ଗିରଫ ହେଲେ କୁବେର ରେଞ୍ଜର, ରେଡ୍ ବେଳେ ମିଳିଥିଲା ଅମାପ ସମ୍ପତ୍ତି

ଢେଙ୍କାନାଳ ୨୩/୦୮: ଗିରଫ ହେଲେ କୁବେର ରେଞ୍ଜର । ଢେଙ୍କାନାଳ ଫରେଷ୍ଟ ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଚଢାଉ ବେଳେ ଭୁବନେଶ୍ବରରେ ଗୋଟିଏ ମୂଲ୍ୟବାନ୍ ଫ୍ଲାଟ, ହାଇଦ୍ରାବାଦରେ ୨ଟି ଫ୍ଲାଟ, ଭୁବନେଶ୍ବର ଏବଂ ଢେଙ୍କାନାଳରେ ୮ଟି ପ୍ଲଟ, ଆଠଗଡରେ ପାଖାପାଖି ୨ କୋଟି ଟଙ୍କାର ଗୋଟିଏ ଫାର୍ମ ହାଉସ, ୧ କୋଟି ଟଙ୍କାର ଡିପୋଜିଟ୍, ନଗଦ ୫ ଲକ୍ଷ ୧୫ ହଜାର ଟଙ୍କା, ୫୫୭ ଗ୍ରାମର ସୁନା, ୨ଟି ଚାରି ଚକିଆ ଠାବ କରିଛି ଭିଜିଲାନ୍ସସୂଚନା ଥାଉକି, ରାଜ୍ୟରେ ଧରାପଡୁଛନ୍ତି ଜଣଙ୍କ ପରେ ଜଣେ କୁବେର ଅଫିସର । ଏହି ପରିପ୍ରେକ୍ଷୀରେ ଗୁରୁବାର ଭିଜିଲାନ୍ସ ଜାଲରେ ଧରାପଡିଥିଲେ ଆଉ ଜଣେ କୁବେର ରେଞ୍ଜ ଅଫିସର । ଢେଙ୍କାନାଳ ବନ ବିଭାଗର ସଦର ରେଞ୍ଜରେ କାର୍ଯ୍ୟରତ ଥିବା ଏହି ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ କଲା ସମ୍ପତ୍ତିର ତାଲିକା ଏତେ ଲମ୍ବା ଯାହାକି ଭିଜିଲାନ୍ସକୁ ତାଜୁବ କରିଛି । ଢେଙ୍କାନାଳ ସହରର ରତନ ବଜାର ସ୍ଥିତ ବିଭୂଦାନନ୍ଦଙ୍କ ବିଳାଶପୂର୍ଣ୍ଣ ଆଲିଶାନ ବଙ୍ଗଳା ଉପରେ ଚଢ଼ାଉ ପରେ ତାଙ୍କ ବେଆଇନ ସମ୍ପତ୍ତି ଠୁଳ ତାଲିକା ଭିଜିଲାନ୍ସ ହାତରେ ଲାଗିଛି । କଟକ ଭୁବନେଶ୍ୱରରେ ୮ଟି  ଦାମୀ ପ୍ଲଟ, ଆଠଗଡ଼ରେ ରୋମାଣ୍ଟିକ ଫାର୍ମ ହାଉସ, ହାଇଦ୍ରାବାଦରେ ଦୁଇଟି ଦାମ ପ୍ଲାଟ,ଢେଙ୍କାନାଳ ଓ ଭୁବନେଶ୍ୱରର ବିଭିନ୍ନ ଜାଗାରେ ଘର, ଅଧାକେଜିରୁ ଉର୍ଦ୍ଧ୍ୱ ସୁନା ଗ

ଗିରଫ ହେଲେ କୁବେର ରେଞ୍ଜର, ରେଡ୍ ବେଳେ ମିଳିଥିଲା ଅମାପ ସମ୍ପତ୍ତି

ଢେଙ୍କାନାଳ ୨୩/୦୮: ଗିରଫ ହେଲେ କୁବେର ରେଞ୍ଜର । ଢେଙ୍କାନାଳ ଫରେଷ୍ଟ ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଚଢାଉ ବେଳେ ଭୁବନେଶ୍ବରରେ ଗୋଟିଏ ମୂଲ୍ୟବାନ୍ ଫ୍ଲାଟ, ହାଇଦ୍ରାବାଦରେ ୨ଟି ଫ୍ଲାଟ, ଭୁବନେଶ୍ବର ଏବଂ ଢେଙ୍କାନାଳରେ ୮ଟି ପ୍ଲଟ, ଆଠଗଡରେ ପାଖାପାଖି ୨ କୋଟି ଟଙ୍କାର ଗୋଟିଏ ଫାର୍ମ ହାଉସ, ୧ କୋଟି ଟଙ୍କାର ଡିପୋଜିଟ୍, ନଗଦ ୫ ଲକ୍ଷ ୧୫ ହଜାର ଟଙ୍କା, ୫୫୭ ଗ୍ରାମର ସୁନା, ୨ଟି ଚାରି ଚକିଆ ଠାବ କରିଛି ଭିଜିଲାନ୍ସ

ସୂଚନା ଥାଉକି, ରାଜ୍ୟରେ ଧରାପଡୁଛନ୍ତି ଜଣଙ୍କ ପରେ ଜଣେ କୁବେର ଅଫିସର । ଏହି ପରିପ୍ରେକ୍ଷୀରେ ଗୁରୁବାର ଭିଜିଲାନ୍ସ ଜାଲରେ ଧରାପଡିଥିଲେ ଆଉ ଜଣେ କୁବେର ରେଞ୍ଜ ଅଫିସର । ଢେଙ୍କାନାଳ ବନ ବିଭାଗର ସଦର ରେଞ୍ଜରେ କାର୍ଯ୍ୟରତ ଥିବା ଏହି ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ କଲା ସମ୍ପତ୍ତିର ତାଲିକା ଏତେ ଲମ୍ବା ଯାହାକି ଭିଜିଲାନ୍ସକୁ ତାଜୁବ କରିଛି । 

ଢେଙ୍କାନାଳ ସହରର ରତନ ବଜାର ସ୍ଥିତ ବିଭୂଦାନନ୍ଦଙ୍କ ବିଳାଶପୂର୍ଣ୍ଣ ଆଲିଶାନ ବଙ୍ଗଳା ଉପରେ ଚଢ଼ାଉ ପରେ ତାଙ୍କ ବେଆଇନ ସମ୍ପତ୍ତି ଠୁଳ ତାଲିକା ଭିଜିଲାନ୍ସ ହାତରେ ଲାଗିଛି । କଟକ ଭୁବନେଶ୍ୱରରେ ୮ଟି  ଦାମୀ ପ୍ଲଟ, ଆଠଗଡ଼ରେ ରୋମାଣ୍ଟିକ ଫାର୍ମ ହାଉସ, ହାଇଦ୍ରାବାଦରେ ଦୁଇଟି ଦାମ ପ୍ଲାଟ,ଢେଙ୍କାନାଳ ଓ ଭୁବନେଶ୍ୱରର ବିଭିନ୍ନ ଜାଗାରେ ଘର, ଅଧାକେଜିରୁ ଉର୍ଦ୍ଧ୍ୱ ସୁନା ଗହଣା, ଦୁଇ ଦୁଇଟି ହୀରା ହାର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟାଙ୍କ ବାଲାନ୍ସ ଆଦି ବେଆଇନ ସମ୍ପତି ଠାବ କରିଛି ଭିଜିଲାନ୍ସ । 

ସବୁଠାରୁ ଗୁରୁତ୍ୱପୂର୍ଣ କଥା ଟଏଲେଟ ଫ୍ଲାସରେ ଲୁଚାଇ ରଖିଥିବା ଟଙ୍କା ବିଡା ସହିତ ୫ଲକ୍ଷ ୧୫ହଜାର ନଗଦ ଟଙ୍କା ଜବତ ଆଦି ଘଟଣା ଭିଜିଲାନ୍ସକୁ ଚକିତ କରିଛି । ଏହା ସହିତ ଦାମୀ ଗାଡି ଘୋଡା ଆଦି ସମ୍ପତ୍ତିର ତାଲିକା କୋଟି କୋଟି ଟଙ୍କାର ଜଣାପଡିଛି।