ଚାଷ କାମ ସାରି ଫେରୁଥିଲେ ଚାଷୀ, ବଜ୍ରାଘାତରେ ଚାଲିଗଲା ଜୀବନ

ଜଳେଶ୍ବର ୧୦।୫: ବଜ୍ରାଘାତରେ ଚାଷୀର ମୃତ୍ୟୁ । ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ଚାଲିଗଲା ଜୀବନ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା   ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା  ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ହଠାତ କାଳବୈଶାଖୀ ମାଡିଆସି ଘଡଘଡି ମାରିବା ସହ ବର୍ଷା ହୋଇଥିଲା ।  ଶ୍ରୀରାମପୁର ଗ୍ରାମରେ ଯୁବ ଚାଷୀ ଶିବ ସେଠୀ ବିଲରୁ କାମ ସାରି ଘରକୁ ଫେରିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚି ଶିବକୁ ବାଲିଆପାଳ ଗୋଷ୍ଠୀ   ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଶିବଙ୍କୁ ମୃତ ଘୋଷଣା କରିଥିଲେ । ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।You Can Read:ନୀଳଗିରିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ, ବନଯାଗ ବିଧିରେ ପୂଜାର୍ଚ୍ଚନା

ଚାଷ କାମ ସାରି ଫେରୁଥିଲେ ଚାଷୀ, ବଜ୍ରାଘାତରେ ଚାଲିଗଲା ଜୀବନ

ଜଳେଶ୍ବର ୧୦।୫: ବଜ୍ରାଘାତରେ ଚାଷୀର ମୃତ୍ୟୁ । ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ଚାଲିଗଲା ଜୀବନ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା   ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା  ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ହଠାତ କାଳବୈଶାଖୀ ମାଡିଆସି ଘଡଘଡି ମାରିବା ସହ ବର୍ଷା ହୋଇଥିଲା ।  ଶ୍ରୀରାମପୁର ଗ୍ରାମରେ ଯୁବ ଚାଷୀ ଶିବ ସେଠୀ ବିଲରୁ କାମ ସାରି ଘରକୁ ଫେରିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚି ଶିବକୁ ବାଲିଆପାଳ ଗୋଷ୍ଠୀ   ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଶିବଙ୍କୁ ମୃତ ଘୋଷଣା କରିଥିଲେ । ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

You Can Read:

ନୀଳଗିରିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ, ବନଯାଗ ବିଧିରେ ପୂଜାର୍ଚ୍ଚନା