ କମ୍ପାନୀଙ୍କ ଆବେଦନ ଉପରେ ଗିରଫ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପୂର୍ବରୁ ଆଙ୍କରେଜ ଇଲାକାରେ ଅଟକ ରଖାଯାଇଥିଲା । ଏଲବୋ ଅଏଲ ନାମକ ଏକ ଜର୍ମାନୀ କମ୍ପାନୀ ପାଖାପାଖି ୪ କୋଟି ପାଇବା ପାଇଁ ହାଇକୋର୍ଟରେ ଅପିଲ କରିଥିଲେ । ଆବେଦନକୁ ବିଚାରକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜାହାଜକୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦେଶ ଦେଇଥିଲେ । ପରେ କୁଜଙ୍ଗ ସବ ଜଜଙ୍କୁ ଏଥିନିମନ୍ତେ ମାର୍ଶାଲ ନିଯୁକ୍ତି ଦେବାପରେ ତାଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଜାହାଜକୁ ଗିରଫ କରାଯାଇଛି । ଜାହାଜ ଲୁହାପଥର ନେଇ ପାରାଦୀପରୁ ଚୀନ କୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏବେ ପୋତାଶ୍ରୟରେ ଜାହାଜଟିକୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା । 

ଏହାପୂର୍ବରୁ ମଧ୍ୟ ଆଉ ଏକ ଜାହାଜକୁ ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ଅଟକ ରଖାଯାଇଥିଲା। ଜାହାଜର ମାଲିକ ଦେବାକୁ ଥିବା ଟଙ୍କା ପୈଠ ପରେ ତିନିଦିନ ତଳେ ଉକ୍ତ ଜାହାଜ ଟିକୁ ମୁକ୍ତ କରାଯାଇଛି। ଏକ କମ୍ପାନୀର ୩ କୋଟି ୯୬ ଲକ୍ଷ ୧୮ ହଜାର  ୧୨୯ ଟଙ୍କା ବାକି ରଖିଥିବା ଅଭିଯୋଗ ନେଇ ରୁଜୁ ମାମଲାରେ ହାଇକୋର୍ଟ ଏମ୍‌ଭି ୱାଡି ଆଲବୋଷ୍ଟାନ୍‌(ଆଇଏମ୍‌ଓ-୯୪୬୦୭୨୨) ଜାହାଜକୁ ପାରାଦୀପ  ବନ୍ଦରରେ ଗିରଫ ଲାଗି ନିର୍ଦ୍ଦେଶ ଦେଇଥିଲେ ।  ସଲଫର  ଗ୍ୟାସ୍‌ ଅଏଲ୍‌ ଯୋଗାଣକୁ ନେଇ ବିବାଦ ଦେଖାଦେଇଥିଲା । ଯେଉଁଥିରେ ଜାହାଜ ମାଲିକ ୩ କୋଟିରୁ ଅଧିକ ଟଙ୍କା ବକେୟା ରଖିଥିଲେ । 

ପାରାଦୀପ ବନ୍ଦରରେ  ଏହି ଜାହାଜ ଅଟକିଥିଲାବେଳେ ଆଡମିରାଲିଟି ଆଇନ-୨୦୧୭ ଆଧାରରେ  ଆବେଦନକାରୀ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ହାଇକୋର୍ଟ  ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ମଧ୍ୟ ଏକ ଜାହାଜକୁ ଗିରଫ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।