ଗୀତିକାର ଗୁଲଜାର ଓ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକପ୍ରିୟ କବି ଏବଂ ଗୀତିକାର ଗୁଲଜାରଙ୍କୁ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରିଛନ୍ତି। ତାଙ୍କ ବ୍ୟତୀତ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ନୂଆଦିଲ୍ଲୀରେ ଏହି ଦୁଇ ବ୍ୟକ୍ତିତ୍ୱଙ୍କୁ ୨୦୨୩ ବର୍ଷ ପାଇଁ ଏହି ୫୮ ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଥିଲେ।ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଗୀତିକାର ଗୁଲଜାର ଏବଂ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଉଭୟଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ଗୁଲଜାର ହିନ୍ଦୀସିନେମାରେ […] The post ଗୀତିକାର ଗୁଲଜାର ଓ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ appeared first on Odisha.News.

ଗୀତିକାର ଗୁଲଜାର ଓ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକପ୍ରିୟ କବି ଏବଂ ଗୀତିକାର ଗୁଲଜାରଙ୍କୁ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରିଛନ୍ତି। ତାଙ୍କ ବ୍ୟତୀତ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ରାଷ୍ଟ୍ରପତି ନୂଆଦିଲ୍ଲୀରେ ଏହି ଦୁଇ ବ୍ୟକ୍ତିତ୍ୱଙ୍କୁ ୨୦୨୩ ବର୍ଷ ପାଇଁ ଏହି ୫୮ ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଥିଲେ।ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଗୀତିକାର ଗୁଲଜାର ଏବଂ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଉଭୟଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ଗୁଲଜାର ହିନ୍ଦୀସିନେମାରେ ତାଙ୍କ କାମ ପାଇଁ ଜଣାଶୁଣା। ତାଙ୍କୁ ଏହି ଯୁଗର ଶ୍ରେଷ୍ଠ ଉର୍ଦ୍ଦୁ କବିମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗୁଲଜାର ଉତ୍ସବରେ ଯୋଗ ଦେଇପାରିନଥିଲେ।

ଚିତ୍ରକୂଟର ତୁଳସୀ ପୀଠର ପ୍ରତିଷ୍ଠାତା ଏବଂ ମୁଖ୍ୟ ୭୫ ବର୍ଷୀୟ ରାମଭଦ୍ରାଚାର୍ଯ୍ୟ ଜଣେ ପ୍ରସିଦ୍ଧ ହିନ୍ଦୁ ଆଧ୍ୟାତ୍ମିକ ଗୁରୁ, ଶିକ୍ଷକ ଏବଂ ଚାରୋଟି ମହାକାବ୍ୟ ସମେତ ୨୪୦ ରୁ ଅଧିକ ପୁସ୍ତକ ଏବଂ ଗ୍ରନ୍ଥର ଲେଖକ। ସଂସ୍କୃତ ବିଦ୍ୱାନ ରାମଭଦ୍ରାଚାର୍ଯ୍ୟଙ୍କୁ ଏକ ପ୍ରଶଂସପତ୍ର, ନଗଦ ପୁରସ୍କାର ଏବଂ ଦେବୀ ସରସ୍ୱତୀଙ୍କ ଏକ କାଂସ୍ୟ ପ୍ରତିକୃତି ପ୍ରଦାନ କରାଯାଇଥିଲା।

ସେହିପରି ଗୁଲଜାରଙ୍କୁ ୨୦୦୨ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୪ ମସିହାରେ ପଦ୍ମଭୂଷଣ, ୨୦୦୮ ମସିହାରେ “ସ୍ଲମଡଗ୍ ମିଲିୟନେୟର” ର ‘ଜୟ ହୋ’ ଗୀତ ପାଇଁ ଏକାଡେମୀ ପୁରସ୍କାର ଏବଂ ଗ୍ରାମୀ ପୁରସ୍କାର ଏବଂ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ତାଙ୍କ ଅବଦାନ ପାଇଁ ୨୦୧୩ ମସିହାରେ ଦାଦାସାହେବ ଫାଲକେ ପୁରସ୍କାର ମିଳିସାରିଛି।

The post ଗୀତିକାର ଗୁଲଜାର ଓ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ appeared first on Odisha.News.