ଗିରଫ ହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ
ଯାଜପୁର,୧୮ା୮: ଯାଜପୁର ସିଟି ଏବଂ ଜିଏସ୍ଟିର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ ଟିକସ ହେର୍ଫେର୍ ଅଭିଯୋଗରେ ଶନିବାର ରେଡ୍ କରାଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଯାଜପୁର ସିଟି ଆଣ୍ଡ୍ ଜିଏସ୍ଟିର ଆସିଷ୍ଟାଣ୍ଟ କମିଶନର ବିନୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସର ୫ଟି ଟିମ୍ ଏକକାଳୀନ ୫ଟି […] The post ଗିରଫ ହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ appeared first on Dharitri Odia News.
ଯାଜପୁର,୧୮ା୮: ଯାଜପୁର ସିଟି ଏବଂ ଜିଏସ୍ଟିର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ ଟିକସ ହେର୍ଫେର୍ ଅଭିଯୋଗରେ ଶନିବାର ରେଡ୍ କରାଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଯାଜପୁର ସିଟି ଆଣ୍ଡ୍ ଜିଏସ୍ଟିର ଆସିଷ୍ଟାଣ୍ଟ କମିଶନର ବିନୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସର ୫ଟି ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଥିଲେ। ତ୍ରିପାଠୀଙ୍କ ନାମରେ ବଡ଼ ଧରଣର ସରକାରୀ ଅର୍ଥ ହେରଫେର ନେଇ ଅଭିଯୋଗ ହୋଇଥିଲା। ସ୍କ୍ରାପ୍ ମ୍ୟାଟେରିଆଲ ବୋଝେଇ ଗାଡ଼ି (ନଂ. ଓଡି୦୪ଏଲ୍-୨୨୩୩)ରୁ ଟ୍ୟାକ୍ସ ଓ ଜରିମାନା ଆଦାୟ ନ କରି ବେଆଇନ ଭାବେ ଛାଡ଼ିଦେବା ଦ୍ୱାରା ସରକାରଙ୍କର ୫,୮୫,୩୫୬ ଟଙ୍କା କ୍ଷତି ହୋଇଛି। ଭିଜିଲାନ୍ସ କଟକ ଡିଭିଜନ ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ ହୋଇଥିଲା।
ସୂଚନା ଅନୁସାରେ, ତ୍ରିପାଠୀ ଗତ ମେ’ ୭ ତାରିଖ ଅପରାହ୍ନ ପ୍ରାୟ ୧ଟାରେ ସ୍କ୍ରାପ୍ ବୋଝେଇ ହୋଇ ଯାଉଥିବା ଏକ ଗାଡ଼ିକୁ ଯାଜପୁର ରେଭେଣାଠାରେ ଅଟକାଇଥିଲେ। ଉକ୍ତ ଗାଡ଼ିରେ ଆନୁମାନିକ ୮,୮୯,୬୦୦ ଟଙ୍କାର ପ୍ରାୟ ୨୨,୨୪୦ କେଜି ସ୍କ୍ରାପ୍ ବୋଝେଇ ହୋଇଥିଲା। ଗାଡ଼ି ସହ ସ୍କ୍ରାପ୍କୁ ଜବତ କରାଯାଇଥିଲା। ଏହାପରେ ତ୍ରିପାଠୀ ସ୍କ୍ରାପ୍ ସାମଗ୍ରୀଗୁଡ଼ିକର ମାଲିକଙ୍କ ସହ ଯୋଗାଯୋଗ କରିଥିଲେ। ଏହି ସ୍କ୍ରାପ ପରିବହନ ନିମନ୍ତେ ୩,୨୦,୦୦୦ ଟଙ୍କାର ଟ୍ୟାକ୍ସ ଦାଖଲ କରିବାକୁ କହିଥିଲେ। ଅପରପକ୍ଷରେ ଗାଡ଼ି ଓ ସ୍କ୍ରାପ୍ ସାମଗ୍ରୀଗୁଡ଼ିକୁ ଛାଡ଼ି ଦେବା ପାଇଁ ବେଆଇନ ଭାବେ ୨,୫୦,୦୦୦ ଟଙ୍କା ସେ ମାଲିକଙ୍କଠାରୁ ଦାବି କରିଥିଲେ। ମାତ୍ର ଲାଞ୍ଚ ଅର୍ଥ ନ ମିଳିବାରୁ ଜିଏସ୍ଟି ଆଇନ୍କୁ ଉଲ୍ଲଂଘନ କରି ତ୍ରିପାଠୀ ଆଉ ଜଣେ ସ୍କ୍ରାପ୍ ଡିଲରଙ୍କୁ ଜବତ ହୋଇଥିବା ସମସ୍ତ ସ୍କ୍ରାପ୍ ବିକି ଟ୍ୟାକ୍ସ ଦେଇଦେଲେ। ଏହାପରେ ବାକି ୫,୮୫,୩୫୬ ଟଙ୍କାକୁ ହେର୍ଫେର୍ କରିଦେଲେ। ଏହିପରି ଭାବରେ ତ୍ରିପାଠୀ ଅନ୍ୟାନ୍ୟ ପରିବହନ ସଂସ୍ଥାଠାରୁ ଟ୍ୟାକ୍ସ ଛାଡ଼ କରିଦେବା ଆଳରେ ବହୁ ଲାଞ୍ଚ ଅର୍ଥ ଆଦାୟ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା। ତେବେ ଭିଜିଲାନ୍ସ ତ୍ରିପାଠୀଙ୍କ ଭୁବନେଶ୍ୱର ୟୁନିଟ୍-୨ସ୍ଥିତ ସରକାରୀ ବାସଭବନ, ଖୋର୍ଦ୍ଧା ଜିଲା ନିରାକାରପୁର ପଦ୍ମପୁରସ୍ଥିତ ପୈତୃକ ବାସଭବନ ଓ ନିର୍ମାଣାଧୀନ ଫାର୍ମ ହାଉସ୍, ଭୁବନେଶ୍ୱର ବରମୁଣ୍ଡା ଉତ୍ତର ମୁଣ୍ଡମୁହାଣସ୍ଥିତ କୃଷ୍ଣପ୍ରିୟା ଆପାର୍ଟମେଣ୍ଟରେ ଫ୍ଲାଟ୍ ନଂ-୨୦୧, କେନ୍ଦ୍ରାପଡ଼ା ପାଟକୁରାର ଯଦୁପୁର ଗ୍ରାମରେ ଏକକାଳୀନ ଚଢ଼ାଉ କରିଥିଲା। ଭିଜିଲାନ୍ସ କଟକ ଡିଭିଜନର ୭ ଜଣ ଡିଏସ୍ପି, ୧୪ ଇନ୍ସପେକ୍ଟରଙ୍କ ସମେତ ୨୫ରୁ ଅଧିକ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଥିଲେ।
The post ଗିରଫ ହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ appeared first on Dharitri Odia News.