ଗୁଜରାଟ ରାସ୍ତାରେ ସିଂହ, ୧୫ ମିନିଟ ଟ୍ରାଫିକ ଜାମ୍
ଅହମ୍ମଦାବାଦ : ଗୁଜରାଟର ଆମରେଲି ଜିଲାରେ ଗୋଟିଏ ସିଂହ ରାସ୍ତାକୁ ଚାଲି ଆସିବା ଫଳରେ ୧୫ ମିନିଟ ଧରି ଟ୍ରାଫିକ ଜାମ୍ ଘଟିଛି। ଗିର୍ ଜଙ୍ଗଲରୁ ଆସିଥିବା ୬ଟି ସିଂହ ଓ ସିଂହୀ ରବିବାର ରାତିରେ ଆମରେଲି ସହର ରାସ୍ତାରେ ବିଚରଣ କରୁଥିବାବେଳେ ଗୋଟିଏ ଗାଈକୁ ଗୋଡାଉଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଏଥିମଧ୍ୟରୁ ଗୋଟିଏ ସିଂହ ସୋମବାର ଭାବନଗର-ସୋମନାଥ ଜାତୀୟ ରାଜପଥରେ ବିଚରଣ କରୁଥିବା ଲକ୍ଷ୍ୟ କରାଯାଇଛି। ସିଂହର ଉପସ୍ଥିତି ଯୋଗୁଁ ରାସ୍ତାର ଉଭୟପାର୍ଶ୍ବରେ ଯାନବାହନଗୁଡିକ ପ୍ରାୟ […]

ଅହମ୍ମଦାବାଦ : ଗୁଜରାଟର ଆମରେଲି ଜିଲାରେ ଗୋଟିଏ ସିଂହ ରାସ୍ତାକୁ ଚାଲି ଆସିବା ଫଳରେ ୧୫ ମିନିଟ ଧରି ଟ୍ରାଫିକ ଜାମ୍ ଘଟିଛି। ଗିର୍ ଜଙ୍ଗଲରୁ ଆସିଥିବା ୬ଟି ସିଂହ ଓ ସିଂହୀ ରବିବାର ରାତିରେ ଆମରେଲି ସହର ରାସ୍ତାରେ ବିଚରଣ କରୁଥିବାବେଳେ ଗୋଟିଏ ଗାଈକୁ ଗୋଡାଉଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଏଥିମଧ୍ୟରୁ ଗୋଟିଏ ସିଂହ ସୋମବାର ଭାବନଗର-ସୋମନାଥ ଜାତୀୟ ରାଜପଥରେ ବିଚରଣ କରୁଥିବା ଲକ୍ଷ୍ୟ କରାଯାଇଛି। ସିଂହର ଉପସ୍ଥିତି ଯୋଗୁଁ ରାସ୍ତାର ଉଭୟପାର୍ଶ୍ବରେ ଯାନବାହନଗୁଡିକ ପ୍ରାୟ ୧୫ ମିନିଟ ଧରି ଅଟକିଥିଲା। କିଛି ସମୟ ପରେ ସିଂହଟି ରାସ୍ତା ତଳକୁ ଯିବାପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଗୁଜରାଟର ଜୁନାଗଡ, ଗୀର ସୋମନାଥ, ଆମରେଲି, ଭାବନଗର, ବୋତାଡ୍, ପୋରବନ୍ଦର, ଜାମନଗର, ରାଜକୋଟ ଏବଂ ସୁରେନ୍ଦ୍ର ନଗର ଭଳି ୯ ଜିଲାରେ ଏସୀୟ ପ୍ରଜାତିର ସିଂହଙ୍କର ଉପସ୍ଥିତି ଦେଖିବାକୁ ମିଳିଥାଏ।