ଗୁଜବ ଓ ମିଛକଥା ହେଉଛି ରାଜନୀତିର ସବୁଠୁ ଖରାପ ଜିନିଷ : ମୁଖ୍ୟମନ୍ତ୍ରୀ
ରାଜନୀତିରେ ସବୁଠୁ ଖରାପ ଜିନିଷ ହେଉଛି ଗୁଜବ ଓ ମିଛ କଥା । ଫାଇଭ-ଟି ଅଧ୍ଯକ୍ଷଙ୍କ ଏକ ପ୍ରଶ୍ନର ଉତ୍ତରରେ ଏଭଳି କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାରେ ପୋଷ୍ଟ କରିଛନ୍ତି ଫାଇଭ-ଟି ଅଧ୍ଯକ୍ଷ । ସାଂପ୍ରତିକ ରାଜନୈତିକ ପରିସ୍ଥିତିରେ ମୁଖ୍ଯମନ୍ତ୍ରୀଙ୍କ ଏହି ବାର୍ତ୍ତା ବେଶ ଗୁରୁତ୍ବ ବହନ କରୁଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜାରି ରହିଛି । ଦିଲ୍ଲୀରେ […]

ରାଜନୀତିରେ ସବୁଠୁ ଖରାପ ଜିନିଷ ହେଉଛି ଗୁଜବ ଓ ମିଛ କଥା । ଫାଇଭ-ଟି ଅଧ୍ଯକ୍ଷଙ୍କ ଏକ ପ୍ରଶ୍ନର ଉତ୍ତରରେ ଏଭଳି କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାରେ ପୋଷ୍ଟ କରିଛନ୍ତି ଫାଇଭ-ଟି ଅଧ୍ଯକ୍ଷ । ସାଂପ୍ରତିକ ରାଜନୈତିକ ପରିସ୍ଥିତିରେ ମୁଖ୍ଯମନ୍ତ୍ରୀଙ୍କ ଏହି ବାର୍ତ୍ତା ବେଶ ଗୁରୁତ୍ବ ବହନ କରୁଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜାରି ରହିଛି । ଦିଲ୍ଲୀରେ ବସିଥିବା ବିଜେପିର କୋର କମିଟି ବୈଠକରେ ମଧ୍ଯ ଏନେଇ ଚର୍ଚ୍ଚା ହୋଇଥିବା ବରିଷ୍ଠ ବିଜେପି ନେତା ତଥା ସାଂସଦ ଜୁଏଲ ଓରାମ ଗଣମାଧ୍ଯମକୁ କହିଥିଲେ । ଅପରପକ୍ଷରେ ଦିଲ୍ଲୀରୁ ଫେରିବା ପରେ ଗତକାଲି ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ ଏଭଳି କୌଣସି ଆଲୋଚନା ହୋଇନଥିବା ଗଣମାଧ୍ଯମକୁ କହିଥିଲେ । ଉଭୟ ନେତାଙ୍କ ମଧ୍ଯରେ ତାଳମେଳ ନଥିବାରୁ କିଏ ସତ କହୁଛି କିଏ ମିଛ କହୁଛି ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି । ଏଭଳି ଏକ ସମୟରେ ମୁଖ୍ଯମନ୍ତ୍ରୀଙ୍କ ବିବୃତ୍ତି ମନମୋହନ ସାମଲଙ୍କ ଉଦ୍ଦେଶ୍ଯରେ ବୋଲି ରାଜନୈତିକ ସମୀକ୍ଷକମାନେ ଆଶଙ୍କା କରୁଛନ୍ତି । ଆସନ୍ତୁ ଶୁଣିବା ଫାଇଭ-ଟି ଅଧ୍ଯକ୍ଷଙ୍କ ପ୍ରଶ୍ନରେ କଣ ଉତ୍ତର ରଖିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।