ଗିରଫକୁ ଖଣ୍ଡନ କଲେ ରାହତ ଫତେହ ଅଲୀ ଖାନ, କହିଲେ-ଗୁଜବକୁ ବିଶ୍ୱାସ କରନ୍ତୁନି

ଦୁବାଇ : ପାକିସ୍ତାନୀ ଗାୟକ ରାହତ ଫେତହ ଅଲୀ ଖାନ ଗିରଫ ହୋଇଥିବା ଖବର ଏବେ ବିଶ୍ୱରେ ଭାଇରାଲ ହେଉଛି। ଏଥି ମଧ୍ୟରେ ରାହତ ଫତେହ ଅଲୀ ଖାନ ଗିରଫ ଖବରକୁ ଖଣ୍ଡନ କରିବା ସହ ଏହାକୁ ‘ଗୁଜବ’ ବୋଲି କହିଛନ୍ତି। ଏ ନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଯେଉଁଥିରେ ସେ ଦୁବାଇକୁ ନିଜର ଗିତ ରେକର୍ଡ କରିବାକୁ ଆସିଥିବା ଓ ଏଠାରେ ସବୁ ଠିକଠାକ ଥିବା କହିଛନ୍ତି। ଏଣୁ ଅନୁରୋଧ କରିବି ଏପରି ଗୁଜବ ପ୍ରତି କାନ ନ ଦିଅନ୍ତୁ। ସେ କହିଛନ୍ତି ଯେ ଏପରି କିଛି ନାହିଁ, ଯେପରି ଶତ୍ରୁମାନେ ଭାବୁଛନ୍ତି। ମୁଁ ଖୁବ୍ ଶୀଘ୍ର ମୋ ଦେଶକୁ, ଆପଣମାନଙ୍କ ପାଖକୁ ଫେରି ଆସିବି ଓ ଆପଣମାନଙ୍କୁ ନୂଆ ଗୀତ ଭେଟି ଦେବି। ଏଣୁ ମୋ ଫ୍ୟନସ୍‌ଙ୍କୁ ଅନୁରୋଧ କରିବି ଏପରି ଗୁଜବ ଉପରେ କାନ ନ ଦିଅନ୍ତୁ। ମୋ ଅଡିୟାଂସ ଓ ଫ୍ୟାନ୍ସ ମୋ ଶକ୍ତି। ଉଲ୍ଲେଖଯୋଗ୍ୟ ଯେ ରାହତ ଫତେହ ଅଲୀଙ୍କୁ ଦୁବାଇ ଏୟାରପୋର୍ଟରେ ଅଟକା ଯାଇଥିଲା ଓ ତାଙ୍କୁ ଦୁବାଇ ପୋଲିସ ଗିରଫ କରିଥିଲା ବୋଲି ପୂର୍ବରୁ ଖବର ପ୍ରସାରିତ ହୋଇଥିଲା। News circulating regarding the arrest of Rahat Fateh Ali Khan is fake and baseless.Regards Team RFAK pic.twitter.com/G9F2yBOdmZ— Rahat Fateh Ali Khan (@RFAKWorld) July 22, 2024ତେବେ ଏପରି କିଛି ହୋଇ ନଥିବା ଫତେହ ଅଲୀ ଏକ୍ସ ରେ କରିଥିବା ପୋଷ୍ଟରେ ସ୍ପଷ୍ଟ କରିଦେଇଛନ୍ତି। ଅପରପକ୍ଷେ ସେ ଖୁବ ଶୀଘ୍ର ତାଙ୍କ ହିଟ ଗ

ଗିରଫକୁ ଖଣ୍ଡନ କଲେ ରାହତ ଫତେହ ଅଲୀ ଖାନ, କହିଲେ-ଗୁଜବକୁ ବିଶ୍ୱାସ କରନ୍ତୁନି

ଦୁବାଇ : ପାକିସ୍ତାନୀ ଗାୟକ ରାହତ ଫେତହ ଅଲୀ ଖାନ ଗିରଫ ହୋଇଥିବା ଖବର ଏବେ ବିଶ୍ୱରେ ଭାଇରାଲ ହେଉଛି। ଏଥି ମଧ୍ୟରେ ରାହତ ଫତେହ ଅଲୀ ଖାନ ଗିରଫ ଖବରକୁ ଖଣ୍ଡନ କରିବା ସହ ଏହାକୁ ‘ଗୁଜବ’ ବୋଲି କହିଛନ୍ତି। ଏ ନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଯେଉଁଥିରେ ସେ ଦୁବାଇକୁ ନିଜର ଗିତ ରେକର୍ଡ କରିବାକୁ ଆସିଥିବା ଓ ଏଠାରେ ସବୁ ଠିକଠାକ ଥିବା କହିଛନ୍ତି। ଏଣୁ ଅନୁରୋଧ କରିବି ଏପରି ଗୁଜବ ପ୍ରତି କାନ ନ ଦିଅନ୍ତୁ। 

ସେ କହିଛନ୍ତି ଯେ ଏପରି କିଛି ନାହିଁ, ଯେପରି ଶତ୍ରୁମାନେ ଭାବୁଛନ୍ତି। ମୁଁ ଖୁବ୍ ଶୀଘ୍ର ମୋ ଦେଶକୁ, ଆପଣମାନଙ୍କ ପାଖକୁ ଫେରି ଆସିବି ଓ ଆପଣମାନଙ୍କୁ ନୂଆ ଗୀତ ଭେଟି ଦେବି। ଏଣୁ ମୋ ଫ୍ୟନସ୍‌ଙ୍କୁ ଅନୁରୋଧ କରିବି ଏପରି ଗୁଜବ ଉପରେ କାନ ନ ଦିଅନ୍ତୁ। ମୋ ଅଡିୟାଂସ ଓ ଫ୍ୟାନ୍ସ ମୋ ଶକ୍ତି। ଉଲ୍ଲେଖଯୋଗ୍ୟ ଯେ ରାହତ ଫତେହ ଅଲୀଙ୍କୁ ଦୁବାଇ ଏୟାରପୋର୍ଟରେ ଅଟକା ଯାଇଥିଲା ଓ ତାଙ୍କୁ ଦୁବାଇ ପୋଲିସ ଗିରଫ କରିଥିଲା ବୋଲି ପୂର୍ବରୁ ଖବର ପ୍ରସାରିତ ହୋଇଥିଲା। 


ତେବେ ଏପରି କିଛି ହୋଇ ନଥିବା ଫତେହ ଅଲୀ ଏକ୍ସ ରେ କରିଥିବା ପୋଷ୍ଟରେ ସ୍ପଷ୍ଟ କରିଦେଇଛନ୍ତି। ଅପରପକ୍ଷେ ସେ ଖୁବ ଶୀଘ୍ର ତାଙ୍କ ହିଟ ଗାନା ସହ ପାକିସ୍ତାନ ଫେରୁଥିବା ମଧ୍ୟ ସୂଚିତ କରିଛନ୍ତି। ଏଣୁ ଏପରି ଗୁଜବ ପ୍ରତି ଧ୍ୟାନ ଦେଇ ନିଜର ସମୟ ନଷ୍ଟ ନ କରନ୍ତୁ ବୋଲି ଗାୟକ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଫତେହ ଅଲୀ ତାଙ୍କ ପୂର୍ବ ମ୍ୟାନେଜର ଅହମଦକୁ ଚାକିରୀରୁ ବାହାର କରିଦେଇଥିଲେ। ଏହା ପରଠାରୁ ସେ ଫତେହ ଅଲୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବେ ବୋଲି କହୁଥିଲେ।