ଭରତପୁର ମାମଲାରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ଲେଫ୍ଟନାଣ୍ଟ ଜେନେରାଲ ପିଏସ ଶେଖାୱତ

ଭୁବନେଶ୍ବର : ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ସାରା ଦେଶର ନିନ୍ଦିତ ହେଉଛି ଓଡ଼ିଶା। ଯେପରି ଭାବେ ମେଜର ଓ ବାନ୍ଧବୀଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା, ନିର୍ଯାତନା ଦିଆଗଲା, ଅସଦାଚରଣ କରାଗଲା, ଜଣେ ବ୍ରିଗେଡିୟରଙ୍କ ଝିଅଙ୍କୁ ଅସଦାଚରଣ କରାଗଲା, ସେଥିରେ ସେନା କ୍ଷୋଭ ପ୍ରକାଶ କରିଛି। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ହସ୍ତକ୍ଷେପ କରିବାକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ […]

ଭରତପୁର ମାମଲାରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ଲେଫ୍ଟନାଣ୍ଟ ଜେନେରାଲ ପିଏସ ଶେଖାୱତ
Army Lt. Gen. Seeks Orissa CJ's Intervention Into Bharatpur PS Incident

ଭୁବନେଶ୍ବର : ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ସାରା ଦେଶର ନିନ୍ଦିତ ହେଉଛି ଓଡ଼ିଶା। ଯେପରି ଭାବେ ମେଜର ଓ ବାନ୍ଧବୀଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା, ନିର୍ଯାତନା ଦିଆଗଲା, ଅସଦାଚରଣ କରାଗଲା, ଜଣେ ବ୍ରିଗେଡିୟରଙ୍କ ଝିଅଙ୍କୁ ଅସଦାଚରଣ କରାଗଲା, ସେଥିରେ ସେନା କ୍ଷୋଭ ପ୍ରକାଶ କରିଛି।

86a89a46 a231 469c acb3 cfc4534cb81b

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ହସ୍ତକ୍ଷେପ କରିବାକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ପିଏସ ଶେଖାୱତ। ସେ କହିଛନ୍ତି ଥାନା ଭିତରେ ଘଟିଥିବା ଘଟଣା ଜଣେ ସେବାରତ ସେନାଅଧିକାରୀଙ୍କ ସ୍ବାଭିମାନ ପ୍ରତି କ୍ଷତି ପହଞ୍ଚାଇଛି। ପୁଲିସ ଅଧିକାରୀଙ୍କ ଦ୍ବାରା ଏପରି ଘଟଣା ଅତ୍ଯନ୍ତ ଅମାନବୀୟ। ମେଜରଙ୍କ ବାନ୍ଧବୀଙ୍କୁ ରକ୍ତାକ୍ତ ଆକ୍ରମଣ କରିବା ବର୍ବରତାର ପରିଚୟ ବୋଲି ସେ କହିଛନ୍ତି। ମାମଲାକୁ ଗୁରୁତ୍ୱର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନିବେଦନ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ପିଏସ ଶେଖାୱତ।