ଗୁଜବ ପରେ ଶକ୍ତି ବିଭାଗର ସ୍ପଷ୍ଟୀକରଣ, ପ୍ରି-ପେଡ୍ ମିଟର ଲଗାଇବା ଗ୍ରାହକମାନଙ୍କ ପାଇଁ ନୁହେଁ ବାଧ୍ୟତାମୂଳକ

ଗୁଜବ ପରେ ଶକ୍ତି ବିଭାଗର ସ୍ପଷ୍ଟୀକରଣ । ସ୍ମାର୍ଟ ମିଟର୍ ବାଧ୍ୟତାମୂଳକ ଏବଂ ଏହା ଦ୍ଵାରା ଅଧିକ ବିଦ୍ୟୁତ ବିଲ୍ ବୃଦ୍ଧି ହେଉଛି ବୋଲି ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି । ଏ ନେଇ ସ୍ପଷ୍ଟୀକରଣ ରଖିଛି ଶକ୍ତି ବିଭାଗ । ଏହି ଖବରକୁ ବିଶ୍ବାସ ନକରିବାକୁ ପରାମର୍ଶ ଦିଆଯାଇଛି । ପ୍ରି-ପେଡ୍ ସ୍ମାର୍ଟ ମିଟର୍ ଲଗେଇବା ଗ୍ରାହକମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ଏବଂ ସେମାନେ ନିଜ ସୁବିଧା ଅନୁଯାୟୀ ପ୍ରିପେଡ୍ କିମ୍ବା ପୋଷ୍ଟପେଡ୍ ମିଟର୍ […] The post ଗୁଜବ ପରେ ଶକ୍ତି ବିଭାଗର ସ୍ପଷ୍ଟୀକରଣ, ପ୍ରି-ପେଡ୍ ମିଟର ଲଗାଇବା ଗ୍ରାହକମାନଙ୍କ ପାଇଁ ନୁହେଁ ବାଧ୍ୟତାମୂଳକ appeared first on Odisha.News.

ଗୁଜବ ପରେ ଶକ୍ତି ବିଭାଗର ସ୍ପଷ୍ଟୀକରଣ, ପ୍ରି-ପେଡ୍ ମିଟର ଲଗାଇବା ଗ୍ରାହକମାନଙ୍କ ପାଇଁ ନୁହେଁ ବାଧ୍ୟତାମୂଳକ

ଗୁଜବ ପରେ ଶକ୍ତି ବିଭାଗର ସ୍ପଷ୍ଟୀକରଣ । ସ୍ମାର୍ଟ ମିଟର୍ ବାଧ୍ୟତାମୂଳକ ଏବଂ ଏହା ଦ୍ଵାରା ଅଧିକ ବିଦ୍ୟୁତ ବିଲ୍ ବୃଦ୍ଧି ହେଉଛି ବୋଲି ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି । ଏ ନେଇ ସ୍ପଷ୍ଟୀକରଣ ରଖିଛି ଶକ୍ତି ବିଭାଗ । ଏହି ଖବରକୁ ବିଶ୍ବାସ ନକରିବାକୁ ପରାମର୍ଶ ଦିଆଯାଇଛି । ପ୍ରି-ପେଡ୍ ସ୍ମାର୍ଟ ମିଟର୍ ଲଗେଇବା ଗ୍ରାହକମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ଏବଂ ସେମାନେ ନିଜ ସୁବିଧା ଅନୁଯାୟୀ ପ୍ରିପେଡ୍ କିମ୍ବା ପୋଷ୍ଟପେଡ୍ ମିଟର୍ ନିଜ ଘରେ ଲଗେଇପାରିବେ ।

ଘରେ ସ୍ମାର୍ଟ ମିଟର୍ ସୁବିଧାଜନକ ଭାବେ ସ୍ଥାପନ କରିବା ପାଇଁ ଡିସକମ୍ କର୍ମଚାରୀଙ୍କୁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଯଦି ଗୋଟିଏ ଷ୍ଟ୍ୟାଟିକ୍ ମିଟର୍ ଗ୍ରାହକଙ୍କ ଘରେ ସ୍ଥାପିତ ହୋଇଛି ଏବଂ ଏହି ମିଟର୍ ସଠିକ୍ ଭାବେ କାର୍ଯ୍ୟ କରୁଛି, ତେବେ ସେହି ମିଟର୍ ସ୍ଥାପନ ଦିନଠାରୁ ୫ ବର୍ଷ ମଧ୍ୟରେ ବଦଳାଯିବ ନାହିଁ। ଘରେ ସ୍ମାର୍ଟ ମିଟର ଲଗେଇବା ଦ୍ଵାରା ଖାଲି ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ସାମଗ୍ରିକ ଦକ୍ଷତା ଏବଂ କାର୍ଯ୍ୟକାରିତା ବୃଦ୍ଧି ହୁଏ ନାହିଁ, ବରଂ ଗ୍ରାହକମାନେ ପ୍ରକୃତରେ କେତେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି ତାହାର ରିଅଲ-ଟାଇମ୍ ଶକ୍ତି ସଞ୍ଚୟ ମୂଲ୍ୟାଙ୍କନ କରିବାକୁ ସୁବିଧା ହୁଏ। ଯାହାଦ୍ବାରା ସେମାନେ ବିଦ୍ୟୁତ୍ ବ୍ୟବହାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରନ୍ତି ବୋଲି କୁହାଯାଇଛି ।

The post ଗୁଜବ ପରେ ଶକ୍ତି ବିଭାଗର ସ୍ପଷ୍ଟୀକରଣ, ପ୍ରି-ପେଡ୍ ମିଟର ଲଗାଇବା ଗ୍ରାହକମାନଙ୍କ ପାଇଁ ନୁହେଁ ବାଧ୍ୟତାମୂଳକ appeared first on Odisha.News.