ଗୁଜରାଟରେ ଆପ୍ ଦଳର ଷ୍ଟାର ପ୍ରଚାରକ ସୁନୀତି କେଜ୍ରିୱାଲ୍
ନୂଆଦିଲ୍ଳୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ୍ଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏବେ ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି। ଲୋକସଭା ନିର୍ବାଚନ ନିମନ୍ତେ ଆପ୍ ଜାରି କରିଥିବା ତାରକା ପ୍ରଚାରକ ତାଲିକାରେ ସୁନୀତା କେଜ୍ରିୱାଲ୍ଙ୍କ ନାଁ ରହିଛି। ଆଜି ଗୁଜରାଟ ପାଇଁ ଜାରି କରାଯାଇଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସୁନୀତାଙ୍କ ନାମ ସବା ଆଗରେ ରହିଛି। ଗୁଜରାଟର ପ୍ରଚାର କାର୍ଯ୍ୟକ୍ରମର ସେ ମଙ୍ଗଧରିବେ। ସୂଚନାଯୋଗ୍ୟ ଗୁଜରାଟରେ […]

ନୂଆଦିଲ୍ଳୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ୍ଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏବେ ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି। ଲୋକସଭା ନିର୍ବାଚନ ନିମନ୍ତେ ଆପ୍ ଜାରି କରିଥିବା ତାରକା ପ୍ରଚାରକ ତାଲିକାରେ ସୁନୀତା କେଜ୍ରିୱାଲ୍ଙ୍କ ନାଁ ରହିଛି। ଆଜି ଗୁଜରାଟ ପାଇଁ ଜାରି କରାଯାଇଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସୁନୀତାଙ୍କ ନାମ ସବା ଆଗରେ ରହିଛି। ଗୁଜରାଟର ପ୍ରଚାର କାର୍ଯ୍ୟକ୍ରମର ସେ ମଙ୍ଗଧରିବେ। ସୂଚନାଯୋଗ୍ୟ ଗୁଜରାଟରେ ୨୬ଟି ଲୋକସଭା ଆସନ ପାଇଁ ମେ’୭ ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ୨୬ଟି ଆସନରୁ ଇଣ୍ଡି-ମେଣ୍ଟର ସହଯୋଗୀ ଭାବେ ଆମ୍ ଆଦମୀ ପାର୍ଟି ଦୁଇଟି ଆସନ-ଭାରୁଚ ଓ ଭାବନଗରରୁ ନିର୍ବାଚନ ଲଢ଼ୁଛି। ବଳକା ୨୪ଟି ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।