ଗିରଫ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍
ସିଓଲ, ୧୫ା୧ (ଏଜେନ୍ସି): ଶେଷରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ୍ ୟୋଲ ବୁଧବାର ଗିରଫ ହୋଇଛନ୍ତି। ୟୁନ ଦକ୍ଷିଣ କୋରିଆରେ ସାମରିକ ଶାସନ ଘୋଷଣା କରିବା ପରେ ଉଭୟ ବିରୋଧୀ ଏବଂ ଶାସକ ଦଳ ସଦସ୍ୟଙ୍କ ଦ୍ବାରା ତୀବ୍ର ସମାଲୋଚନାର ଶିକାର ହେବା ସହିତ ବିବାଦୀୟ ହୋଇପଡ଼ିଥିଲେ। ପରେ ପରେ ତାଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଥିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦକ୍ଷିଣ କୋରିଆ ଅଦାଲତ ନିର୍ଦ୍ଦେଶ ଦେବା ପରେ […]

ସିଓଲ, ୧୫ା୧ (ଏଜେନ୍ସି): ଶେଷରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ୍ ୟୋଲ ବୁଧବାର ଗିରଫ ହୋଇଛନ୍ତି। ୟୁନ ଦକ୍ଷିଣ କୋରିଆରେ ସାମରିକ ଶାସନ ଘୋଷଣା କରିବା ପରେ ଉଭୟ ବିରୋଧୀ ଏବଂ ଶାସକ ଦଳ ସଦସ୍ୟଙ୍କ ଦ୍ବାରା ତୀବ୍ର ସମାଲୋଚନାର ଶିକାର ହେବା ସହିତ ବିବାଦୀୟ ହୋଇପଡ଼ିଥିଲେ। ପରେ ପରେ ତାଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଥିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦକ୍ଷିଣ କୋରିଆ ଅଦାଲତ ନିର୍ଦ୍ଦେଶ ଦେବା ପରେ କିଛି ଦିନ ତଳେ ୟୁନଙ୍କୁ ଗିରଫ କରିବାକୁ ପୁଲିସ ତାଙ୍କ ବାସଭବନରେ ପହଞ୍ଚିଥିଲା। ହେଲେ ସେତେବେଳେ ୟୁନଙ୍କୁ ସମର୍ଥକମାନେ ତୀବ୍ର ବିରୋଧ କରିବା ସହିତ ସୁରକ୍ଷାକର୍ମୀମାନେ ମଧ୍ୟ ବିରୋଧ କରିଥିଲେ। ଏଥିପାଇଁ ସାରା ଦେଶରେ ବିକ୍ଷୋଭ କରାଯିବା ସହ ୟୁନ୍ଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇ ହର୍ତାଳ କରିବା ଆରମ୍ଭ କରିଥିଲେ। ସେତେବେଳେ ପୁଲିସ ନାଚାର ହୋଇ ଫେରି ଆସିଥÒଲେ ହେଁ ଦ୍ବିତୀୟ ଉପକ୍ରମରେ ପୁଲିସ ୟୁନଙ୍କୁ ବୁଧବାର ଗିରଫ କରିଛି।