ଗ୍ରାହକଙ୍କ ପାଇଁ ଖୁସି ଖବର: ପୂର୍ବପରି କମିପାରେ ମୋବାଇଲ୍ ରିଚାର୍ଜ, ସରକାରଙ୍କ ପାଖରେ ଏହି ଦାବି କଲେ Jio, Airtel, Vi
ନୂଆଦିଲ୍ଲୀ: ମହଙ୍ଗା ମାଡ଼ ସହୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହୋଇପାରେ ମୋବାଇଲ୍ ରିଚାର୍ଜ। ଖାଲି ସରକାର ଦାବି ମାନିଲେ ହେଲା। ଜୁଲାଇ ମାସରେ ଘରୋଇ ଟେଲିକମ କମ୍ପାନୀଗୁ଼ଡ଼ିକ ଟାରିଫ ମହଙ୍ଗା କରିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। କିଛି ଗ୍ରାହକ ବ୍ୟବହାର କରୁଥିବା ସର୍ଭିସ୍ ଛାଡ଼ି ବିଏସଏନଏଲକୁ ଚାଲିଯାଇଥିଲେ। ଆଉ ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକ ଗ୍ରାହକ ହରାଇବା ପରେ ଏବେ ରିଚାର୍ଜ ଦର କମାଇବାକୁ ଚିନ୍ତା କରୁଛନ୍ତି। ତେବେ ଏଥିପାଇଁ ସେମାନେ କେନ୍ଦ୍ର ସରକାରଙ୍କ ପାଖରେ ଏକ ଦାବି ରଖିଛନ୍ତି। ଯଦି କେନ୍ଦ୍ର ସରକାର ଏହି ଦାବି ମାନି ନିଅନ୍ତି ତେବେ ରିଚାର୍ଜ ପ୍ଲାନ୍ ପୂର୍ବ ପରି ଶସ୍ତା ହୋଇପାରେ। ଏନେଇ ‘ଦ ଇକୋନୋମିକ ଟାଇମ୍ସ’ରେ ଖବର ପ୍ରକାଶ ପାଇଛି। ତେବେ କମ୍ପାନୀଗୁଡ଼ିକ ସରକାରଙ୍କ ପାଖରେ କେଉଁ ଦାବି ରଖିଛନ୍ତି ପ୍ରଥମେ ତାହା ଜାଣନ୍ତୁ। ଟେଲିକମ୍ କମ୍ପାନୀଗୁଡିକୁ ପ୍ରତିନିଧିତ୍ୱ କରୁଥିବା ସଂସ୍ଥା ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI) କମ୍ପାନୀଗୁଡିକ ପକ୍ଷରୁ ସରକାରଙ୍କ ପାଖରେ ଲାଇସେନ୍ସ ଶୁଳ୍କ ହ୍ରାସ କରିବାକୁ ଦାବି କରିଛି। ଲାଇସେନ୍ସ ଶୁଳ୍କ ୦.୫ ପ୍ରତିଶତରୁ ୧ ପ୍ରତିଶତକୁ ହ୍ରାସ କରିବାକୁ ସିଓଏଆଇ ଦାବି କରିଛି। ଟେଲିକମ୍ ଅପରେଟରମାନଙ୍କ କହିବା କଥା ହେଲା ଲାଇସେନ୍ସ ଶୁଳ୍କ ହ୍ରାସ ହେଲେ ନେଟୱାର୍କର ନବୀକରଣ ଏବଂ ସମ୍ପ୍ରସାରଣ ସହଜ ହୋଇପାର
ନୂଆଦିଲ୍ଲୀ: ମହଙ୍ଗା ମାଡ଼ ସହୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହୋଇପାରେ ମୋବାଇଲ୍ ରିଚାର୍ଜ। ଖାଲି ସରକାର ଦାବି ମାନିଲେ ହେଲା। ଜୁଲାଇ ମାସରେ ଘରୋଇ ଟେଲିକମ କମ୍ପାନୀଗୁ଼ଡ଼ିକ ଟାରିଫ ମହଙ୍ଗା କରିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। କିଛି ଗ୍ରାହକ ବ୍ୟବହାର କରୁଥିବା ସର୍ଭିସ୍ ଛାଡ଼ି ବିଏସଏନଏଲକୁ ଚାଲିଯାଇଥିଲେ। ଆଉ ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକ ଗ୍ରାହକ ହରାଇବା ପରେ ଏବେ ରିଚାର୍ଜ ଦର କମାଇବାକୁ ଚିନ୍ତା କରୁଛନ୍ତି। ତେବେ ଏଥିପାଇଁ ସେମାନେ କେନ୍ଦ୍ର ସରକାରଙ୍କ ପାଖରେ ଏକ ଦାବି ରଖିଛନ୍ତି। ଯଦି କେନ୍ଦ୍ର ସରକାର ଏହି ଦାବି ମାନି ନିଅନ୍ତି ତେବେ ରିଚାର୍ଜ ପ୍ଲାନ୍ ପୂର୍ବ ପରି ଶସ୍ତା ହୋଇପାରେ। ଏନେଇ ‘ଦ ଇକୋନୋମିକ ଟାଇମ୍ସ’ରେ ଖବର ପ୍ରକାଶ ପାଇଛି।
ତେବେ କମ୍ପାନୀଗୁଡ଼ିକ ସରକାରଙ୍କ ପାଖରେ କେଉଁ ଦାବି ରଖିଛନ୍ତି ପ୍ରଥମେ ତାହା ଜାଣନ୍ତୁ। ଟେଲିକମ୍ କମ୍ପାନୀଗୁଡିକୁ ପ୍ରତିନିଧିତ୍ୱ କରୁଥିବା ସଂସ୍ଥା ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI) କମ୍ପାନୀଗୁଡିକ ପକ୍ଷରୁ ସରକାରଙ୍କ ପାଖରେ ଲାଇସେନ୍ସ ଶୁଳ୍କ ହ୍ରାସ କରିବାକୁ ଦାବି କରିଛି। ଲାଇସେନ୍ସ ଶୁଳ୍କ ୦.୫ ପ୍ରତିଶତରୁ ୧ ପ୍ରତିଶତକୁ ହ୍ରାସ କରିବାକୁ ସିଓଏଆଇ ଦାବି କରିଛି। ଟେଲିକମ୍ ଅପରେଟରମାନଙ୍କ କହିବା କଥା ହେଲା ଲାଇସେନ୍ସ ଶୁଳ୍କ ହ୍ରାସ ହେଲେ ନେଟୱାର୍କର ନବୀକରଣ ଏବଂ ସମ୍ପ୍ରସାରଣ ସହଜ ହୋଇପାରେ।
COAI ମହାନିର୍ଦ୍ଦେଶକ ଏସପି କୋଚର କହିଛନ୍ତି ଯେ ସ୍ପେକ୍ଟ୍ରମକୁ ଲାଇସେନ୍ସରୁ ଅଲଗା କରି ବଜାର ମୂଲ୍ୟରେ ଆବଣ୍ଟନ କରିବା ପରେ ଲାଇସେନ୍ସ ଫିଲାଗୁ କରିବାର ଯଥାର୍ଥତା ବହୁ ପୂର୍ବରୁ ଶେଷ ହୋଇଯାଇଥିଲା। ଲାଇସେନ୍ସ ଶୁଳ୍କ କେବଳ ଲାଇସେନ୍ସର ପ୍ରଶାସନିକ ଖର୍ଚ୍ଚ ବହନ କରିବାକୁ ନେବା ଉଚିତ୍, ଯାହା ମୋଟ ରାଜସ୍ୱର ୦.୫ ପ୍ରତିଶତରୁ ୧ ପ୍ରତିଶତ। ହେଲେ ଟେଲିକମ୍ କମ୍ପାନୀଗୁଡିକ ୮ପ୍ରତିଶତ ପର୍ଯ୍ୟନ୍ତ ଲାଇସେନ୍ସ ଦେୟ ଦେଉଛନ୍ତି। ଯାହା ବହୁତ ଅଧିକ ବୋଲି COAI ମହାନିର୍ଦ୍ଦେଶକ କହିଛନ୍ତି। ତେଣୁ ସରକାର ଏଥିରେ ହ୍ରାସ କରିବା ଦରକାର ବୋଲି ସେ ଦାବି କରିଛନ୍ତି।
ଯଦି ସରକାର ଏବଂ ଟେଲିକମ୍ ନିୟାମକମାନେ ଟେଲିକମ୍ ଅପରେଟରମାନଙ୍କର ଏହି ଦାବି ଗ୍ରହଣ କରନ୍ତି, ତେବେ କମ୍ପାନୀ ଏଥିରୁ ଉପକୃତ ହୋଇପାରିବ। ଫଳରେ କମ୍ପାନୀ ଟାରିଫି ଶସ୍ତା କରି ଗ୍ରାହକଙ୍କୁ ମଧ୍ୟ ତାର ଲାଭ ଦେବ। ନିକଟରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ମଧ୍ୟ ଏହି ଦାବି ଉଠାଇଥିଲେ ଟେଲିକମ କମ୍ପାନୀ। ଏନେଇ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ବି ହୋଇଥିଲା।
ସୂଚନା ଥାଉକି ବର୍ତ୍ତମାନ ଟେଲିକମ କମ୍ପାନୀଗୁଡ଼ିକ AGR(ଆଜଷ୍ଟ ଗ୍ରସ୍ ରେଭିନ୍ୟୁ) ରାଶି ପୈଠ କରିବା ବ୍ୟତୀତ ସିଏସ୍ଆର୍, ଜିଏସ୍ଟି ଏବଂ କର୍ପୋରେଟ୍ ଟ୍ୟାକ୍ସ ଦେଉଛନ୍ତି। ଯାହା ଅନ୍ୟ ବ୍ୟବସାୟ ତୁଳନାରେ ଟେଲିକମ୍ ଇଣ୍ଡଷ୍ଟ୍ରିର କମ୍ପାନୀଗୁଡିକ ଅଧିକ କ୍ଷତି ହେଉଛି,ଫଳରେ ଟେକ୍ନୋଲୋଜୀ ଅପଗ୍ରେଡେସନ ପାଇଁ ନିବେଶ କରିବାକୁ ଅର୍ଥ ନିଅଣ୍ଟ ପଡ଼ୁଛି। ଫଳରେ କମ୍ପାନୀ ଏହି ନିଅଣ୍ଟିଆ ସ୍ଥିତିକୁ ଆଜଷ୍ଟ କରିବାକୁ ଗ୍ରାହକଙ୍କ ଉପରେ ଚାପ ପକାଉଛି। ତେବେ କମ୍ପାନୀଗୁଡ଼ିକର ଏହି ଦାବିକୁ କେନ୍ଦ୍ର ସରକାର ମାନୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା।