IPL ୨୦୨୪ ପୂର୍ବରୁ ଆହତ ସମସ୍ୟାକୁ ନେଇ ଅପଡେଟ୍ ଦେଲେ ଶାମି, ସେୟାର କଲେ ଫଟୋ
ନୂଆଦିଲ୍ଲୀ: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ବୁଧବାର ଆସିଛି ବଡ଼ ଅପଡେଟ୍। ନିଜ ଗୋଇଠିର ଅସ୍ତ୍ରୋପଚାର ପରେ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ସେ କହିଛନ୍ତି ସର୍ଜରୀକୁ ୧୫ ଦିନ ବିତି ସାରିଛି ଏବଂ ଶୀଘ୍ର ସୁସ୍ଥ ହେବାକୁ ଚାହାନ୍ତି। ସେ ନିଜର ସ୍ଵାସ୍ଥ୍ୟ ଉପରେ ବର୍ତ୍ତମାନ ବହୁତ ଧ୍ୟାନ ଦେଉଛନ୍ତି। ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ଶାମି ଏଥର ଆଇପିଏଲ୍ ସିଜିନ ଖେଳିବେ ନାହିଁ।ଶାମି କହିଛନ୍ତି, ମୁଁ ଯେଉଁ ପ୍ରଗତି ହାସଲ କରିଛି ସେଥିପାଇଁ କୃତଜ୍ଞତା ଏବଂ ଚିକିତ୍ସାର ପରବର୍ତ୍ତୀ ପର୍ଯ୍ୟାୟକୁ ଅପେକ୍ଷା କରିଛି। ଗୋଇଠିରୁ ଷ୍ଟିଜ୍ ଖୋଲା ଯାଇଛି। ଏବେ ନିଜର ପ୍ରଗତି ଉପରେ କାମ କରୁଛି। ବିସିସିଆଇ କହିଛି, ଏହି ଦ୍ରୁତ ବୋଲରଙ୍କ ଡାହାଣ ଗୋଇଠିର ସମସ୍ୟା ପାଇଁ ଚଳିତ ବର୍ଷ ଫେବୃଆରୀ ୨୬ରେ ସଫଳତାପୂର୍ବକ ସର୍ଜରୀ ହୋଇଛି। ବିସିସିଆଇର ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି। ଆହତ ସମସ୍ୟା ଯୋଗୁଁ ଶାମି ଆଇପିଏଲ୍ ୨୦୨୪ରୁ ବାଦ୍ ପଡ଼ିଥିବା ବିସିସିଆଇ କହିଛି।ଆହତ ସମସ୍ୟା ଯୋଗୁଁ ବିଶ୍ଵକପ୍ ୨୦୨୩ର ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ମହମ୍ମଦ ଶାମି ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି-୨୦ ସିରିଜ୍, ଦକ୍ଷିଣ ଆଫ୍ରିକା ଗସ୍ତ ଓ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରୁ ବାଦ୍
ନୂଆଦିଲ୍ଲୀ: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ବୁଧବାର ଆସିଛି ବଡ଼ ଅପଡେଟ୍। ନିଜ ଗୋଇଠିର ଅସ୍ତ୍ରୋପଚାର ପରେ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ସେ କହିଛନ୍ତି ସର୍ଜରୀକୁ ୧୫ ଦିନ ବିତି ସାରିଛି ଏବଂ ଶୀଘ୍ର ସୁସ୍ଥ ହେବାକୁ ଚାହାନ୍ତି। ସେ ନିଜର ସ୍ଵାସ୍ଥ୍ୟ ଉପରେ ବର୍ତ୍ତମାନ ବହୁତ ଧ୍ୟାନ ଦେଉଛନ୍ତି। ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ଶାମି ଏଥର ଆଇପିଏଲ୍ ସିଜିନ ଖେଳିବେ ନାହିଁ।
ଶାମି କହିଛନ୍ତି, ମୁଁ ଯେଉଁ ପ୍ରଗତି ହାସଲ କରିଛି ସେଥିପାଇଁ କୃତଜ୍ଞତା ଏବଂ ଚିକିତ୍ସାର ପରବର୍ତ୍ତୀ ପର୍ଯ୍ୟାୟକୁ ଅପେକ୍ଷା କରିଛି। ଗୋଇଠିରୁ ଷ୍ଟିଜ୍ ଖୋଲା ଯାଇଛି। ଏବେ ନିଜର ପ୍ରଗତି ଉପରେ କାମ କରୁଛି। ବିସିସିଆଇ କହିଛି, ଏହି ଦ୍ରୁତ ବୋଲରଙ୍କ ଡାହାଣ ଗୋଇଠିର ସମସ୍ୟା ପାଇଁ ଚଳିତ ବର୍ଷ ଫେବୃଆରୀ ୨୬ରେ ସଫଳତାପୂର୍ବକ ସର୍ଜରୀ ହୋଇଛି। ବିସିସିଆଇର ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି। ଆହତ ସମସ୍ୟା ଯୋଗୁଁ ଶାମି ଆଇପିଏଲ୍ ୨୦୨୪ରୁ ବାଦ୍ ପଡ଼ିଥିବା ବିସିସିଆଇ କହିଛି।
ଆହତ ସମସ୍ୟା ଯୋଗୁଁ ବିଶ୍ଵକପ୍ ୨୦୨୩ର ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ମହମ୍ମଦ ଶାମି ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି-୨୦ ସିରିଜ୍, ଦକ୍ଷିଣ ଆଫ୍ରିକା ଗସ୍ତ ଓ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଥିଲେ। ଶାମି ଆମେରିକା ଓ ଓ୍ଵେଷ୍ଟଇଣ୍ଡିଜରେ ଖେଳା ଯିବାକୁ ଥିବା ଟି-୨୦ ବିଶ୍ଵକପ୍ ମଧ୍ୟ ଖେଳିବେ ନାହିଁ। ସେ ଚଳିତ ବର୍ଷ ଶେଷ ଆଡ଼କୁ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ଶାମି ଆଇପିଏଲ୍ର ଗୁଇଟି ସଂସ୍କରଣରେ ଦମଦାର ପ୍ରଦର୍ଶନ କରିଥିଲେ। ଆଇପିଏଲ୍ ୨୦୨୨ରେ ୧୬ଟି ମ୍ୟାଚ୍ରେ ୨୦ ଓ ଗତ ସିଜିନ୍ରେ ୧୭ଟି ମ୍ୟାଚ୍ରେ ମୋଟ୍ ୨୮ ଓ୍ଵିକେଟ୍ ଅକ୍ତିକାର କରିଥିଲେ।