ଗୁଜରାଟରେ ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା; ୭ ମୃତ, ଅନେକ ଆହତ
ନୂଆଦିଲ୍ଲୀ: ବିହାର ପରେ ଗୁଜରାଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍ ଏବଂ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ରେସକ୍ୟୁ ଟିମ୍ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁଯାୟୀ ବସ୍ରେ ୪୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ସୂଚନା ଅନୁଯାୟୀ, ଭୟଙ୍କର ଦୁର୍ଘଟଣା ଗୁଜରାଟର କଚ୍ଛ ଜିଲ୍ଲାରେ ହୋଇଛି । କେରା ମୁନ୍ଦ୍ରା ରୋଡରେ ଏକ ଘରୋଇ ଯାତ୍ରିବାହୀ ବସ୍ ସହିତ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏଭଳି ଥିଲା ଯେ, ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ଅନ୍ୟପଟେ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି । ସେପଟେ ଆଜି ବିହାର ଆରା-ମୋହିନିଆ ନ୍ୟାସନାଲ ହାଇଓ୍ବେରେ ଭୀଷଣ ଦୁର୍ଘଟଣା ହୋଇଛି । ଜଗଦିଶପୁର ଥାନା ଅନ୍ତର୍ଗତ ଦୁହ୍ଲନଗଞ୍ଜ ବାଜର ନିକଟରେ ମହାକୁମ୍ଭରୁ ଫେରୁଥିବା ପରିବାର ରାସ୍ତା ପାର୍ଶ୍ବରେ କାର୍ ଛିଡ଼ା କରିଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ନିୟନ୍ତ୍ରଣ ହରାଇ କାର୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର
ନୂଆଦିଲ୍ଲୀ: ବିହାର ପରେ ଗୁଜରାଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍ ଏବଂ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ରେସକ୍ୟୁ ଟିମ୍ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁଯାୟୀ ବସ୍ରେ ୪୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ ।
ସୂଚନା ଅନୁଯାୟୀ, ଭୟଙ୍କର ଦୁର୍ଘଟଣା ଗୁଜରାଟର କଚ୍ଛ ଜିଲ୍ଲାରେ ହୋଇଛି । କେରା ମୁନ୍ଦ୍ରା ରୋଡରେ ଏକ ଘରୋଇ ଯାତ୍ରିବାହୀ ବସ୍ ସହିତ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏଭଳି ଥିଲା ଯେ, ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ଅନ୍ୟପଟେ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ।
ସେପଟେ ଆଜି ବିହାର ଆରା-ମୋହିନିଆ ନ୍ୟାସନାଲ ହାଇଓ୍ବେରେ ଭୀଷଣ ଦୁର୍ଘଟଣା ହୋଇଛି । ଜଗଦିଶପୁର ଥାନା ଅନ୍ତର୍ଗତ ଦୁହ୍ଲନଗଞ୍ଜ ବାଜର ନିକଟରେ ମହାକୁମ୍ଭରୁ ଫେରୁଥିବା ପରିବାର ରାସ୍ତା ପାର୍ଶ୍ବରେ କାର୍ ଛିଡ଼ା କରିଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ନିୟନ୍ତ୍ରଣ ହରାଇ କାର୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ସମସ୍ତ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଏବଂ ୨ଜଣ ପୁରୁଷ ସାମିଲ୍ ଅଛନ୍ତି । ବିହାରର ଏହି ପରିବାର ପ୍ରୟାଗରାଜ ମହାକୁମ୍ଭକୁ ସ୍ନାନ ପାଇଁ ଯାଇଥିଲେ । ପ୍ରୟାଗ ସଙ୍ଗମରୁ ପାଟଣା ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା ।