ଶ୍ରୀମନ୍ଦିର ବଜେଟ୍‌କୁ ପରିଚାଳନା କମିଟିର ଅନୁମୋଦନ : ନିଆଗଲା ଏକାଧିକ ବଡ଼ ନିଷ୍ପତ୍ତି

ପୁରୀ : ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ଦୀର୍ଘ ଚାରିଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଚାଲିଥିବା ଏହି ବୈଠକରେ ଏକାଧିକ ବଡ଼ ନିଷ୍ପତ୍ତି ଉପରେ ମୋହର ଲାଗିଛି। ୨୦୨୪-୨୫ ଆର୍ଥିକ ବର୍ଷର ଶ୍ରୀମନ୍ଦିର ବଜେଟରେ ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥି ସହିତ ୧୦୩ କୋଟି ଟଙ୍କାର ବଳକା ବଜେଟ୍ ରହିଛି। ମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ […]

ଶ୍ରୀମନ୍ଦିର ବଜେଟ୍‌କୁ ପରିଚାଳନା କମିଟିର ଅନୁମୋଦନ : ନିଆଗଲା ଏକାଧିକ ବଡ଼ ନିଷ୍ପତ୍ତି
Rs 413 crore budget for Odisha's Puri Jagannath temple

ପୁରୀ : ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ଦୀର୍ଘ ଚାରିଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଚାଲିଥିବା ଏହି ବୈଠକରେ ଏକାଧିକ ବଡ଼ ନିଷ୍ପତ୍ତି ଉପରେ ମୋହର ଲାଗିଛି। ୨୦୨୪-୨୫ ଆର୍ଥିକ ବର୍ଷର ଶ୍ରୀମନ୍ଦିର ବଜେଟରେ ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥି ସହିତ ୧୦୩ କୋଟି ଟଙ୍କାର ବଳକା ବଜେଟ୍ ରହିଛି। ମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଏହି ବୈଠକରେ ନୀତି ଶୃଙ୍ଖଳା ଉପରେ ଆଲୋଚନା ହୋଇଛି। ନିୟମିତ ହେବ ନୀତି ସବକମିଟି ବୈଠକ। ପ୍ରତ୍ୟକ ମାସରେ ଅନୁଷ୍ଠିତ ହେବ ନୀତି ସବକମିଟି ବୈଠକ। ଏଥି ସହିତ ନାଟମଣ୍ଡପକୁ ବାତାନୁକୂଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୟସ୍କ ଲୋକେ କିପରି ଦର୍ଶନ କରିପାରିବେ ସେ ନେଇ ବ୍ୟବସ୍ଥା କରାଯିବ। ବୃଦ୍ଧବୃଦ୍ଧା, ମହିଳାଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା କରାଯିବ। ମହିଳାଙ୍କ ପାଇଁ ଅଲଗା, ପୁରୁଷଙ୍କ ପାଇଁ ଅଲଗା ଧାଡ଼ି କରାଯିବ। ଧାଡ଼ି କେମିତି ରହିବ ଓ ଶ୍ରଦ୍ଧାଳୁମାନେ କେମିତି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ତାହା ଉପରେ ଯୋଜନା ପ୍ରସ୍ତୁତ କରାଯାଉଛି। ନାଟ ମଣ୍ଡପରେ ଥିବା ଆଲମୀରା କାଢ଼ା ଯିବାର ନିଷ୍ପତ୍ତି ହୋଇଛି। ଏନେଇ ସେବାୟତଙ୍କ ସହ ଆଲୋଚନା କରାଯାଇ ଆଲମୀରା କଢ଼ାଯିବ।

ଏଥି ସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ କରାଯିବ। ଏଏସ୍‌ଆଇ ମରାମତି କାର୍ଯ୍ୟ ସାରିବା ପରେ ସୁନା ଛାଉଣୀ ହେବ। ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବ। ସୁନା ଛାଉଣୀ ପ୍ରସ୍ତାବକୁ ପରିଚାଳନା କମିଟି ଅନୁମୋଦନ ଦେଇଛି। ସେହିପରି ଶ୍ରୀମନ୍ଦିର ନିଜସ୍ୱ ଏଫ୍‌ଏମ୍‌ ଚ୍ୟାନେଲ୍‌ ପ୍ରତିଷ୍ଠା ପାଇଁ ପରିଚାଳନା କମିଟି ନିତିଗତ ଭାବେ ଅନୁମୋଦ ମିଳିଛି। ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ଦିନରେ ପଦକ୍ଷେପ ନିଆଯିବ। ଡିଜିଟାଇଜେସନ ହେବ ମହାପ୍ରଭୁଙ୍କ ଜମି। ଡିଜିଟାଇଜେଳସନ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂରେ ନିଷ୍ପତ୍ତି ହୋଇଛି। ଓରସାକ ସହାୟତାରେ ସମସ୍ତ ଜମି ରେକର୍ଡ ଡିଜିଟାଇଜେସନ ହେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ସେପଟେ ଚଳିତ ରଥ ଯାତ୍ରା ସମୟରେ ପହଣ୍ଡି ଅଘଟଣ ଘଟଣାକୁ ନେଇ ଦୁଖଃ ପ୍ରକାଶ କରିଛି ପରିଚାଳନା କମିଟି। ଆଡ଼ପ ପହଣ୍ଡି ବିଭ୍ରାଟର ପୁନରାବୃତ୍ତି ନ ହେବାକୁ ଗୁରୁତ୍ଵରୋପ କରାଯାଇଛି । ତଦନ୍ତ କମିଟି କେତେକ କାରଣ ଦର୍ଶାଇଛନ୍ତି । ଭିଡିଓ ଦେଖି ଭଲ ଭାବେ ଆଉ ଥରେ ତଦନ୍ତ କରିବାକୁ କୁହାଯାଇଛି । କିଏ ଦାୟୀ, ତାହା ଜଣାଇବାକୁ କମିଟିକୁ କୁହାଯାଇଛି । ଅଭିଜ୍ଞ ସେବାୟତଙ୍କୁ ପହଣ୍ଡି ଦାୟିତ୍ଵ ଦେବାକୁ କୁହାଯାଇଛି । ପହଣ୍ଡି କୋଅର୍ଡିନେସନ କମିଟି ତିଆରି କରିବାକୁ କୁହାଯାଇଛି । ଜିଲ୍ଲାପାଳ, ଏସପିଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ପହଣ୍ଡିରେ କିଏ ରହିବ, କେତେ ଜଣ ରହିବେ, ତାହା ସ୍ଥିର ହେବ । ସମ୍ଭବ ହେଲେ ଚାରମାଳର ଦୈର୍ଘ୍ୟ ବୃଦ୍ଧି କରାଯିବ । ସେବା ସମୟରେ ସେବାୟତମାନେ ମୋବାଇଲ ବ୍ୟବହାର କରିବେ ନାହିଁ । ପହଣ୍ଡି ବେଳେ ପ୍ରତ୍ୟେକ ଠାକୁରଙ୍କ ଦାୟିତ୍ଵରେ ଜଣେ ବରିଷ୍ଠ ଅଧିକାରୀ ରହିବେ । ଅନଧିକାର ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ବ୍ୟବସ୍ଥା ହେବ ।