ଗୁଜରାଟ ଏଟିଏସକୁ ସଫଳତା, ଅଲକାଏଦା ସହ ଜଡ଼ିତ ୪ ଆତଙ୍କୀ ଗିରଫ, ଅପରେସନ ସିନ୍ଦୂର ସହ ଲିଙ୍କ୍ ସାମଗ୍ରୀ ଜବତ

ନୂଆଦିଲ୍ଲୀ: ଗୁଜରାଟ ଏଟିଏସ୍ ବୁଧବାର ଆତଙ୍କବାଦୀ ସଂଗଠନ ଅଲକାଏଦା ଜଡ଼ିତ ୪ ଆତଙ୍କୀକୁ ଗିରଫ କରିଛି । ଗିରଫ ପରେ ଏଟିଏସ୍ ଏହି ଆତଙ୍କୀଙ୍କ ଫଟୋ ଜାରି କରିଛି । ଗିରଫ ଆତଙ୍କୀ ଅହମ୍ମଦାବାଦର ବାସିନ୍ଦା ଫରଦିନ ଶେଖ୍, ଦିଲ୍ଲୀର ମହମ୍ମଦ ଫୈକ୍, ଉତ୍ତର ପ୍ରଦେଶର ନୋଏଡାର ଜୀଶାନ୍ ଅଲି ଏବଂ ଗୁଜରାଟ ମୋଡାସାର ବାସିନ୍ଦା ସୈଫୁଲ୍ଲା କୁରେଶୀ । ଏହି ଚାରିଜଣଙ୍କୁ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ AQISର ଚିନ୍ତାଧାରା ପ୍ରଚାର ଏବଂ ନିଯୁକ୍ତି କାର୍ଯ୍ୟରେ ଲିପ୍ତ ଥିଲେ ।ଏଟିଏସ୍ ଡିଆଇଜି ସୁନୀଲ ଯୋଶୀ କହିଛନ୍ତି, ଡେପୁଟି ଏସପି ହର୍ଷ ଉପାଧ୍ୟାୟ ଜୁନ୍ ୧୦ରେ ପାଞ୍ଚଟି ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ବିଷୟରେ ସୂଚନା ପାଇବା ପରେ ଅପରେସନ୍ ଆରମ୍ଭ କରାଯାଇଥିଲା । ଏହି ଆକାଉଣ୍ଟ ଦ୍ୱାରା ଅଲକାଏଦା ଚିନ୍ତାଧାରା ପ୍ରଚାର  ହେଉଥିଲା ।" ଏହି ଆକାଉଣ୍ଟଗୁଡ଼ିକ ଗଣତନ୍ତ୍ର ଏବଂ ଭାରତ ବିରୁଦ୍ଧରେ ଧାର୍ମିକ ଆଧାରରେ ବିଷୟବସ୍ତୁ ସେୟାର କରୁଥିଲେ । ଆକାଉଣ୍ଟଗୁଡ଼ିକ ଉପରେ ନଜର ରଖିବା ଏବଂ ହ୍ୟାଣ୍ଡଲରମାନଙ୍କୁ ଖୋଜିବା ପାଇଁ ଏକ ବୈଷୟିକ ଦଳ ଗଠନ କରାଯାଇଥିଲା । ପରେ ଏହି ଚାରିଜଣଙ୍କ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ସେମାନଙ୍କ ଉପରେ ନଜର ରଖାଯାଇଥିଲା । ସମସ୍ତଙ୍କ ଶାରୀରିକ ଗତିବିଧି ମଧ୍ୟ ସନ୍ଦେହଜନକ ବୋଲି ଜଣାପଡ଼ିଥିଲା । ଗିରଫ ଚାରି ଜଣଙ୍କ ଠାରୁ ଅନେକ ଦସ୍ତାବିଜ ଜବତ କରାଯାଇଛି, ଯାହା ଭାରତ ବିରୋଧୀ ଗତିବିଧିକୁ ପ୍ରୋତ୍ସାହିତ କରୁଥିଲା ।

ଗୁଜରାଟ ଏଟିଏସକୁ ସଫଳତା, ଅଲକାଏଦା ସହ ଜଡ଼ିତ ୪ ଆତଙ୍କୀ ଗିରଫ, ଅପରେସନ ସିନ୍ଦୂର ସହ ଲିଙ୍କ୍ ସାମଗ୍ରୀ ଜବତ

ନୂଆଦିଲ୍ଲୀ: ଗୁଜରାଟ ଏଟିଏସ୍ ବୁଧବାର ଆତଙ୍କବାଦୀ ସଂଗଠନ ଅଲକାଏଦା ଜଡ଼ିତ ୪ ଆତଙ୍କୀକୁ ଗିରଫ କରିଛି । ଗିରଫ ପରେ ଏଟିଏସ୍ ଏହି ଆତଙ୍କୀଙ୍କ ଫଟୋ ଜାରି କରିଛି । ଗିରଫ ଆତଙ୍କୀ ଅହମ୍ମଦାବାଦର ବାସିନ୍ଦା ଫରଦିନ ଶେଖ୍, ଦିଲ୍ଲୀର ମହମ୍ମଦ ଫୈକ୍, ଉତ୍ତର ପ୍ରଦେଶର ନୋଏଡାର ଜୀଶାନ୍ ଅଲି ଏବଂ ଗୁଜରାଟ ମୋଡାସାର ବାସିନ୍ଦା ସୈଫୁଲ୍ଲା କୁରେଶୀ । ଏହି ଚାରିଜଣଙ୍କୁ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ AQISର ଚିନ୍ତାଧାରା ପ୍ରଚାର ଏବଂ ନିଯୁକ୍ତି କାର୍ଯ୍ୟରେ ଲିପ୍ତ ଥିଲେ ।

ଏଟିଏସ୍ ଡିଆଇଜି ସୁନୀଲ ଯୋଶୀ କହିଛନ୍ତି, ଡେପୁଟି ଏସପି ହର୍ଷ ଉପାଧ୍ୟାୟ ଜୁନ୍ ୧୦ରେ ପାଞ୍ଚଟି ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ବିଷୟରେ ସୂଚନା ପାଇବା ପରେ ଅପରେସନ୍ ଆରମ୍ଭ କରାଯାଇଥିଲା । ଏହି ଆକାଉଣ୍ଟ ଦ୍ୱାରା ଅଲକାଏଦା ଚିନ୍ତାଧାରା ପ୍ରଚାର  ହେଉଥିଲା ।" ଏହି ଆକାଉଣ୍ଟଗୁଡ଼ିକ ଗଣତନ୍ତ୍ର ଏବଂ ଭାରତ ବିରୁଦ୍ଧରେ ଧାର୍ମିକ ଆଧାରରେ ବିଷୟବସ୍ତୁ ସେୟାର କରୁଥିଲେ । 

ଆକାଉଣ୍ଟଗୁଡ଼ିକ ଉପରେ ନଜର ରଖିବା ଏବଂ ହ୍ୟାଣ୍ଡଲରମାନଙ୍କୁ ଖୋଜିବା ପାଇଁ ଏକ ବୈଷୟିକ ଦଳ ଗଠନ କରାଯାଇଥିଲା । ପରେ ଏହି ଚାରିଜଣଙ୍କ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ସେମାନଙ୍କ ଉପରେ ନଜର ରଖାଯାଇଥିଲା । ସମସ୍ତଙ୍କ ଶାରୀରିକ ଗତିବିଧି ମଧ୍ୟ ସନ୍ଦେହଜନକ ବୋଲି ଜଣାପଡ଼ିଥିଲା । ଗିରଫ ଚାରି ଜଣଙ୍କ ଠାରୁ ଅନେକ ଦସ୍ତାବିଜ ଜବତ କରାଯାଇଛି, ଯାହା ଭାରତ ବିରୋଧୀ ଗତିବିଧିକୁ ପ୍ରୋତ୍ସାହିତ କରୁଥିଲା । ଅଧିକାରୀମାନେ କହିଛନ୍ତି ଯେ ମହମ୍ମଦ ଫୈକ୍ ଅନେକ ପାକିସ୍ତାନୀ ଇନଷ୍ଟାଗ୍ରାମ ଆକାଉଣ୍ଟ ସହିତ ଯୋଗାଯୋଗରେ ଥିଲା ଯିଏ ତାଙ୍କୁ ଜିହାଦି ସାମଗ୍ରୀ ଯୋଗାଇଥିଲା । ଗିରଫ ଚାରି ଜଣଙ୍କ ବିରୋଧରେ UAPAର ଧାରା 13, 18, 38, ଏବଂ 39 ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା 113, 152, 196, ଏବଂ 68 ଅନୁଯାୟୀ ଏଫଆଇଆର ରୁଜୁ କରାଯାଇଛି । ବୁଧବାରନ ଫରଦିନ ଏବଂ ସୈଫୁଲ୍ଲାଙ୍କୁ କୋର୍ଟରେ ହାଜର କରାଯାଇ ୧୪ ଦିନିଆ ରିମାଣ୍ଡକୁ ପଠାଯାଇଛି । ଅନ୍ୟ ଦୁଇ ଅଭିଯୁକ୍ତ ମହମ୍ମଦ ଫୈକ ଏବଂ ଜୀଶାନ ଅଲିକୁ ଗୁରୁବାର କୋର୍ଟରେ ହାଜର କରାଯିବ ।