ଗିରଫ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୧୮।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ଶୁକ୍ରବାର ସକାଳେ ଇଡି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭିଲାଇ ବାସଭବନରେ ଚଢାଉ କରିଥିଲା। ଭୂପେଶ ବାଘେଲ ଏହି ଚଢାଉ ବିଷୟରେ ଟୁଇଟ କରିଥିଲେ। ଭୂପେଶ ବାଘେଲ X ରେ ପୋଷ୍ଟ କରି ଲେଖିଥିଲେ, ‘ଇଡି’ ଆସିଛି। ଆଜି ବିଧାନସଭା ଅଧିବେଶନର ଶେଷ ଦିନ। ଆଦାନୀଙ୍କ ପାଇଁ ତମନାରରେ ଗଛ କଟାଯିବା […] The post ଗିରଫ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ appeared first on Dharitri Odia News.

ଗିରଫ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୧୮।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ଶୁକ୍ରବାର ସକାଳେ ଇଡି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭିଲାଇ ବାସଭବନରେ ଚଢାଉ କରିଥିଲା। ଭୂପେଶ ବାଘେଲ ଏହି ଚଢାଉ ବିଷୟରେ ଟୁଇଟ କରିଥିଲେ।
ଭୂପେଶ ବାଘେଲ X ରେ ପୋଷ୍ଟ କରି ଲେଖିଥିଲେ, ‘ଇଡି’ ଆସିଛି। ଆଜି ବିଧାନସଭା ଅଧିବେଶନର ଶେଷ ଦିନ। ଆଦାନୀଙ୍କ ପାଇଁ ତମନାରରେ ଗଛ କଟାଯିବା ପ୍ରସଙ୍ଗ ଆଜି ଉଠାଇବାର ଥିଲା। ‘ସାହେବ’ ଭିଲାଇ ବାସଭବନକୁ ଇଡି ପଠାଇଛନ୍ତି।

The post ଗିରଫ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ appeared first on Dharitri Odia News.